ୱେଷ୍ଟ ନାଇଲ ଫିଭର

ଉଇକିପିଡ଼ିଆ‌ରୁ
ୱେଷ୍ଟ ନାଇଲ ଫିଭର (West Nile fever)
ୱେଷ୍ଟ ନାଇଲ ଭୁତାଣୁ (West Nile virus)
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଶୂନ୍ୟ, ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash)[୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୨-୧୪ ଦିନ ପରେ [୧]
ଅବଧିକିଛି ସପ୍ତାହରୁ କିଛି ମାସ [୧]
କାରଣୱେଷ୍ଟ ନାଇଲ ଭୂତାଣୁ (ମଶାଦ୍ୱାରା mosquito) ବ୍ୟାପେ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି [୧]
ପ୍ରତିକାରମଶାଙ୍କୁ ନିର୍ମୂଳ, ମଶା କାମୁଡ଼ା ପ୍ରତିଷେଧ [୧]
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care) ଯନ୍ତ୍ରଣା ନିବାରକ ଔଷଧ[୧]
Prognosisସାଂଘାତିକ ରୋଗୀଙ୍କ ମଧ୍ୟରୁ ୧୦% ମୃତ୍ୟୁ [୧]

ୱେଷ୍ଟ ନାଇଲ ଫିଭର (ଇଂରାଜୀ ଭାଷାରେ West Nile fever) ଏକ ଭୂତାଣୁ ଜନିତ (viral infection) ସଂକ୍ରମଣ ଯାହା ମଶାଙ୍କଦ୍ୱାରା (mosquito) ବ୍ୟାପିଥାଏ ।[୧] ସଂକ୍ରମଣ ପରେ ପ୍ରାୟ ୭୫% ଲୋକଙ୍କର ସାମାନ୍ୟ ଲକ୍ଷଣ (few) ଦେଖାଯାଏ ଓ ଅନେକ ଲୋକଙ୍କର ଆଦୌ ଲକ୍ଷଣ ଦେଖାଯାଏ ନାହିଁ (no symptoms) । [୧] ପ୍ରାୟ ୨୦% ଲୋକଙ୍କର ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash) ଇତ୍ୟାଦି ଲକ୍ଷଣ ଦେଖାଯାଏ । [୧] ଏକ ଶତାଂଶରୁ କମ ଲୋକଙ୍କର ରୋଗ ଜଟିଳ ହୋଇ ଏନସେଫାଲାଇଟିସ (encephalitis) ଓ ମେନିଞ୍ଜାଇଟିସ୍ ଆଦି ରୋଗ ହୁଏ ଯେଉଁଥିରେ ଅନମନୀୟ ବେକ, ମାନସିକ ଦ୍ୱନ୍ଦ୍ୱ ହୁଏ ଓ ବାତ ମାରେ ।[୧] ଏହାର ଉପଶମ ହେବା ନିମନ୍ତେ ସପ୍ତାହ ଓ ମାସ ବ୍ୟାପି ସମୟ ଲାଗେ । [୧] ସ୍ନାୟୁ ମଣ୍ଡଳ (nervous system) ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । [୧]

ୱେଷ୍ଟ ନାଇଲ ଭୂତାଣୁ (West Nile virus) ସଂକ୍ରମିତ ମଶାଙ୍କଦ୍ୱାରା ବ୍ୟାପିଥାଏ ।[୧] ସଂକ୍ରମିତ ପକ୍ଷୀଙ୍କର ରକ୍ତ ଶୋଷିନେଲେ ମଶାମାନେ ସଂକ୍ରମିତ ହୁଅନ୍ତି ।[୧] ଏହି ରୋଗ ରକ୍ତାଧାନ (blood transfusion), ଅଙ୍ଗ ପ୍ରତିରୋପଣ, ଗର୍ଭାବସ୍ଥାରେ ମାତାଠାରୁ ଶିଶୁ, ପ୍ରସବ ବା ସ୍ତନ୍ୟପାନ ଇତ୍ୟାଦି ମାଧ୍ୟମରେ ବ୍ୟାପେନାହିଁ । [୧] ମଣିଷଠାରୁ ମଣିଷକୁ ମଧ୍ୟ ବ୍ୟାପେନାହିଁ ।[୨] ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବା ୬୦ ବର୍ଷ ବୟସରୁ ଅଧିକ ହୋଇଥିଲେ ରୋଗ ସାଂଘାତିକ ହୁଏ ।[୧] ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ମଣିଷ ନିମନ୍ତେ ଏହି ରୋଗର କୌଣସି ଟିକା (vaccine) ଆବିଷ୍କୃତ ହୋଇନାହିଁ ।[୧] ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ମଶା କାମୁଡ଼ାରୁ ରକ୍ଷା ପାଇବା ଉପାୟ ସାଧନ କରିବା ଆବଶ୍ୟକ ।[୧] କୌଣସି ସ୍ଥାନରେ ସ୍ଥିର ଜଳ ଥିଲେ, ଯେପରିକି ପୁରୁଣା ଗାଡ଼ି ଟାୟାର, ବାଲ୍ଟି, ନାଳ ଓ ସ୍ୱିମିଙ୍ଗ ପୁଲ, ତାହାକୁ ବାହାର କରିବାକୁ ଉପଦେଶ ଦିଆଯାଏ । [୧] ମଶା ତଡ଼ିବା ଔଷଧ (Mosquito repellent), ଝରକା ପରଦା (window screens), ମଶାରୀ (mosquito nets) ବ୍ୟବ‌ହାର କରାଯାଏ ଓ ଅଧିକ ମଶା ଥିବା ସ୍ଥାନ ନ ଯିବାକୁ ଉପଦେଶ ଦିଆଯାଏ । [୧][୨] ଏହାର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ ଯନ୍ତ୍ରଣା ନିବାରକ ଔଷଧ (pain medications) ଦିଆଯାଏ । [୧]

ୱେଷ୍ଟ ନାଇଲ ଫିଭର ରୋଗ ସାଧାରଣତଃ ୟୁରୋପ, ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକା ମହାଦେଶମାନଙ୍କରେ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ହଜାର ହଜାର ଲୋକଙ୍କୁ ଏହି ରୋଗ ହେଉଥିବାର ରିପୋର୍ଟ ମିଳେ ଓ ଅଗଷ୍ଟ ଓ ସେପ୍ଟେମ୍ବର ମାସମାନଙ୍କରେ ଅଧିକ ହୁଏ ।[୩] ମହାମାରୀ ଆକାର ମଧ୍ୟ ଏ ରୋଗ ଧାରଣ କରିପାରେ ।[୨] ସନ ୧୯୩୭ରେ ଉଗାଣ୍ଡା (Uganda) ଦେଶରେ ଓ ଉତ୍ତର ଆମେରିକାରେ ସନ ୧୯୯୦ରେ ପ୍ରଥମେ ଆବିଷ୍କୃତ ହୋଇଥିଲା ।[୧][୨] ଏହି ରୋଗ ଘୋଡ଼ାମାନଙ୍କୁ ହୁଏ ଓ ତାଙ୍କ ନିମନ୍ତେ ଟିକା ମିଳେ ।[୨] ସମ୍ଭାନ୍ୟ ରୋଗ ନିମନ୍ତେ ପକ୍ଷୀ ପର୍ଯ୍ୟବେକ୍ଷଣ ପ୍ରଣାଳୀ ନିଯୁକ୍ତ କରିବା ଆବଶ୍ୟକ । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ ୧.୨୫ "General Questions About West Nile Virus". www.cdc.gov (in ଆମେରିକୀୟ ଇଂରାଜୀ). 19 October 2017. Archived from the original on 26 October 2017. Retrieved 26 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "West Nile virus". World Health Organization. July 2011. Archived from the original on 18 October 2017. Retrieved 28 October 2017.
  3. "Final Cumulative Maps and Data | West Nile Virus | CDC". www.cdc.gov (in ଆମେରିକୀୟ ଇଂରାଜୀ). 24 October 2017. Archived from the original on 27 October 2017. Retrieved 28 October 2017.