ହୋମାଇ ବ୍ୟାରାୱାଲା

ଉଇକିପିଡ଼ିଆ‌ରୁ
ହୋମାଇ ବ୍ୟାରାୱାଲା
ହୋମାଇ ବ୍ୟାରାୱାଲା
ଜନ୍ମ(1913-12-09)୯ ଡିସେମ୍ବର ୧୯୧୩
ମୃତ୍ୟୁ୧୫ ଜାନୁଆରୀ ୨୦୧୨(2012-01-15) (ବୟସ ୯୮)
ଜାତୀୟତାଭାରତୀୟ
ଶିକ୍ଷାSir J. J. School of Art
ବୃତ୍ତିPhotojournalist
ଜୀବନସାଥୀମାନେକ୍‌ଶା ବ୍ୟାରାୱାଲା (ମୃତ୍ୟୁ:୧୯୬୯)
ସନ୍ତାନFarouq[୧]

ହୋମାଇ ବ୍ୟାରାୱାଲା (୯ ଡିସେମ୍ବର ୧୯୧୩ - ୧୫ ଜାନୁଆରୀ ୨୦୧୨), ସାଧାରଣରେ ଡାଲ୍‌ଡା ୧୩ ଭାବେ ଜଣାଶୁଣା, ପ୍ରଥମ ଭାରତୀୟ ମହିଳା ଛାୟାଚିତ୍ର ସାମ୍ବାଦିକ[୨][୩] ସେ ୧୯୩୦ର ଶେଷରେ କାମ ଆରମ୍ଭ କରିଥିଲେ ଓ ୧୯୭୦ର ଆରମ୍ଭରେ ଅବସର ନେଇଥିଲେ । ୨୦୧୧ରେ ସେ, ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପାଇଥିଲେ ।[୪][୫]

ଆଦ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ହୋମାଇ ବ୍ୟାରାୱାଲା ୯ ଡିସେମ୍ବର ୧୯୧୩ରେ ନବସାରୀରେ ଏକ ପାର୍ସୀ ପରିବାରରେ ଜନ୍ମ ହୋଇଥିଲେ ।[୬][୭][୮] ବ୍ୟାରାୱାଲା ତାଙ୍କ ପିଲାଦିନ ତାଙ୍କ ବାପାଙ୍କ ଥିଏଟର୍ କମ୍ପାନୀରେ ବିଭିନ୍ନ ଯାଗା ବୁଲି ବୁଲି କଟାଇଥିଲେ ।[୯] ବମ୍ବେ ଯିବା ପରେ, ସେ ବମ୍ବେ ବିଶ୍ୱବିଦ୍ୟାଳୟସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ୍‌ସରେ ପଢ଼ିଥିଲେ ।[୧୦]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବ୍ୟାରାୱାଲା ଟାଇମ୍‌ସ ଅଫ୍ ଇଣ୍ଡିଆର ଲେଖାପାଳ ମାନେକ୍‌ସା ଜାମ୍‌ସେଟ୍‌ଜି ବ୍ୟାରାୱାଲାଙ୍କୁ ବିବାହ କରିଥିଲେ ।[୧୧] ୧୯୭୦ରେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ଏକ ବର୍ଷ ପରେ, ସେ ଛାୟା ଚିତ୍ରତ୍ତୋଳନ ଛାଡ଼ିଦେଇଥିଲେ ଓ ନୂତନ ପୀଢ଼ିର ଲୁଚାଚୋରା ସଂସ୍କୃତିରେ କାମ କରିବା ପସନ୍ଦ କରିନଥିଲେ ।[୧୨] [୧୩]

ହୋମାଇ ପରେ ରାଜସ୍ଥାନର ପିଲାନୀକୁ, ବିର୍ଲା ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନ ପ୍ରତିଷ୍ଠାନରେ ପଢ଼ୁଥିବା ତାଙ୍କର ପୁତ୍ର ଫାରୁକଙ୍କ ସ‌ହ ସ୍ଥାନାନ୍ତରିତ ହୋଇଥିଲେ । ୧୯୮୨ରେ ସେ ତାଙ୍କ ପୁଅ ସ‌ହ ବଦୋଦରା ଫେରିଥିଲେ ।[୧୪] ୧୯୮୯ରେ କର୍କଟ ରୋଗରେ ପୁଅର ମୃତ୍ୟୁ ପରେ ସେ ବଦୋଦରାସ୍ଥିତ ତାଙ୍କ ଛୋଟ ଆପାର୍ଟମାଣ୍ଟରେ ଏକା ରହୁଥିଲେ ଓ ବଗିଚା କାମରେ ସମୟ ଅତିବାହିତ କରୁଥିଲେ ।[୧୫]

ବୃତ୍ତି[ସମ୍ପାଦନା]

ବ୍ୟାରାୱାଲା ନିଜର ବୃତ୍ତି ୧୯୩୦ରେ ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୂଦ୍ଧ ବେଳେ ସେ ମୁମ୍ବାଇସ୍ଥିତ ଦି ଇଲୁଷ୍ଟ୍ରେଟେଡ୍ ଉଇକ୍ ଅଫ୍ ଇଣ୍ଡିଆରେ କାମ କରୁଥିଲେ, ଯାହା ତାଙ୍କର ବ‌ହୁତ କଳା ଧଳା ଛାୟାଚିତ୍ର ପ୍ରକାଶ କରିଥିଲା ଓ ପରେ ସେଗୁଡ଼ିକ ପ୍ରସିଦ୍ଧ ଲାଭ କରିଥିଲା ।[୧୬] ବୃତ୍ତିର ଆରମ୍ଭରେ, ବ୍ୟାରାୱାଲା ଜଣେ ମହିଳା ଓ ଅଜ୍ଞାତ ଥିବା ହେତୁ ତାଙ୍କ କାମଗୁଡ଼ିକ ତାଙ୍କ ସ୍ୱାମୀଙ୍କ ନାମରେ ପ୍ରକାଶ ପାଉଥିଲା ।[୧୭]

ଘଟଣାକ୍ରମରେ ତାଙ୍କ ଛାୟାଚିତ୍ର ଜାତୀୟ ସ୍ତରରେ ପରିଚିତ ହେବାକୁ ଲାଗିଲା, ମୁଖ୍ୟତଃ ୧୯୪୨ରେ ବ୍ରିଟିଶ ସୂଚନା ସେବା, ଦିଲ୍ଲୀରେ ଯୋଗ ଦେବା ପରେ, ଯେଉଁଠାରେ ସେ ଗଣମାଧ୍ୟମର ଚିତ୍ରୋତ୍ତଳକ ଭାବେ ବ‌ହୁତ ରାଜନୀତିଜ୍ଞ ଓ ଜାତୀୟ ନେତା, ଯଥା: ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା, ଇନ୍ଦିରା ଗାନ୍ଧୀନେହେରୁ-ଗାନ୍ଧୀ ପରିବାରର ଛାୟାଚିତ୍ର ଉତ୍ତୋଳନ କରିଥିଲେ ।[୧୭]

ତାଙ୍କ ମନପସନ୍ଦର ଚରିତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଥିଲେ । ତାଙ୍କର ବ‌ହୁ ଛାୟାଚିତ୍ର ଛଦ୍କ ନାମ ଡାଲ୍‌ଡା ୧୩ ନାମରେ ପ୍ରକାଶିତ ହୋଇଥିଲା । ଏହା ପଛରେ କାରଣ ଥିଲା, ତାଙ୍କ ଜନ୍ମ ମସିହା ୧୯୧୩, ସ୍ୱାମୀଙ୍କୁ ୧୩ ବର୍ଷ ବୟସରେ ଭେଟିଥିଲେ, ପ୍ରଥମ କାର୍‌ର ନମ୍ବର ଡିଏଲ୍‌ଡି ୧୩ ଥିଲା ।[୧୮].

୧୯୭୦ରେ, ତାଙ୍କ ସ୍ୱାମୀଙ୍କ ଅଳ୍ପ ଦିନ ପରେ ସେ ନୂତନ ପୀଢ଼ିର ଖରାପ ବ୍ୟବ‌ହାର ପାଇଁ ଛାୟାଚିତ୍ର ଉତ୍ତୋଳନ ଛାଡ଼ିଦେବାକୁ ମନସ୍ଥ କରିଥିଲେ ।[୧୯] ସେ ଜୀବନର ଶେଷ ୪୦ ବର୍ଷରେ ଗୋଟିଏ ମଧ୍ୟ ଛାୟାଚିତ୍ର ଉତ୍ତୋଳନ କରିନଥିଲେ । ଯେତେବେଳେ ତ୍ଙ୍କୁ ପେଶାଗତ ଜୀବନର ଶ୍ରେଷ୍ଠ ସମୟରେ ଛାୟାଚିତ୍ର ଉତ୍ତୋଳନ ଛାଡ଼ିଦେବାର କାରଣ ସମ୍ପର୍କରେ କାରଣ ପଚରାଗଲା ସେ କ‌ହିଥିଲେ,

"ବର୍ତ୍ତମାନ ଏହାର କୌଣସି ମୂଲ୍ୟ ନାହିଁ । ଛାୟାଚିତ୍ରତ୍ତୋଳକଙ୍କ ପାଇଁ ଅକ ନିୟମ ଅଛ, ଏପରିକି ପୋଷାକ ମଧ୍ୟ ଅଛି । ଆମେ ପରସ୍ପରକୁ ସମ୍ମାନ ଦେଉ । କନ୍ତୁ ଏହା ବ‌ହୁତ ଖରାପ ସ୍ତରକୁ ଚାଲିଯାଇଛି । ନୂତନ ପୀଢ଼ି ଶିଘ୍ର ଟଙ୍କା ଅର୍ଜନ କରିବାରେ ଲାଗି ପଡ଼ିଛନ୍ତି । ମୁଁ ଏହି ବ୍ୟବସ୍ଥାର ଅଂଶ ହେବାକୁ ଚାହୁଁନାହିଁ ।[୧୬]

ପରେ, ବ୍ୟାରାୱାଲା ଦିଲ୍ଲୀସ୍ଥିତ ଆଲ୍‌କାଜି ଫାଉଣ୍ଡେସନ୍ ଫର୍ ଆର୍ଟ୍‌ସକୁ ତାଙ୍କର ସମସ୍ତ ଛାୟାଚିତ୍ର ଦାନ କରିଥିଲେ ।

୨୦୧୦ ନ୍ୟାସ୍‌ନାଲ୍ ଗ୍ୟାଲେରି ଅଫ୍ ମଡ଼ର୍ଣ୍ଣ ଆର୍ଟ୍‌ସ, ମୁମ୍ବାଇରେ ଆଲ୍‌କାଜି ଫାଉଣ୍ଡେସନ୍ ତାଙ୍କ ଛାୟାଚତ୍ରକୁ ପ୍ରଦର୍ଶନ କରିଥିଲା ।[୧୬]

ଗୁଗୁଲ୍ ତାଙ୍କର ୧୦୪ତମ ଜନ୍ମ ଦିବସରେ, ଫାଷ୍ଟ୍ ଲେଡି ଅଫ୍ ଲେନ୍ସ୍ ଭାବେ ଡୋଡ଼ଲ୍ ତିଆରି କରି ସମ୍ମାନ ଦେଇଥିଲା ।[୨୦] ସେହି ଡୋଡ଼ଲ୍ ଅତିଥି ଡୋଡ଼ଲର୍ ଓ ମୁମ୍ବାଇ କଳାକାର ସମୀର କୁଲାଭୁର୍‌ଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

ମୃତ୍ୟୁ[ସମ୍ପାଦନା]

ଜାନୁଆରୀ ୨୦୧୨ରେ, ବ୍ୟାରାୱାଲା ଖଟରୁ ପଡ଼ିଯିବା ହେତୁ, ତାଙ୍କର ନିତମ୍ବ ହାଡ ଭାଙ୍ଗିଯାଇଥିଲା । ତାଙ୍କର ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଦେଖାଯାଇଥିଲା । ସେ ଅନ୍ତଃ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ, ଯାହାଫଳରେ ସେ ୧୫ ଜାନୁଆରୀ ୨୦୧୨ରେ ୧୦:୩୦ ସମୟରେ ମୃତ୍ୟୁବରଣ କରିଥିଲେ ।[୨୧]

ଆଧାର[ସମ୍ପାଦନା]

  1. "India's first woman photojournalist, a chronicler of history". The Indian Express. 16 January 2012. Retrieved 9 December 2017.
  2. Pandya, Haresh (29 January 2012). "Homai Vyarawalla, Indian Photojournalist, Dies at 99". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 16 September 2017.
  3. "Homai Vyarawalla: India's First Female Photojournalist | #IndianWomenInHistory". Feminism in India (in ଆମେରିକୀୟ ଇଂରାଜୀ). 2017-03-24. Retrieved 2017-09-17.
  4. "An iconic observer – The curious life and times of Homai Vyarawalla". The Telegraph. 23 January 2011.
  5. "Homai gets Padma Vibhushan - Times of India". The Times of India. Retrieved 2017-12-11.
  6. "Magazine / Personality : India through her eyes". The Hindu. 12 March 2006. Retrieved 16 January 2012.
  7. "The Times of India on Mobile". M.timesofindia.com. 9 December 1913. Retrieved 16 January 2012.
  8. "Photojournalism: Arthur Fellig (Weegee) and Homai Vyarawalla". Mendeley. 9 December 1913. doi:10.1080/17512780802560823. Retrieved 16 January 2012.
  9. Pandya, Haresh (2012). "Homai Vyarawalla, Indian Photojournalist, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-09-16.
  10. "Homai gets Padma Vibhushan". The Times of India. 25 January 2011.
  11. Pandya, Haresh (2012). "Homai Vyarawalla, Indian Photojournalist, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-09-16.
  12. Cotter, Holland (2012-08-23). "'Candid,' Photos by Homai Vyarawalla, at Rubin Museum". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-12-09.
  13. Pandya, Haresh (2012). "Homai Vyarawalla, Indian Photojournalist, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-12-09.
  14. "Homai Vyarawalla: First lady of the lens". Retrieved 2017-09-16.
  15. Sabeena., Gadihoke, (2010). India in focus : camera chronicles of Homai Vyarawalla. Vyarawalla, Homai. New Delhi: Mapin Publishing in association with Parzor Foundation. ISBN 1935677071. OCLC 868304226.{{cite book}}: CS1 maint: extra punctuation (link)
  16. ୧୬.୦ ୧୬.୧ ୧୬.୨ "Meet India's first lady photographer Homai Vyarawalla". Rediff.com. 3 March 2011.
  17. ୧୭.୦ ୧୭.୧ Gadihoke, Sabeena. "Homai Vyarawalla: India's First Female Photojournalist". Time. Retrieved 2017-09-16.
  18. "Homai Vyarawalla: First lady of the lens". Retrieved 2017-09-16.
  19. Haresh Pandya, "Homai Vyarawalla, Pioneering Indian Photojournalist, Dies at 98", New York Times, 29 January 2012.
  20. Kalam, M (2017-12-09). "Homai Vyarawalla: Google Doodle celebrates India's first female photojournalist". TechObserver (in ବ୍ରିଟିଶ୍‌ ଇଂରାଜୀ). Retrieved 2017-12-08.
  21. Vyarawalla, Homai. "India's first woman photojournalist dead". timesofindia.indiatimes.com. Retrieved 17 January 2012.
Bibliography
Magazine articles

HARSHITH

ବାହାର ଲିଙ୍କ[ସମ୍ପାଦନା]