ମଦ୍ୟ ଆସକ୍ତି

ଉଇକିପିଡ଼ିଆ ରୁ
(Alcohol abuse ରୁ ଲେଉଟି ଆସିଛି)
Jump to navigation Jump to search
ମଦ୍ୟ ଆସକ୍ତି
The Drunkard's Progress 1846.jpg
"ଗୋଟିଏ ମଦ୍ୟପର ପ୍ରଗତି ", ୧୮୪୬
ବିଭାଗpsychiatry[*]

ମଦ୍ୟ ଆସକ୍ତି (ଇଂରାଜୀ: Alcohol abuse) ହେଉଛି ଏକ ପୁରାତନ ମାନସିକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମଦ୍ୟର କୁପରିଣାମଗୁଡ଼ିକ ସତ୍ୱେ ବାରମ୍ବାର ମଦ୍ୟ ପାନ କରି ଚାଲିଥାଏ । [୧]

୨୦୧୩ ମସିହାରେ ଏହି ରୋଗଟିକୁ ଆଉଥରେ ବର୍ଗୀକରଣ କରାଯାଇ ମଦ୍ୟ ବ୍ୟବହାର ବିକାର କିମ୍ବା ମଦ୍ୟାତ୍ୟୟ ନାମରେ ବର୍ଗୀକରଣ କରାହେଲା । [୨] ସାଧାରଣତଃ ଦୁଇ ପ୍ରକାରର ମଦ୍ୟାସକ୍ତି ରହିଥାଏ । ପ୍ରଥମ ପ୍ରକାରର ବ୍ୟକ୍ତି ଯେଉଁମାନେ ଆମୋଦ ପ୍ରମୋଦ ମିଳିବା ଆଶାରେ ମଦ୍ୟ ପାନ କରନ୍ତି, ଅନ୍ୟପକ୍ଷରେ ଆଉ ଏକ ପ୍ରକାରର ବ୍ୟକ୍ତିମାନେ ବିନା ମଦରେ ବହୁତ ସମୟ ଧରି ରହିଯାନ୍ତି, ହେଲେ ଉଦବେଗ ଯୋଗୁଁ ପରେ ଯେବେ ଭୁଲବଶତଃ ଟିକେ ମଦ ପିଇବା ଆରମ୍ଭ କରିଦିଅନ୍ତି, ସେତେବେଳେ ନିଜକୁ ଆୟତ୍ତରେ ରଖିପାରନ୍ତି ନାହିଁ ।[୩]

ଅନିୟନ୍ତ୍ରିତ ମଦ୍ୟପାନ (ଇଂରାଜୀରେ Binge drinking) ହେଉଛି ଅନ୍ୟ ଏକ ପ୍ରକାରର ମଦ୍ୟ ଆସକ୍ତି । ଏକ ସର୍ବେକ୍ଷଣ ଅନୁସାରେ ଯୁକ୍ତରାଜ୍ୟର ବୟସ୍କ ବାସିନ୍ଦାମାନେ ସବୁଠାରୁ ଅଧିକ ମଦ୍ୟ ପାନ କରିଥାନ୍ତି ।[୪] ୨୦୧୩ ମସିହାରେ ମଦ୍ୟ ଆସକ୍ତି ଯୋଗୁଁ ବିଶ୍ୱରେ ୧,୩୯,୦୦୦ ଜଣ ମୃତ୍ୟୁବରଣ କରିଥିଲେ । [୫] ପ୍ରତିଦିନ ଛଅ ଜଣ ବ୍ୟକ୍ତି ମଦ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି ।[୬]

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାଦ୍ୱାରା ୨୦୧୮ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ୫.୨% ଭାରତୀୟ ମଦ୍ୟ ଆସକ୍ତିରେ ଅଛନ୍ତି ଏବଂ ଚିକିତ୍ସା ଆବଶ୍ୟକ କରନ୍ତି । ମଦ୍ୟ ପାନ କରୁଥିବା ପ୍ରତି ୩ ଜଣରୁ ଜଣେ ମଦ୍ୟ ଆସକ୍ତ । ମୋଟ ୧୬ କୋଟି ଲୋକ ଭାରତରେ ମଦ୍ୟ ପାନ କରନ୍ତି ।[୭][୮][୯]

ସଂଜ୍ଞା[ସମ୍ପାଦନା]

ମଦ୍ୟ ଆସକ୍ତି ହେଉଛି ଏକ ମଦ୍ୟ ପାନ ବିକାର । ପ୍ରୌଢ଼ ବୟସ୍କ ବ୍ୟକ୍ତିମାନେ ଯଦି ମଦ୍ୟ ଆସକ୍ତିରେ ଫସିଯାଆନ୍ତି ଏଥି ସହିତ ଯଦି ଅବସାଦଗ୍ରସ୍ତ ବି ହୋଇଥାନ୍ତି ତେବେ ଏହା ଆତ୍ମହତ୍ୟାର ରୂପ ନେବାର ସମ୍ଭାବନା ଅଧିକ ଥାଏ । ନିଜର ଦାୟିତ୍ୱ ଠିକ ଭାବରେ ତୁଲାଇ ନପାରିଲେ ପ୍ରାୟତଃ ଲୋକମାନେ ମଦ୍ୟ ପାନ କରିବା ଆରମ୍ଭ କରିଦିଅନ୍ତି । ମଦ୍ୟ ଆସକ୍ତି ଧୀରେ ଧୀରେ ମଦ୍ୟ ଉପରେ ବ୍ୟକ୍ତିଟିର ନିର୍ଭରଶୀଳତା ବଢ଼ାଇଦେଇଥାଏ ଯାହାଦ୍ୱାରା ବ୍ୟକ୍ତିଟି ମଦ ବିନା କିଛି କ୍ଷଣ ଶାନ୍ତିରେ ରହିପାରେନାହିଁ ।[୧୦]

ପ୍ରୌଢ଼ ବୟସ୍କ ବ୍ୟକ୍ତିମାନଙ୍କୁ (୬୫ ବର୍ଷ ବୟସରୁ ଅଧିକ) ସାଧାରଣତଃ ମଦ୍ୟ ଆସକ୍ତି ବିଷୟରେ ବିଚାର କରିଲାବେଳେ ହେଲା କରାଯାଇଥାଏ, ଯାହାକି ଠିକ ନୁହେଁ, କିଶୋର ବା କିଶୋରୀ ଅବସ୍ଥାରେ ମଦ୍ୟର ମାତ୍ରା ଯେତିକି ପ୍ରଭାବ ପକାଏ ତାହାଠାରୁ ବହୁଗୁଣା ଅଧିକ କୁପ୍ରଭାବ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନଙ୍କ ଶରୀର ଉପରେ ପଡିଥାଏ । ତେଣୁ ଆମେରିକାନ୍ ଜେରିଆଟ୍ରିକ୍ସ (ଜରାଚିକିତ୍ସା) ସୋସାଇଟି ଜଣେ ପ୍ରୌଢ଼ ବ୍ୟକ୍ତି ଯେଉଁ ଲିଙ୍ଗର ହେଉଥାଆନ୍ତୁ ନା କାହିଁକି ଦିନକୁ ଅଧିକରୁ ଅଧିକ ଗୋଟିଏ ପେଗ କିମ୍ବା ଉତ୍ସବ ଅବସରରେ ଅଧିକତମ ଦୁଇଟି ପେଗ ପିଇବା ପାଇଁ ଉପଦେଶ ଦେଇଛନ୍ତି ।[୧୧][୧୨][୧୩] ଗୋଟିଏ ସପ୍ତାହରେ ବୟସ୍କ ପୁରୁଷଙ୍କ ଅଧିକରୁ ଅଧିକ ୯ଟି ପେଗ ଓ ବୟସ୍କ ମହିଳାମାନେ ୭ଟି ପେଗ ପୀଇପାରିବେ । [୧୪] ମନେରଖନ୍ତୁ ଏହି ସବୁ ପରିସଂଖ୍ୟନ ଯୁକ୍ତରାଷ୍ଟ୍ର ଆମେରିକୀୟ ନାଗରିକଙ୍କୁ ଦୃଷ୍ଟିରେ ରଖି ଉପସ୍ଥାପିତ କରାଯାଇଛି ।

ଅନିୟନ୍ତ୍ରିତ ମଦ୍ୟପାନ[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ପୁରୁଷ ଯଦି ୫ରୁ ଅଧିକା ୟୁନିଟ ଓ ମହିଳା ୪ରୁ ଅଧିକ ୟୁନିଟ ଆଲକହଲ ପାନ କରନ୍ତି ତେବେ ତାହାକୁ ଅନିୟନ୍ତ୍ରିତ ମଦ୍ୟପାନ କୁହାଯାଇଥାଏ । ଏହାଦ୍ୱାରା ଭାଣ୍ଡାମି, ହିଂସ୍ର ବ୍ୟବହାର, ଆଘାତ ଲାଗିବା, ମଦ ପିଇ ଗାଡ଼ି ଚଲାଇବା, ପୁଲିସ ସହ ଝଗଡ଼ା, ସ୍ୱାସ୍ଥ୍ୟରେ ଅବନତି, ସାମାଜିକ, ଆର୍ଥନୀତିକ ଓ ଆଇନଗତ ଅପରାଧ ବୃଦ୍ଧି ପାଇଥାଏ । [୧୫] [୧୫]

ସପ୍ତାହର ଶେଷରେ ଅନିୟନ୍ତ୍ରିତ ମଦ୍ୟପାନପରେ ସୋମବାର କାର୍ଯ୍ୟାଳୟକୁ ଆସି କାମ କରିବାର ଚାପ ଯୋଗୁଁ ହୃଦଘାତ ମଧ୍ୟ ହୋଇପାରେ ।[୧୬] ଯଦି ଜଣେ ପୁରୁଷ ଏକ ସପ୍ତାହରେ ୧୫ରୁ ଅଧିକ ଥର ଓ ମହିଳା ୧୨ରୁ ଅଧିକ ଥର ମଦ୍ୟ ପାନ କରିବା ଚାଲୁ ରଖନ୍ତି ତେବେ ମଦ ବିନା ବଞ୍ଚିବା କଷ୍ଟକର ହୋଇପଡ଼େ ।[୧୭][୧୮]

ଲକ୍ଷଣ[ସମ୍ପାଦନା]

ମଦ୍ୟ ଆସକ୍ତି ଯୋଗୁଁ ମସ୍ତିସ୍କ କୋଷଗୁଡ଼ିକରେ କ୍ଷତି ପହଞ୍ଚିପାରେ, ଯାହାଦ୍ୱାରା ଜଣେ ମନୁଷ୍ୟ ସଠିକ ଭାବରେ ଦୈନନ୍ଦିନ କାମ କରିବାରେ ଅସୁବିଧା ଅନୁଭବ କରିପାରେ, ପୃର୍ବ ଘଟଣା ଗୁଡ଼ିକ ଭୁଲିଯିବା, ଦରକାରୀ କଥା ଠିକ ସମୟରେ ମାନେ ନପଡ଼ିବା, ଅନ୍ୟ ଏକ ବ୍ୟକ୍ତିତ୍ୱ ପ୍ରକାରର ଧୀରେ ଧୀରେ ବ୍ୟବହାର କରିବା ଆଦି ହୋଇଥାଏ । [୧୯][୨୦] ଅନିୟନ୍ତ୍ରିତ ମଦ୍ୟପାନଦ୍ୱାରା ଘଡ଼ିସନ୍ଧି ମୁହୂର୍ତ୍ତରେ ସଠିକ ନିଷ୍ପତି ନେବାରେ ବହୁତ ଭୁଲ ଭଟକା ହୋଇପାରେ, ସ୍ୱାସ୍ଥ୍ୟରେ ବହୁମାତ୍ରାରେ ଅବନତି ହୁଏ ଏବଂ ବ୍ୟକ୍ତିଟି ପ୍ରାୟ ଅନ୍ୟମନସ୍କ ରହିଥାଏ ।[୧୫] ମଦ୍ୟ ଆସକ୍ତି ଯୋଗୁଁ ସାମାଜିକ ହସକଥା ଗୁଡ଼ିକୁ ବୁଝିବାରେ ମଧ୍ୟ ଅସୁବିଧା ହୁଏ । [୨୧] [୨୨] ଯେଉଁ ବ୍ୟକ୍ତିମାନେ ମଦ୍ୟ ଆସକ୍ତ ସେମାନେ କୌଣସି ମହତ୍ୱପୂର୍ଣ୍ଣ ରୋଗରୁ ବଞ୍ଚିବା ସମ୍ଭାବନା କମ ହୋଇଥାଏ । [୨୩]

ହିଂସା[ସମ୍ପାଦନା]

ମଦ୍ୟ ଆସକ୍ତି ଯୋଗୁଁ ହଠାତ ବ୍ୟକ୍ତିଟି ବେଳେ ବେଳେ ହିଂସ୍ର ହୋଇ ଉଠେ ବା ଆତ୍ମହତ୍ୟା ମଧ୍ୟ କରିପାରେ ।

ଗର୍ଭାବସ୍ଥା[ସମ୍ପାଦନା]

ଏକ ଛବି ଯେଉଁଥିରେ ଗର୍ଭାବସ୍ଥାରେ ମଦ୍ୟ ପାନ ସମ୍ପୂର୍ଣ ନିଷିଦ୍ଧ ବୋଲି କୁହାଯାଉଛି ।

ଗର୍ଭାବସ୍ଥାରେ ମଦ୍ୟ ପାନ କଲେ ଶିଶୁକୁ ଫିଟାଲ ଆଲକହଲ ସିଣ୍ଡ୍ରୋମ ହୋଇପାରେ । ଯେଉଁଥିରେ ଶିଶୁଟି ମାନସିକ ବା ଶାରୀରିକ ରୂପେ ବିକଳାଙ୍ଗ ଜନ୍ମ ହୋଇପାରେ । [୨୪] [୨୫] ବିଶେଷଜ୍ଞ ମାନଙ୍କର ମତରେ ଗର୍ଭବତୀ ମହିଳାମାନେ ଗୋଟିଏ ଦିନରେ ଏକ ପେଗରୁ ଅଧିକ ମଦ୍ୟ ପାନ କଦାପି କରିବା କଥା ନୁହେଁ । ଅନ୍ୟ ପକ୍ଷରେ ଆଉ କିଛି ସଂଗଠନ ଗର୍ଭବତୀ ମହିଳା ବିଲକୁଲ ମଦ ପିଇବା କଥା ନୁହେଁ ବୋଲି ଦାବି କରନ୍ତି । [୨୬]

କିଶୋରାବସ୍ଥା[ସମ୍ପାଦନା]

କିଶୋରାବସ୍ଥାରେ ମଦ୍ୟ ଆସକ୍ତି ଭବିଷ୍ୟତରେ ଘାତକ ସାବ୍ୟସ୍ତ ହୋଇପାରେ । [୨୭] ଏଥିଯୋଗୁଁ ବିପଦଜନକ ନିଷ୍ପତି ନେବା ସମ୍ଭାବନା ବଢିଥାଏ । [୨୮] ପାଠପଢ଼ା, ବିଦ୍ୟାଳୟ ଆଦିରେ ଅନେକ ଅସୁବିଧା ହୋଇଥାଏ ।[୪] ମସ୍ତିଷ୍କରେ ଏହା ଜଟିଳ ସମସ୍ୟା ସୃଷ୍ଟି କରିପାରେ ।[୨୯] [୩୦]

ସାମାଜିକ ଅସାମଞ୍ଜସ୍ୟତା ଯୋଗୁଁ ମଧ୍ୟ କିଶୋର ଓ କିଶୋରୀ ମାନଙ୍କର ମଧ୍ୟରେ ମଦ୍ୟ ଆସକ୍ତି କିଛି ମାତ୍ରାରେ ଦାୟୀ । କିଶୋରୀ ମାନଙ୍କୁ ଏକ ପୁଋଷଭଳି ମଦ ପିଇବାକୁ ଉତ୍ସାହିତ କରାଯାଉଥିବାବେଳେ କିଶୋର ମାନଙ୍କୁ ମଦ ପିଇବା ଏକ ମର୍ଦ ବା ମର୍ଦପଣିଆର ଠାଣି ବୋଲି କୁହାଯାଇଥାଏ । [୩୧]

କାରକ[ସମ୍ପାଦନା]

ମଦ୍ୟ ଆସକ୍ତିର ନିର୍ଦ୍ଧିଷ୍ଟ କାରଣ ବିଷୟରେ ଜାଣିବା ଏକ କଷ୍ଟକର ବ୍ୟାପାର, ଏହା ବ୍ୟକ୍ତିରୁ ବ୍ୟକ୍ତି ଭିନ୍ନ ଭିନ୍ନ କାରଣ ହୋଇଥାଏ । ଏହା ମୁଖ୍ୟତଃ ଅର୍ଥନୈତିକ, ଜୈବିକ କାରଣରୁ ଉତ୍ପତି ଲାଭ କରି ଖରାପ ସ୍ୱାସ୍ଥ୍ୟରେ ପରିଣତ ହୋଇଥାଏ । [୪] ସାଙ୍ଗସାଥୀଙ୍କ ଚାପରେ ପଡି ଅନେକ ମଦ୍ୟ ଆସକ୍ତିରେ ପଡ଼ି ଯାଇଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ମଦ୍ୟ ଆସକ୍ତିରେ ପଡ଼ିବାର ମୁଖ୍ୟ କାରଣ ହେଲା ମଦ୍ୟ ପାନର କୁପରିଣାମ ବିଷୟରେ ଉପଯୁକ୍ତ ଜ୍ଞାନର ଅଭାବ । [୩୨] ଏକ ବବେଷଣାକାରୀଙ୍କ ମତରେ ମଦ ସହଜରେ ଦୋକାନରେ ମିଳିଯାଉଥିବାରୁ ଲୋକ ମଦ୍ୟ ଆସକ୍ତିରେ ପଡନ୍ତି, ଅନ୍ୟ ଏକ ଦୃଷ୍ଟିରେ କିଶୋରାବସ୍ଥାରେ ଉଭୟ ବାଳକ ଓ ବାଳିକା ନିଜର ସାଙ୍ଗସାଥୀମାନଙ୍କ ସହ କାନ୍ଧରେ କାନ୍ଧ ମିଶେଇ ଚାଲିବା ପାଇଁ ଚାପରେ ପଡି ମଦ୍ୟ ଆସକ୍ତିରେ ଫସିଯାଇଥାନ୍ତି । କାହିଁକିନା ସେହି ସମୟରେ ସାଙ୍ଗ ଠାରୁ ବଡ଼ ଆଉ କେହି ନୁହେଁ, ବାଳକ ଓ ବାଳିକା ମାନଙ୍କର ନିଜର ଜ୍ଞାନ ଅପେକ୍ଷା ସଙ୍ଗଠାରେ ଭରସା ଅଧିକ ରହିଥାଏ । ସେମାନେ ମଧ୍ୟ ଘଟଣା ଦେଖି ମଦ ପିଇବା ଆରମ୍ଭ କରିପାରନ୍ତି ଯଥା: କ୍ରୀଡ଼ା ଉତ୍ସବ ଭାତୃତ୍ୱ ଭାବ ଉତ୍ସବ, ଇତ୍ୟାଦି ।[୩୩][୩୪] [୩୫]

ମାନସିକ ଅସୁସ୍ଥତା[ସମ୍ପାଦନା]

ଅବସାଦଉଦବେଗରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ମଦ ପିଇବା ଆରମ୍ଭ କରିଦେଇପାରେ । ମଦ୍ୟପାନ ପରେ ମିଳୁଥିବା କ୍ଷଣ ସ୍ଥାୟୀ ସୁଖ ବାସ୍ତବିକ ଜୀବନ ଠାରୁ ଦୁରକୁ ଚାଲିଯିବାର ଏକ ରାସ୍ତା ଦେଖାଇଥାଏ, ତେଣୁ ଧୀରେ ଧୀରେ ପାନ କରି ଏହା ମଦ୍ୟ ଆସକ୍ତି ରୂପ ନେଇଯାଏ ।[୩୬]


ନିଦାନ[ସମ୍ପାଦନା]

ଡିଏସଏମ[ସମ୍ପାଦନା]

ଆଧାରିତ ହୋଇଛି :[୩୭]

ଡିଏସଏମ ( Diagnostic and Statistical Manual of Mental Disorders) । ଆପଣଙ୍କୁ ବା ଆଖପାଖ ଲୋକଙ୍କୁ ମଦ୍ୟପାନ ଜନିତ ରୋଗ ହୋଇଛି କି ନାହିଁ ଜାଣିବା ପାଇଁ ନିମ୍ନଲିଖିତ କିଛି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି । ଗତ ବର୍ଷ କଣ ଆପଣ:

  • ଆବଶ୍ୟକତା ଠାରୁ ଅଧିକ ମଦ୍ୟ ପାନ କରିଥିଲେ ?
  • ଏକରୁ ଅଧିକ ଥର ମଦ ଛାଡ଼ିବା ପାଇଁ ନିଷ୍ପତି ନେଇଥିଲେ କିନ୍ତୁ ଛାଡ଼ିପାରିନଥିଲେ ?
  • ମଦ୍ୟ ପାନ କରିବାରେ ବହୁତ ସମୟ ନେଉଛନ୍ତି କିମ୍ବା ମଦ ନିଶା ଛାଡ଼ିବାରେ ଆପଣଙ୍କୁ ଅଧିକ ସମୟ ଲାଗୁଛି କି ?
  • ଆପଣଙ୍କୁ କଣ ବେଳେ ବେଳେ ମଦ ପିଇବା ପାଇଁ ପ୍ରବଳ ସାଙ୍ଘାତିକ ଇଚ୍ଛା ହୋଇଥିଲା ?
  • କେବେ ଆପଣଙ୍କୁ ଏମିତି ଲାଗିଥିଲା କି ମଦ ପିଇବାଦ୍ୱାରା କିମ୍ବା ନିଶା ହେବାପରେ ଆପଣଙ୍କର କାର୍ଯ୍ୟାଳୟ କାମ ବା ପରିବାର ବା ବିଦ୍ୟାଳୟ/ମହାବିଦ୍ୟାଳୟରେ କିଛି ଅଘଟଣ/ଅଶାନ୍ତି ଘଟିଥିଲା ?
  • ନିଜର ପରିବାର ଓ ବନ୍ଧୁମାନଙ୍କ ସହ ସମ୍ପର୍କ ତିକ୍ତ ହେବ ସତ୍ୱେ କଣ ଆପଣ ମଦ ପିଇବା ଛାଡ଼ିନଥିଲେ ?
  • ଆପଣଙ୍କୁ ଯେଉଁ କାମ କରିବାକୁ ଆଗରୁ ବହୁତ ଭଲ ଲାଗୁଥିଲା, ବା ଆପଣ ଖୁଶିରେ ସେହି କାମ କରୁଥିଲେ ହଠାତ ମଦ ପିଇବା ଆରମ୍ଭ କରିବାପରେ କଣ ଆପଣ ସେହି କାମ ଛାଡ଼ିଦେଲେ ?
  • ଏକରୁ ଅଧିକଥର ଆପଣ ଏଭଳି ପରିସ୍ଥିତିରେ ଆସିଥିଲେ କି ଯେଉଁଥିରେ ଆପଣ ନିଜେ ନିଜକୁ ଆଘାତ ଦେବାକୁ ଯାଉଥିଲେ, (ଗାଡ଼ି ଚଲେଇବା ସମୟରେ, ମେସିନ ଚଲେଇଲାବେଳେ କିମ୍ବା ଅସୁରକ୍ଷିତ ଯୌନ ସମ୍ଭୋଗ କରିବା ସମୟରେ) କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ?
  • ଯଦିଓ ଆପଣଙ୍କର ଦୁଃଶ୍ଚିନ୍ତା, ଅବସାଦ କିମ୍ବା ଗତ କିଛି ସମୟରେ କଣ ହୋଇଥିଲା ସବୁ ଭୁଲିଯିବା କିମ୍ବା ସ୍ୱାସ୍ଥ୍ୟରେ ଅବନତି ହେଲା ତଥାପି ଆପଣ ତାହା ଉପରେ ତାହା ଉପରେ ମଦ ପିଇଚାଲିଛନ୍ତି ?
  • ପୂର୍ବରୁ କମ ମାତ୍ରାରେ ମଦ୍ୟପାନ କଲାପରେ ଯେଉଁ ପ୍ରକାରର ନିଶା ଆପଣଙ୍କୁ ହେଉଥିଲା ଏବେ କଣ ତାହାଠାରୁ ଅନେକ ଅଧିକ ମାତ୍ରାରେ ମଦ୍ୟପାନ କରିବାକୁ ପଡୁଛି ?
  • ଆପଣଙ୍କୁ କଣ ଏମିତି ଲାଗିଥିଲା କି ଯେତେବେଳେ ଆପଣଙ୍କର ନିଶା ଛାଡ଼ିଗଲା ତାହାପରେ ମଧ୍ୟ ଅନେକ ସମୟ ଧରି ଆପଣଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ହୋଇଥିଲା ଯଥା: ନିଦ୍ରାହୀନତା, ଅସ୍ଥିରତା, ଚିଡ଼ ଚିଡ଼ା ହୋଇଯିବା, ଉଦବେଗରେ ରହିବା, ଅବସାଦଗ୍ରସ୍ତ ହୋଇଯିବା, ବାନ୍ତି ହେବ ବା ହେଲାଭଳି ଲାଗିବା, ଝାଳ ବୋହିବା ଆଦି ଘଟିଥିଲା କି?

ଯଦି ଉପରୋକ୍ତ ପ୍ରଶ୍ନ ମଧ୍ୟରୁ କୌଣସିଥିରେ ଆପଣ ହଁ କହିଛନ୍ତି, ତେବେ ଆପଣଙ୍କର ମଦ୍ୟ ପାନ, ମଦ୍ୟ ଆସକ୍ତି ରୂପ ନେଇ ସାରିଛି । ଯେତେ ଅଧିକ ପ୍ରଶ୍ନର ଆପଣ ହଁ ଉତ୍ତର ଦେଇଛନ୍ତି ଆପଣଙ୍କର ଅବସ୍ଥା ସେତେ ଅଧିକ ସାଙ୍ଘାତିକ । ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ସମାଜ ଓ ସଂସ୍କୃତି[ସମ୍ପାଦନା]

ISCD ୨୦୧୦ ସର୍ବେକ୍ଷଣ ଅନୁଯାୟୀ ଅନ୍ୟାନ୍ୟ ନିଶା ଦ୍ରବ୍ୟ ତୁଳନାରେ ମଦ୍ୟ ପାନ ଦ୍ୱାରାହିଁ ସବୁଠାରୁ ଅଧିକ ଆର୍ଥନୀତିକ କ୍ଷତି ହୋଇଥିଲା

ମଦ୍ୟ ଆସକ୍ତି କିଶୋର/କିଶୋରୀ ମାନଙ୍କର ଆତ୍ମହତ୍ୟା ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଯେଉଁ କିଶୋର ମଦ୍ୟ ଆସକ୍ତ ସେ ଆତ୍ମହତ୍ୟା କରିବା ଯିଏ ମଦ୍ୟ ଆସକ୍ତ ନୁହେଁ ତାହାଠାରୁ ୧୭ ଗୁଣା ଅଧିକ । [୩୮]

ସାମାଜିକ ଓ ଆର୍ଥନୀତିକ ଖର୍ଚ୍ଚ[ସମ୍ପାଦନା]

"After Whisky Driving Risky." ସୁରକ୍ଷା ଜନିତ ସ୍ଲୋଗାନ ଭାରତର ଲଦାଖରେ

ଅନେକ ଦୁର୍ଘଟଣା, ଗଣ୍ଡଗୋଳ, ଗାଡ଼ି ଚଳାଇବାରେ ଦୁର୍ଘଟଣା ଏବଂ ଅସୁରକ୍ଷିତ ଯୌନ ସମ୍ଭୋଗ, ଅଧିକ ମଦ୍ୟ ପାନ କରିବାଦ୍ୱାରା ହୋଇପାରେ । ମଦ ହିଁ ବିଶ୍ୱରେ ୧୮ ଲକ୍ଷ ଲୋକଙ୍କର ମୃତ୍ୟୁ ଓ ୫ କୋଟି ୮୩ ଲକ୍ଷ ବିକଳାଙ୍ଗ ହେବାର କାରଣ । ବିକଳାଙ୍ଗ ହୋଇଥିବା ସମସ୍ତ ଲୋକଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ମଦ୍ୟପାନ ଜନିତ ସ୍ନାୟବିକ ବିକାର (neuropsychiatric disorders) ଯୋଗୁଁ ହୋଇଛନ୍ତି ।[୩୯]

ଆଧାର[ସମ୍ପାଦନା]

  1. Association, American Psychiatric (2013). Diagnostic and statistical manual of mental disorders : DSM-5 (Fifth ed.). p. 490. ISBN 978-0-89042-557-2.
  2. "Alcohol Use Disorder: A Comparison Between DSM–IV and DSM–5". November 2013. Archived from the original on 18 May 2015. Retrieved 9 May 2015.
  3. Neil R.Carlson, C.Donald Heth. "Psychology: The Science of Behaviour". Pearson Canada Inc, 2010, p. 572.
  4. ୪.୦ ୪.୧ ୪.୨ McArdle, Paul (27 February 2008). "Alcohol abuse in adolescents". BMJ. 93 (6): 524–527. doi:10.1136/adc.2007.115840. PMID 18305075.
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
  6. https://www.washingtonpost.com/news/to-your-health/wp/2015/01/06/cdc-six-people-die-each-day-of-alcohol-poisoning-and-most-are-middle-aged-white-men/?noredirect=on&utm_term=.961cb9c1202a
  7. Dharitri. "ଭାରତରେ ମଦ୍ୟପାନ କରନ୍ତି ୧୬କୋଟି ଲୋକ". Dharitri.com (in ଇଂରାଜୀ). Retrieved 2019-02-21.
  8. "57 Million Indians Need Treatment for Alcohol Abuse: Govt Survey". The Wire. Retrieved 2019-02-21.
  9. DelhiFebruary 18, India Today Web Desk New; February 18, 2019UPDATED:; Ist, 2019 16:20. "16 crore Indians consume alcohol, these states being highest consumers: Survey". India Today (in ଇଂରାଜୀ). Retrieved 2019-02-21.
  10. Diagnostic and Statistical Manual of Mental Disorders (DSM-IV), 4th edition, Text Revision. Washington, DC: American Psychiatric Association; 2000.
  11. Dufour, MC; Archer, L; Gordis, E (1992). "Alcohol and the elderly". Clinics in Geriatric Medicine. 8 (1): 127–41. PMID 1576571.
  12. Moos, RH; Schutte, KK; Brennan, PL; Moos, BS (2009). "Older adults' alcohol consumption and late-life drinking problems: A 20-year perspective". Addiction. 104 (8): 1293–1302. doi:10.1111/j.1360-0443.2009.02604.x. PMC 2714873. PMID 19438836.
  13. Wilson, SR; Fink, A; Verghese, S; Beck, JC; Nguyen, K; Lavori, P (2007). "Adding an alcohol-related risk score to an existing categorical risk classification for older adults: Sensitivity to group differences". Journal of the American Geriatrics Society. 55 (3): 445–50. doi:10.1111/j.1532-5415.2007.01072.x. PMID 17341250.
  14. Wallace, C; Black, Damien J; Fothergill, Anne (2010). "Integrated assessment of older adults who misuse alcohol". Nursing Standard. 24 (33): 51–58. doi:10.7748/ns2010.04.24.33.51.c7718. PMID 20461924.
  15. ୧୫.୦ ୧୫.୧ ୧୫.୨ Courtney, Kelly E; Polich, John (January 2009). "Binge drinking in young adults: Data, definitions, and determinants". Psychological Bulletin. 135 (1): 142–56. doi:10.1037/a0014414. PMC 2748736. PMID 19210057.
  16. Phil Barker (7 October 2003). Psychiatric and mental health nursing: the craft of caring. London: Arnold. ISBN 978-0-340-81026-2. Archived from the original on 27 May 2013. Retrieved 17 December 2010.
  17. "Alcoholism and alcohol abuse". PubMed Health. A.D.A.M., Inc. Archived from the original on 3 December 2012. Retrieved 3 December 2012.
  18. Babor, TF.; Aguirre-Molina, M.; Marlatt, GA.; Clayton, R. (1999). "Managing alcohol problems and risky drinking". Am J Health Promot. 14 (2): 98–103. doi:10.4278/0890-1171-14.2.98. PMID 10724728.
  19. Fitzpatrick LE, Jackson M, Crowe SF (2008). "The relationship between alcoholic cerebellar degeneration and cognitive and emotional functioning". Neurosci Biobehav Rev. 32 (3): 466–85. doi:10.1016/j.neubiorev.2007.08.004. PMID 17919727.
  20. van Holst RJ, Schilt T (March 2011). "Drug-related decrease in neuropsychological functions of abstinent drug users". Curr Drug Abuse Rev. 4 (1): 42–56. doi:10.2174/1874473711104010042. PMID 21466500.
  21. Uekermann J, Daum I (May 2008). "Social cognition in alcoholism: a link to prefrontal cortex dysfunction?". Addiction. 103 (5): 726–35. doi:10.1111/j.1360-0443.2008.02157.x. PMID 18412750.
  22. Amrani, L; De Backer, L; Dom, G (2013). "Piekdrinken op jonge leeftijd: gevolgen voor neurocognitieve functies en genderverschillen" [Adolescent binge drinking: neurocognitive consequences and gender differences] (PDF). Tijdschr Psychiatr (in ଡଚ୍). 55 (9): 677–89. PMID 24046246. Archived (PDF) from the original on 2016-03-06.
  23. "Alcohol Abuse". Juvenile Justice Digest. 35 (2): 7. 2007-01-31. ISSN 0094-2413.
  24. Landesman-Dwyer, S (1982). "Maternal drinking and pregnancy outcome". Applied Research in Mental Retardation. 3 (3): 241–63. doi:10.1016/0270-3092(82)90018-2. PMID 7149705.
  25. Vorvick, Linda (August 15, 2011). "Fetal alcohol syndrome". PubMed Health. Archived from the original on 20 September 2012. Retrieved 9 April 2012.
  26. Batra, S.; Wrigley, ECW (April 2005). "Alcohol: The teratogen". Obstetrics & Gynecology: 308–309.
  27. Tripodi, SJ; Bender, K; Litschge, C; Vaughn, MG (January 2010). "Interventions for reducing adolescent alcohol abuse: a meta-analytic review". Archives of Pediatrics & Adolescent Medicine. 164 (1): 85–91. doi:10.1001/archpediatrics.2009.235. PMID 20048247.
  28. Martin, C.; Kelly, T.; Rayens, M.; Brogli, B.; Brenzel, A.; Smith, J.; Omar, O. (December 2002). "Sensation Seeking, Puberty, and Nicotine, Alcohol, and Marijuana Use in Adolescence". Journal of the American Academy of Child & Adolescent Psychiatry. 41 (12): 1495–1502. doi:10.1097/00004583-200212000-00022. PMID 12447037.
  29. Nixon, K.; McClain, JA. (May 2010). "Adolescence as a critical window for developing an alcohol use disorder: current findings in neuroscience". Current Opinion in Psychiatry. 23 (3): 227–32. doi:10.1097/YCO.0b013e32833864fe. PMC 3149806. PMID 20224404.
  30. Stewart, S.H. (May 1996). "Alcohol Abuse in Individuals Exposed to Trauma: A Critical Review". Psychological Bulletin. 120 (1): 83–112. CiteSeerX 10.1.1.529.4342. doi:10.1037/0033-2909.120.1.83. PMID 8711018.
  31. Bogren, A (2011). "Gender and alcohol: The swedish press debate". Journal of Gender Studies.
  32. Foxcroft, David R.; Moreira, Maria Teresa; Almeida Santimano, Nerissa M. L.; Smith, Lesley A. (2015-12-29). "Social norms information for alcohol misuse in university and college students". The Cochrane Database of Systematic Reviews (12): CD006748. doi:10.1002/14651858.CD006748.pub4. ISSN 1469-493X. PMID 26711838.
  33. Lewis, MA; Litt, DM; Blayney, JA; Lostutter, TW; Granato, H; Kilmer, JR; Lee, CM (2011). "They drink how much and where? Normative perceptions by drinking contexts and their association to college students' alcohol consumption". Journal of Studies on Alcohol and Drugs. 72 (5): 844–853. doi:10.15288/jsad.2011.72.844. PMC 3174028. PMID 21906511.
  34. Nepomuceno, Thyago Celso C.; de Moura, Jadielson Alves; e Silva, Lúcio Câmara; Cabral Seixas Costa, Ana Paula (December 2017). "Alcohol and violent behavior among football spectators: An empirical assessment of Brazilian's criminalization". International Journal of Law, Crime and Justice. 51: 34–44. doi:10.1016/j.ijlcj.2017.05.001. ISSN 1756-0616.
  35. Vélez-Mcevoy, M (2005). "Alcohol abuse and ethnicity". AAOHN Journal. 53 (4): 152–155. PMID 15853289.
  36. Herman, Judith (1997). Trauma and Recovery: The Aftermath of Violence – from domestic abuse to political terror. pp. 44–45. ISBN 978-0-465-08730-3.
  37. "Alcohol Use Disorder – National Institute on Alcohol Abuse and Alcoholism". www.niaaa.nih.gov.
  38. Groves, SA.; Stanley, BH.; Sher, L. (2007). "Ethnicity and the relationship between adolescent alcohol use and suicidal behavior". Int J Adolesc Med Health. 19 (1): 19–25. doi:10.1515/IJAMH.2007.19.1.19. PMID 17458320.
  39. "Global status report on alcohol and health 2014". World Health Organization. Archived from the original on 15 September 2017. Retrieved 24 July 2017.

ବାହ୍ୟ ଆଧାର[ସମ୍ପାଦନା]