Jump to content

ୱେଷ୍ଟ ନାଇଲ ଫିଭର

ଉଇକିପିଡ଼ିଆ‌ରୁ
ୱେଷ୍ଟ ନାଇଲ ଫିଭର (West Nile fever)
ୱେଷ୍ଟ ନାଇଲ ଭୁତାଣୁ (West Nile virus)
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଶୂନ୍ୟ, ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash)[]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୨-୧୪ ଦିନ ପରେ []
ଅବଧିକିଛି ସପ୍ତାହରୁ କିଛି ମାସ []
କାରଣୱେଷ୍ଟ ନାଇଲ ଭୂତାଣୁ (ମଶାଦ୍ୱାରା mosquito) ବ୍ୟାପେ []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି []
ପ୍ରତିକାରମଶାଙ୍କୁ ନିର୍ମୂଳ, ମଶା କାମୁଡ଼ା ପ୍ରତିଷେଧ []
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care) ଯନ୍ତ୍ରଣା ନିବାରକ ଔଷଧ[]
Prognosisସାଂଘାତିକ ରୋଗୀଙ୍କ ମଧ୍ୟରୁ ୧୦% ମୃତ୍ୟୁ []

ୱେଷ୍ଟ ନାଇଲ ଫିଭର (ଇଂରାଜୀ ଭାଷାରେ West Nile fever) ଏକ ଭୂତାଣୁ ଜନିତ (viral infection) ସଂକ୍ରମଣ ଯାହା ମଶାଙ୍କଦ୍ୱାରା (mosquito) ବ୍ୟାପିଥାଏ ।[] ସଂକ୍ରମଣ ପରେ ପ୍ରାୟ ୭୫% ଲୋକଙ୍କର ସାମାନ୍ୟ ଲକ୍ଷଣ (few) ଦେଖାଯାଏ ଓ ଅନେକ ଲୋକଙ୍କର ଆଦୌ ଲକ୍ଷଣ ଦେଖାଯାଏ ନାହିଁ (no symptoms) । [] ପ୍ରାୟ ୨୦% ଲୋକଙ୍କର ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash) ଇତ୍ୟାଦି ଲକ୍ଷଣ ଦେଖାଯାଏ । [] ଏକ ଶତାଂଶରୁ କମ ଲୋକଙ୍କର ରୋଗ ଜଟିଳ ହୋଇ ଏନସେଫାଲାଇଟିସ (encephalitis) ଓ ମେନିଞ୍ଜାଇଟିସ୍ ଆଦି ରୋଗ ହୁଏ ଯେଉଁଥିରେ ଅନମନୀୟ ବେକ, ମାନସିକ ଦ୍ୱନ୍ଦ୍ୱ ହୁଏ ଓ ବାତ ମାରେ ।[] ଏହାର ଉପଶମ ହେବା ନିମନ୍ତେ ସପ୍ତାହ ଓ ମାସ ବ୍ୟାପି ସମୟ ଲାଗେ । [] ସ୍ନାୟୁ ମଣ୍ଡଳ (nervous system) ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । []

ୱେଷ୍ଟ ନାଇଲ ଭୂତାଣୁ (West Nile virus) ସଂକ୍ରମିତ ମଶାଙ୍କଦ୍ୱାରା ବ୍ୟାପିଥାଏ ।[] ସଂକ୍ରମିତ ପକ୍ଷୀଙ୍କର ରକ୍ତ ଶୋଷିନେଲେ ମଶାମାନେ ସଂକ୍ରମିତ ହୁଅନ୍ତି ।[] ଏହି ରୋଗ ରକ୍ତାଧାନ (blood transfusion), ଅଙ୍ଗ ପ୍ରତିରୋପଣ, ଗର୍ଭାବସ୍ଥାରେ ମାତାଠାରୁ ଶିଶୁ, ପ୍ରସବ ବା ସ୍ତନ୍ୟପାନ ଇତ୍ୟାଦି ମାଧ୍ୟମରେ ବ୍ୟାପେନାହିଁ । [] ମଣିଷଠାରୁ ମଣିଷକୁ ମଧ୍ୟ ବ୍ୟାପେନାହିଁ ।[] ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବା ୬୦ ବର୍ଷ ବୟସରୁ ଅଧିକ ହୋଇଥିଲେ ରୋଗ ସାଂଘାତିକ ହୁଏ ।[] ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[]

ମଣିଷ ନିମନ୍ତେ ଏହି ରୋଗର କୌଣସି ଟିକା (vaccine) ଆବିଷ୍କୃତ ହୋଇନାହିଁ ।[] ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ମଶା କାମୁଡ଼ାରୁ ରକ୍ଷା ପାଇବା ଉପାୟ ସାଧନ କରିବା ଆବଶ୍ୟକ ।[] କୌଣସି ସ୍ଥାନରେ ସ୍ଥିର ଜଳ ଥିଲେ, ଯେପରିକି ପୁରୁଣା ଗାଡ଼ି ଟାୟାର, ବାଲ୍ଟି, ନାଳ ଓ ସ୍ୱିମିଙ୍ଗ ପୁଲ, ତାହାକୁ ବାହାର କରିବାକୁ ଉପଦେଶ ଦିଆଯାଏ । [] ମଶା ତଡ଼ିବା ଔଷଧ (Mosquito repellent), ଝରକା ପରଦା (window screens), ମଶାରୀ (mosquito nets) ବ୍ୟବ‌ହାର କରାଯାଏ ଓ ଅଧିକ ମଶା ଥିବା ସ୍ଥାନ ନ ଯିବାକୁ ଉପଦେଶ ଦିଆଯାଏ । [][] ଏହାର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ ଯନ୍ତ୍ରଣା ନିବାରକ ଔଷଧ (pain medications) ଦିଆଯାଏ । []

ୱେଷ୍ଟ ନାଇଲ ଫିଭର ରୋଗ ସାଧାରଣତଃ ୟୁରୋପ, ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକା ମହାଦେଶମାନଙ୍କରେ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ହଜାର ହଜାର ଲୋକଙ୍କୁ ଏହି ରୋଗ ହେଉଥିବାର ରିପୋର୍ଟ ମିଳେ ଓ ଅଗଷ୍ଟ ଓ ସେପ୍ଟେମ୍ବର ମାସମାନଙ୍କରେ ଅଧିକ ହୁଏ ।[] ମହାମାରୀ ଆକାର ମଧ୍ୟ ଏ ରୋଗ ଧାରଣ କରିପାରେ ।[] ସନ ୧୯୩୭ରେ ଉଗାଣ୍ଡା (Uganda) ଦେଶରେ ଓ ଉତ୍ତର ଆମେରିକାରେ ସନ ୧୯୯୦ରେ ପ୍ରଥମେ ଆବିଷ୍କୃତ ହୋଇଥିଲା ।[][] ଏହି ରୋଗ ଘୋଡ଼ାମାନଙ୍କୁ ହୁଏ ଓ ତାଙ୍କ ନିମନ୍ତେ ଟିକା ମିଳେ ।[] ସମ୍ଭାନ୍ୟ ରୋଗ ନିମନ୍ତେ ପକ୍ଷୀ ପର୍ଯ୍ୟବେକ୍ଷଣ ପ୍ରଣାଳୀ ନିଯୁକ୍ତ କରିବା ଆବଶ୍ୟକ । []

  1. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 "General Questions About West Nile Virus". www.cdc.gov (in ଆମେରିକୀୟ ଇଂରାଜୀ). 19 October 2017. Archived from the original on 26 October 2017. Retrieved 26 October 2017.
  2. 1 2 3 4 5 6 "West Nile virus". World Health Organization. July 2011. Archived from the original on 18 October 2017. Retrieved 28 October 2017.
  3. "Final Cumulative Maps and Data | West Nile Virus | CDC". www.cdc.gov (in ଆମେରିକୀୟ ଇଂରାଜୀ). 24 October 2017. Archived from the original on 27 October 2017. Retrieved 28 October 2017.