ମହମ୍ମଦ ଅଲ୍ଲୀ ଜିନ୍ନା

ଉଇକିପିଡ଼ିଆ‌ରୁ
ମହମ୍ମଦ ଅଲ୍ଲୀ ଜିନ୍ନା (1945)

ମହମ୍ମଦ ଅଲ୍ଲୀ ଜିନ୍ନା (ଜନ୍ମ: ୨୫ ଡିସେମ୍ବର ୧୮୭୬, ମୃତ୍ୟୁ: ୧୧ ସେପ୍ଟେମ୍ବର ୧୯୪୮) ବିଂଶ ଶତାବ୍ଦୀର ଏକ ପ୍ରମୁଖ ରାଜନୀତିଜ୍ଞ, ଏକ ଆଇନଜୀବୀ ତଥା ପାକିସ୍ଥାନର ପ୍ରତିଷ୍ଠାତା ଭାବେ ସେ ପରିଚିତ । ସେ ପ୍ରାକ ସ୍ୱାଧୀନତା ସମୟରେ ମୁସଲିମ ଲିଗର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ନବ ନିର୍ମିତ ପାକିସ୍ଥାନର ପ୍ରଥମ ଗଭର୍ଣର ଜେନେରାଲ ଭାବେ ଦାୟିତ୍ୱ ନେଲେ । ପାକିସ୍ଥାନରେ ସେ ଜଣେ ମହାନ ନେତା ତଥା ପାକିସ୍ଥାନର ରାଷ୍ଟ୍ର ପିତା ରୂପେ ମଧ୍ୟ ସମ୍ମାନିତ ।

ଭାରତୀୟ ରାଜନୀତିରେ ଜିନ୍ନା ୧୯୧୬ ମସିହାରୁ କଂଗ୍ରେସର ଏକ ନେତା ଭାବେ କାର୍ଯ୍ୟ କରିଆସୁଥିଲେ । ହିନ୍ଦୁ-ମୁସଲିମ ଏକତା ଉପରେ ଜୋର ଦେଇ ସେ ମୁସଲିମ ଲିଗ ସହ ଲକ୍ଷ୍ନୌ-ବୁଝାମଣା କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ । ତତ୍‌କାଳୀନ ଭାରତର ଅଖିଳ ଭାରତୀୟ ହୋମ ରୁଲ ଲିଗର ଜଣେ ପ୍ରମୁଖ ନେତା ଭାବେ ସେ ପରିଚିତ ଥିଲେ [୧]। ଭରତୀୟ ମୁସଲମାନମାନଙ୍କ ପ୍ରତି ତତ୍‌କାଳୀନ କଂଗ୍ରେସ ନେତାଙ୍କ ଉଦାସୀନ ମନୋଭାବ ଲକ୍ଷ୍ୟ କରି ସେ କଂଗ୍ରେସ ଛାଡିଥିଲେ [୨]। ପରବର୍ତ୍ତୀ ସମୟରେ ସେ ଲାହୋର ପ୍ରସ୍ତାବ ମାଧ୍ୟମରେ ମୁସଲମାନ ମାନଙ୍କ ଲାଗି ଏକ ଅଲଗା ରାଷ୍ଟ୍ରର ପ୍ରସ୍ତାବ ରଖିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜିନ୍ନାଙ୍କ (ପୂରା ନାମ: ମହମଦ ଅଲ୍ଲୀ ଝୀଣାଭାଇ) ଜନ୍ମ ବର୍ତ୍ତମାନର ସିନ୍ଧ ଅଞ୍ଚଳର କରାଚି ଜିଲ୍ଲା ଅନ୍ତର୍ଗତ ବଜୀର ମେସନଠାରେ । କେତେକ ପୁରୁଣା ଦସ୍ତାବିଜ ଅନୁସାରେ ଜିନ୍ନାଙ୍କ ଜନ୍ମ ୨୦ ଅକ୍ଟୋବର ୧୮୭୫ ଦିନ ହୋଇଥିଲା । ତେବେ ସରୋଜିନୀ ନାଇଡୁଙ୍କଦ୍ୱାରା ଲିଖିତ ଜିନ୍ନାଙ୍କ ଜୀବନୀ ଅନୁସାରେ ଜିନ୍ନାଙ୍କ ଜନ୍ମ ୨୫ ଡିସେମ୍ବର ୧୮୭୬ ମସିହାରେ ଯାହାକି ଆଧିକାରିକ ଭାବେ ଜିନ୍ନଙ୍କ ଜନ୍ମ ତିଥୀର ମାନ୍ୟତା ଲାଭ କରିଛି ।[୩]

ପିତା ଜିନ୍ନହଭାଇ ପୁଞ୍ଜା ଓ ମାତା ମିଠୀବାଇଙ୍କ ପରିବାରରେ ସାତୋଟି ସନ୍ତାନଙ୍କ ମଧ୍ୟରେ ଜିନ୍ନା ଥିଲେ ଜ୍ୟେଷ୍ଠ ସନ୍ତାନ । ଜିନ୍ନାଙ୍କ ପିତା ଥିଲେ ଜଣେ ସଂପନ୍ନ ଗୁଜରାଟୀ ବ୍ୟବସାୟୀ; ତେବେ ସେ ଜିନ୍ନଙ୍କ ଜନ୍ମ ପୂର୍ବରୁ କାଠିଆବାଡ ଛାଡି ସିନ୍ଧ ପ୍ରଦେଶରେ ବସବାସ କରିବାକୁ ଲାଗିଲେ ।

ଜିନ୍ନାଙ୍କ ମାତୃଭାଷା ଥିଲା ଗୁଜରାଟୀ । ପରେ ସେ କଛୀ, ସିନ୍ଧୀ ଏବଂ ଅଙ୍ଗ୍ରେଜୀ ଭାଷା ଶିଖିଲେ । କାଠିଆବାଡରୁ ଆସି ମୁସଲିମ ବହୂଳ ସିନ୍ଧ ପ୍ରଦେଶରେ ରହିଥିବାରୁ ଜିନ୍ନା ଓ ତାଙ୍କ ଭାଇ ତଥା ଭଉଣୀଙ୍କ ନାମ ମୁସଲିମ ନାମକରଣ ହୋଇଛି । ଜିନ୍ନା ଏକାଥିକ ବିଦ୍ୟାଳୟରେ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । ପ୍ରଥମେ ସେ କରାଚୀସ୍ଥିତ ସିନ୍ଧ ମଦ୍ରାସା ଉଲ ଇସଲାମ ବିଦ୍ୟାଲୟରେ ପଢ଼ିଲେ । ପରେ ବମ୍ବେସ୍ଥିତ ଗୋକୁଲଦାସ ତେଜ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସେ ଅଧ୍ୟୟନ କଲେ । ଏହାପରେ ସେ କରାଚୀସ୍ଥିତ ଖ୍ରୀଷ୍ଟିୟାନ ମିଶନାରି ବିଦ୍ୟାଲୟରେ ଭର୍ତ୍ତୀ ହେଲେ । ତେବେ ସେ ବମ୍ବେ ବିଶ୍ୱ ବିଦ୍ୟାଲୟରେ ହିଁ ମାଟ୍ରିକ ପାସ କଲେ । ମାଟ୍ରିକ ପାସ କରିବା ପରେ ପରେ ତାଙ୍କୁ ଗ୍ରାଣ୍ଡ ସିପିଙ୍ଗ ଏଣ୍ଡ ଟ୍ରେଡିଙ୍ଗ କମ୍ପାନୀରେ ଏକ ଆପ୍ରେଣ୍ଟିସିପ ଭାବେ କାର୍ଯ୍ୟ କରିବାକୁ ଡାକରା ଆସିଲା । ତେବେ ଇଂଲାଣ୍ଡ ଯିବା ପୂର୍ବରୁ ସେ ମାଙ୍କ ଆଗ୍ରହ କ୍ରମେ ବିବାହ କଲେ । ତେବେ ସେ ବିବାହ ବେଶି ଦିନ ତିଷ୍ଠିଲା ନାହିଁ । ଜିନ୍ନା ଇଂଲାଣ୍ଡ ଯିବା ପରେ ତାଙ୍କ ମା'ଙ୍କର ଦେହାନ୍ତ ହେଲା । ଇତ୍ୟବସରରେ ସେ ଇଂଲାଣ୍ଡରେ ଆଇନ ପଢ଼ିବା ନିମିତ୍ତ ଆପ୍ରେଣ୍ଟିସିପ ଚାକିରି ଛାଡିଦେଲେ । ଆଇନ ପଢିସାରି ମାତ୍ର ଉଣେଇଶ ବର୍ଷ ବୟସରେ ସେ ଏକ ଓକିଲ ବନିଗଲେ । ଏଥିସହ ରାଜନୀତିରେ ତାଙ୍କର ଆଗ୍ରହ ବଢିଲା । ସେ ଦାଦାଭାଇ ନାରୋଜୀ ଓ ଫିରୋଜସାହା ମେହେତାଙ୍କ ପ୍ରଶଂସକ ଥିଲେ । ବ୍ରିଟିଶ ସଂସଦରେ ଦାଦାଭାଇ ନାରୋଜୀଙ୍କ ପ୍ରବେଶ ନିମନ୍ତେ ସେ ଛାତ୍ରମାନଙ୍କ ସହ ପ୍ରଚାର ମଧ୍ୟ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

ପାକିସ୍ଥାନ ପାଇଁ ଲଢେଇ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ahmed, Akbar (12 August 2005). "Jinnah, Pakistan and Islamic Identity: The Search for Saladin". www.books.google.com (in ଇଂରାଜୀ). Routledge. Retrieved 31 December 2019.
  2. Bolitho, Hector (1954). "Jinnah, creator of Pakistan". London, J. Murray. Retrieved 31 December 2019.
  3. "BBC - History - Historic Figures: Mohammad Ali Jinnah (1876-1948)". www.bbc.co.uk. Retrieved 31 December 2019.