Jump to content

ଅପାମାର୍ଗ

ଉଇକିପିଡ଼ିଆ‌ରୁ
(Achyranthes asperaରୁ ଲେଉଟି ଆସିଛି)

ଅପାମାର୍ଗ
ଅପାମାର୍ଗ ଫୁଲ
Scientific classification
Kingdom:
(unranked):
(unranked):
Eudicots
(unranked):
Core eudicots
Order:
Caryophyllales
Family:
Amaranthaceae
Genus:
Achyranthes
Binomial name
Achyranthes aspera

ଅପାମାର୍ଗ ଏକ ପ୍ରକାର ଗୁଳ୍ମ ଜାତୀୟ ଉଦ୍ଭିଦ। ଉଚ୍ଚତାରେ ପ୍ରାୟ ଦେଢ଼ଫୁଟରୁ ଦୁଇଫୁଟ ହୋଇଥାଏ। ଗଛର ରଙ୍ଗ ଅନୁସାରେ ଧଳା ଓ ଲାଲ୍ ଭେଦରେ ଏହା ଦୁଇପ୍ରକାରର। ଲାଲ୍ ଅପାମାର୍ଗ ଅପେକ୍ଷା ଧଳା ଅପାମାର୍ଗ ଅଧିକ ଗୁଣକାରୀ। ଏଇ ପ୍ରକାରର ଆଉ ଏକ ପ୍ରକାରର ଗଛ ଦେଖାଯାଏ ଯାହାକୁ ଲୋକେ ମଇଁଷିଆ ଅପାମାର୍ଗ କହିଥାନ୍ତି, କିନ୍ତୁ ଅପାମାର୍ଗର କୌଣସି ଗୁଣ ଏଥିରେ ନ ଥାଏ। ଏହା ଏକ ଉପକାରୀ ଗଛ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅପାମାର୍ଗ, ଅପାମାରଙ୍ଗ
ସଂସ୍କୃତ କିଣିହୀ, ଶିଖରୀ, ଅପାମାର୍ଗ, ଦୁର୍ଗ୍ରହା, ମର୍କଟୀ, ମୟୁରକ, ଅଧଃଶଲ୍ୟ, ସହଦେବୀ, ଅମରବିଳାସ, ଭୟନାଶିନୀ, ଖରମଞ୍ଜରୀ, ମହାମାୟା
ହିନ୍ଦୀ ଚିରିଚିରା, ଲଟ୍ ଜିରା, ତଙ୍ଗା
ତେଲୁଗୁ ଦୁଂଗିନିକେ, ଉତ୍ ରେଣୀ
ବଙ୍ଗଳା ଅପାଂ, ଆପାଙ୍, ଆପାଂ

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଏହା ଅଳ୍ପକଟୁମିଶ୍ରିତ ତିକ୍ତ ରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଧାରକ, ପାଚକ, ଅଗ୍ନିବର୍ଧକ, ମଳରୋଧକ ଓ ରୁଚିକାରକ।

ବ୍ୟବହାର

[ସମ୍ପାଦନା]

ଏହାର ସର୍ବାଙ୍ଗ, ବିଶେଷ କରି ମୂଳ ଓ ପତ୍ର ଔଷଧରୂପେ ବ୍ୟବହାର କରାଯାଏ। ଦନ୍ତରୋଗ, ଅର୍ଶ, ଚର୍ମରୋଗ, ମେଦବୃଦ୍ଧି, ବିଛା, ମହୁମାଛି, କଙ୍କଡ଼ାବିଛା ଆଦିର ବିଷ ନିବାରଣ, କଟାଘା’, ଆମଦୋଷ, ରକ୍ତସ୍ରାବ, କୃମି ଆଦିର ନିବାରଣ ଇତ୍ୟାଦିରେ ଏହାର ପ୍ରୟୋଗ କରାଯାଇଥାଏ। ଏହାର ମୂଳ, ପତ୍ର ଅଥବା ଚେରରେ ଦାନ୍ତ ଘସିଲେ ଦାନ୍ତର ଯାବତୀୟ ରୋଗ ଦୂର ହୋଇଥାଏ।

ବାହାର ଆଧାର

[ସମ୍ପାଦନା]
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।