ଆମିକାସିନ
Clinical data | |
---|---|
Trade names | Amikin, others |
AHFS/Drugs.com | monograph |
MedlinePlus | a682661 |
Pregnancy category | |
Routes of administration | intramuscular, intravenous |
ATC code | |
Legal status | |
Legal status | |
Pharmacokinetic data | |
Protein binding | 0-11% |
Elimination half-life | 2-3 hours |
Excretion | kidney |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.048.653 |
Chemical and physical data | |
Formula | C22H43N5O13 |
Molar mass | 585.603 g/mol |
3D model (JSmol) | |
| |
| |
(verify) |
ଆମିକାସିନ (ଇଂରାଜୀ ଭାଷାରେ Amikacin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର bacterial infections ଚିକିତ୍ସା ନିମନ୍ତେ ଦିଆଯାଏ । ଗଣ୍ଠି ସଂକ୍ରମଣ (joint infections), ଉଦର ସଂକ୍ରମଣ (intraabdominal infections), ମେନିଞ୍ଜାଇଟିସ୍, ନିମୋନିଆ, ସେପ୍ସିସ ଓ ମୂତ୍ରନଳୀ ସଂକ୍ରମଣ ଇତ୍ୟାଦି ରୋଗମାନଙ୍କରେ ଏହା ଦିଆଯାଏ ।[୧] ଏହା ମଲ୍ଟିଡ୍ରଗ ରେଜିସ୍ଟାଣ୍ଟ ଯକ୍ଷ୍ମା (multidrug-resistant tuberculosis) ରୋଗର ଚିକିତ୍ସାରେ ମଧ୍ୟ ଦିଆଯାଏ ।[୨] ଆମିକାସିନ ଇଞ୍ଜେକସନ ଆକାରରେ ମାଂସପେଶୀରେ (muscle|) ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୧]
ଆମିକାସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣହାନୀ (hearing loss), ନିୟନ୍ତ୍ରଣ ସମସ୍ୟା ଓ ବୃକ୍କ ସମସ୍ୟା (kidney problems) । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ପକ୍ଷାଘାତ (paralysis) ବା ପାରାଲିସିସ ଯୋଗୁ ଶ୍ୱାସକ୍ରିୟା ନ ହୋଇପାରି ମୃତ୍ୟୁ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ସ୍ଥାୟୀ ଶ୍ରବଣହାନୀ ହୋଇପାରେ । ଆମିନୋଗ୍ଲାଇକୋସାଇଡ (aminoglycoside) ପରିବାରର ଆମିକାସିନ ଏକ ସଦସ୍ୟ । ଜୀବାଣୁର ପ୍ରୋଟିନ ତିଆରି କରୁଥିବା ୩୦ଏସ ରାଇବୋଲୋମାଲ ସବୟୁନିଟର (30S ribosomal subunit) କାର୍ଯ୍ୟକୁ ଏହି ଔଷଧ ଅବରୋଧ କରିଦିଏ । [୧]
ଆମିକାସିନ ସନ ୧୯୭୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୭୬ରେ ବ୍ୟବସାୟରେ ନିୟୋଜିତ ହୋଇଥିଲା ।[୩][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୧୩.୮୦ରୁ ୧୩୦.୫୦ ଆମେରିକୀୟ ଡଲାର । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଚିକିତ୍ସାର ମୂଲ୍ୟ ପ୍ରାୟ ୨୫ରୁ ୫୦ ଆମେରିକୀୟ ଡଲାର ।[୭] ଏହା କାନାମାଇସିନ (kanamycin)ରୁ ପ୍ରସ୍ତୁତ ହୁଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Amikacin Sulfate". The American Society of Health-System Pharmacists. Retrieved 8 December 2016.
- ↑ WHO Model Formulary 2008 (PDF). World Health Organization. 2009. p. 137. ISBN 9789241547659. Retrieved 8 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 507. ISBN 9783527607495.
- ↑ Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Amikacin Sulfate". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 35. ISBN 9781284057560.