ୱେଷ୍ଟ ନାଇଲ ଫିଭର
ୱେଷ୍ଟ ନାଇଲ ଫିଭର (West Nile fever) | |
---|---|
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ଶୂନ୍ୟ, ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash)[୧] |
ଆକ୍ରାନ୍ତ ସମୟ | ସଂସ୍ପର୍ଶରେ ଆସିବାର ୨-୧୪ ଦିନ ପରେ [୧] |
ଅବଧି | କିଛି ସପ୍ତାହରୁ କିଛି ମାସ [୧] |
କାରଣ | ୱେଷ୍ଟ ନାଇଲ ଭୂତାଣୁ (ମଶାଦ୍ୱାରା mosquito) ବ୍ୟାପେ [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି [୧] |
ପ୍ରତିକାର | ମଶାଙ୍କୁ ନିର୍ମୂଳ, ମଶା କାମୁଡ଼ା ପ୍ରତିଷେଧ [୧] |
ଚିକିତ୍ସା | ସାହାଯ୍ୟକାରୀ ଯତ୍ନ (Supportive care) ଯନ୍ତ୍ରଣା ନିବାରକ ଔଷଧ[୧] |
Prognosis | ସାଂଘାତିକ ରୋଗୀଙ୍କ ମଧ୍ୟରୁ ୧୦% ମୃତ୍ୟୁ [୧] |
ୱେଷ୍ଟ ନାଇଲ ଫିଭର (ଇଂରାଜୀ ଭାଷାରେ West Nile fever) ଏକ ଭୂତାଣୁ ଜନିତ (viral infection) ସଂକ୍ରମଣ ଯାହା ମଶାଙ୍କଦ୍ୱାରା (mosquito) ବ୍ୟାପିଥାଏ ।[୧] ସଂକ୍ରମଣ ପରେ ପ୍ରାୟ ୭୫% ଲୋକଙ୍କର ସାମାନ୍ୟ ଲକ୍ଷଣ (few) ଦେଖାଯାଏ ଓ ଅନେକ ଲୋକଙ୍କର ଆଦୌ ଲକ୍ଷଣ ଦେଖାଯାଏ ନାହିଁ (no symptoms) । [୧] ପ୍ରାୟ ୨୦% ଲୋକଙ୍କର ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash) ଇତ୍ୟାଦି ଲକ୍ଷଣ ଦେଖାଯାଏ । [୧] ଏକ ଶତାଂଶରୁ କମ ଲୋକଙ୍କର ରୋଗ ଜଟିଳ ହୋଇ ଏନସେଫାଲାଇଟିସ (encephalitis) ଓ ମେନିଞ୍ଜାଇଟିସ୍ ଆଦି ରୋଗ ହୁଏ ଯେଉଁଥିରେ ଅନମନୀୟ ବେକ, ମାନସିକ ଦ୍ୱନ୍ଦ୍ୱ ହୁଏ ଓ ବାତ ମାରେ ।[୧] ଏହାର ଉପଶମ ହେବା ନିମନ୍ତେ ସପ୍ତାହ ଓ ମାସ ବ୍ୟାପି ସମୟ ଲାଗେ । [୧] ସ୍ନାୟୁ ମଣ୍ଡଳ (nervous system) ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । [୧]
ୱେଷ୍ଟ ନାଇଲ ଭୂତାଣୁ (West Nile virus) ସଂକ୍ରମିତ ମଶାଙ୍କଦ୍ୱାରା ବ୍ୟାପିଥାଏ ।[୧] ସଂକ୍ରମିତ ପକ୍ଷୀଙ୍କର ରକ୍ତ ଶୋଷିନେଲେ ମଶାମାନେ ସଂକ୍ରମିତ ହୁଅନ୍ତି ।[୧] ଏହି ରୋଗ ରକ୍ତାଧାନ (blood transfusion), ଅଙ୍ଗ ପ୍ରତିରୋପଣ, ଗର୍ଭାବସ୍ଥାରେ ମାତାଠାରୁ ଶିଶୁ, ପ୍ରସବ ବା ସ୍ତନ୍ୟପାନ ଇତ୍ୟାଦି ମାଧ୍ୟମରେ ବ୍ୟାପେନାହିଁ । [୧] ମଣିଷଠାରୁ ମଣିଷକୁ ମଧ୍ୟ ବ୍ୟାପେନାହିଁ ।[୨] ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବା ୬୦ ବର୍ଷ ବୟସରୁ ଅଧିକ ହୋଇଥିଲେ ରୋଗ ସାଂଘାତିକ ହୁଏ ।[୧] ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]
ମଣିଷ ନିମନ୍ତେ ଏହି ରୋଗର କୌଣସି ଟିକା (vaccine) ଆବିଷ୍କୃତ ହୋଇନାହିଁ ।[୧] ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ମଶା କାମୁଡ଼ାରୁ ରକ୍ଷା ପାଇବା ଉପାୟ ସାଧନ କରିବା ଆବଶ୍ୟକ ।[୧] କୌଣସି ସ୍ଥାନରେ ସ୍ଥିର ଜଳ ଥିଲେ, ଯେପରିକି ପୁରୁଣା ଗାଡ଼ି ଟାୟାର, ବାଲ୍ଟି, ନାଳ ଓ ସ୍ୱିମିଙ୍ଗ ପୁଲ, ତାହାକୁ ବାହାର କରିବାକୁ ଉପଦେଶ ଦିଆଯାଏ । [୧] ମଶା ତଡ଼ିବା ଔଷଧ (Mosquito repellent), ଝରକା ପରଦା (window screens), ମଶାରୀ (mosquito nets) ବ୍ୟବହାର କରାଯାଏ ଓ ଅଧିକ ମଶା ଥିବା ସ୍ଥାନ ନ ଯିବାକୁ ଉପଦେଶ ଦିଆଯାଏ । [୧][୨] ଏହାର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ ଯନ୍ତ୍ରଣା ନିବାରକ ଔଷଧ (pain medications) ଦିଆଯାଏ । [୧]
ୱେଷ୍ଟ ନାଇଲ ଫିଭର ରୋଗ ସାଧାରଣତଃ ୟୁରୋପ, ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକା ମହାଦେଶମାନଙ୍କରେ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ହଜାର ହଜାର ଲୋକଙ୍କୁ ଏହି ରୋଗ ହେଉଥିବାର ରିପୋର୍ଟ ମିଳେ ଓ ଅଗଷ୍ଟ ଓ ସେପ୍ଟେମ୍ବର ମାସମାନଙ୍କରେ ଅଧିକ ହୁଏ ।[୩] ମହାମାରୀ ଆକାର ମଧ୍ୟ ଏ ରୋଗ ଧାରଣ କରିପାରେ ।[୨] ସନ ୧୯୩୭ରେ ଉଗାଣ୍ଡା (Uganda) ଦେଶରେ ଓ ଉତ୍ତର ଆମେରିକାରେ ସନ ୧୯୯୦ରେ ପ୍ରଥମେ ଆବିଷ୍କୃତ ହୋଇଥିଲା ।[୧][୨] ଏହି ରୋଗ ଘୋଡ଼ାମାନଙ୍କୁ ହୁଏ ଓ ତାଙ୍କ ନିମନ୍ତେ ଟିକା ମିଳେ ।[୨] ସମ୍ଭାନ୍ୟ ରୋଗ ନିମନ୍ତେ ପକ୍ଷୀ ପର୍ଯ୍ୟବେକ୍ଷଣ ପ୍ରଣାଳୀ ନିଯୁକ୍ତ କରିବା ଆବଶ୍ୟକ । [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ ୧.୨୫ "General Questions About West Nile Virus". www.cdc.gov (in ଆମେରିକୀୟ ଇଂରାଜୀ). 19 October 2017. Archived from the original on 26 October 2017. Retrieved 26 October 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "West Nile virus". World Health Organization. July 2011. Archived from the original on 18 October 2017. Retrieved 28 October 2017.
- ↑ "Final Cumulative Maps and Data | West Nile Virus | CDC". www.cdc.gov (in ଆମେରିକୀୟ ଇଂରାଜୀ). 24 October 2017. Archived from the original on 27 October 2017. Retrieved 28 October 2017.