ହେମିସ୍ ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ହେମିସ୍ ଜାତୀୟ ଉଦ୍ୟାନ
IUCN Category II (National Park)
Snow Leopard in Hemis National Park.jpg
ହେମିସ୍ ଜାତୀୟ ଉଦ୍ୟାନର ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)
Map showing the location of ହେମିସ୍ ଜାତୀୟ ଉଦ୍ୟାନ.
Map showing the location of ହେମିସ୍ ଜାତୀୟ ଉଦ୍ୟାନ.
ଭାରତରେ ହେମିସ୍ ଜାତୀୟ ଉଦ୍ୟାନର ଅବସ୍ଥିତି
ଅବସ୍ଥାନଲେହ ଜିଲ୍ଲା, ଜାମୁ ଓ କାଶ୍ମୀର, ଭାରତ
ପାଖ ସହରଲେହ
ଦିଗବାରେଣି33°59′00″N 77°26′00″E / 33.98333°N 77.43333°E / 33.98333; 77.43333Coordinates: 33°59′00″N 77°26′00″E / 33.98333°N 77.43333°E / 33.98333; 77.43333
କ୍ଷେତ୍ରଫଳ୪୪୦୦ ବର୍ଗ କି.ମି.
ସ୍ଥାପିତ୧୯୮୧
ପରିଚାଳନାଭାରତ ସରକାର,ଜାମୁ ଓ କାଶ୍ମୀର ସରକାର

ହେମିସ୍ ଜାତୀୟ ଉଦ୍ୟାନ ଭାରତର ଜାମୁ ଓ କାଶ୍ମୀର ରାଜ୍ୟର ପୂର୍ବ-ଲଦାଖ ଅଞ୍ଚଳରେ ଅବସ୍ଥିତ । ଜାତୀୟ ଉଦ୍ୟାନଟି ସମୁଦ୍ରପତନରୁ ୩୦୦୦-୬୦୦୦ ମିଟର୍ ଉଚ୍ଚରେ ଅବସ୍ଥିତ । ହିମ କଲରାପତ୍ରିଆ ବାଘ (ଈଂରାଜୀରେ snow leopard) ପାଇଁ ଏହି ଜାତୀୟ ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ । ବିଶ୍ୱର ସମସ୍ତ ସଂରକ୍ଷିତ ତୁଷାର ଚିତାବାଘ ଅଭୟାରଣ୍ୟକୁ ତୁଳନା କଲେ ହେମିସ୍ ଉଦ୍ୟାନରେ ଏମାନଙ୍କ ଘନତା ସର୍ବାଧିକ ।[୧]

ଇତିହାସ[ସମ୍ପାଦନା]

ଭୂଗୋଳ ଓ ପରିବେଶ[ସମ୍ପାଦନା]

ବନ୍ୟଜନ୍ତୁ[ସମ୍ପାଦନା]

ଉଦ୍ଭିଦ[ସମ୍ପାଦନା]

ପାରିବେଶିକ ସମସ୍ୟା[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଜାତୀୟ ଉଦ୍ୟାନ ମଧ୍ୟରେ କୌଣସି ପକ୍କା ସଡ଼କ ତିଆରି କରାଯାଇନାହିଁ । ଜୁନ୍‍ରୁ ଅକ୍ଟୋବର ମାସ ମଧ୍ୟରେ ଜାତୀୟ ଉଦ୍ୟାନରେ ପାଦରେ ଚାଲି ଚାଲି ବୁଲିବା (ଟ୍ରେକିଂ କରିବା) ପାଇଁ ଅନେକ କଚ୍ଚା ସଡ଼କ ରହିଛି । ଶୀତ ଋତୁ ସରି ଆସିବା ବେଳ ହେଉଛି ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍) ଦେଖିବା ପାଇଁ ପ୍ରକୃଷ୍ଟ ସମୟ । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ହେମିସ୍ ବୌଦ୍ଧବିହାରରେ ହେମିସ୍ ଉତ୍ସବ ପାଳିତ ହୁଏ । ଏହି ସମୟରେ ସାମୟିକ ଆଶ୍ରୟସ୍ଥଳୀ ପ୍ରତିଷ୍ଠାକୁ କିନ୍ତୁ ପାରୁ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଏ ।

  • ନିକଟତମ ବିମାନବନ୍ଦର : ଲେହର କୁଶୋକ ବକୁଳ ରିଂପୋଛେ ବିମାନବନ୍ଦର (ପ୍ରାୟ ୫ କି.ମି. ଦୂର)
  • ନିକଟତମ ରେଳ ଷ୍ଟେସନ: କଳକା, ହରିଆଣା
  • ନିକଟତମ ରାଜପଥ: ଲେହ-ମନାଲି ରାଜପଥ ଓ ଜାତୀୟ ରାଜପଥ ୧D (ଶ୍ରୀନଗର-କାର୍‍ଗିଲ୍-ଲେହ) । ଉଭୟ ରାଜପଥ ଜାତୀୟ ଉଦ୍ୟାନର ଉତ୍ତର ସୀମା ନିକଟରେ ଅବସ୍ଥିତ ।
  • ନିକଟତମ ସହର: ଜାତୀୟ ଉଦ୍ୟାନ ପରିସର ମଧ୍ୟରେ କେତେକ ଗାଁ ଓ ବୌଦ୍ଧ ବିହାର ରହିଛି । ନିକଟତମ ସହର ହେଉଛି ଲେହ – ପ୍ରାୟ ୧୦ କିଲୋମିଟର୍ ।


କାଣ୍ଡା-ଲା (ଗାଣ୍ଡା-ଲା) ଗିରିପଥ[ସମ୍ପାଦନା]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ସଂସ୍କୃତିରେ ଛାପ[ସମ୍ପାଦନା]

ଏହି ଜାତୀୟ ଉଦ୍ୟାନର ପରିସୀମା ମଧ୍ୟରେ ଅନେକ ତିବ୍ୱତୀୟ ଗୋମ୍ପା (ବୌଦ୍ଧ ବିହାର) ଓ ପବିତ୍ର ସ୍ତୁପ ରହିଛି । ତନ୍ମଧ୍ୟରୁ ଗୋଟିଏ ହେଲା ୪୦୦ ବର୍ଷ ପୁରୁଣା ହେମିସ୍ ବୌଦ୍ଧବିହାର । ତିବ୍ୱତର ରେଶମ ସଡ଼କର ଯାତ୍ରୀମାନଙ୍କ ପାଇଁ ହେମିସ୍ ଏକ ବିଶ୍ରାମ ସ୍ଥଳ ଓ ଅନ୍ୟ କିଛି ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ଥିଲା । ବର୍ତ୍ତମାନ ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ପ୍ରାୟ ୧୬୦୦ ଲୋକ ବାସ କରନ୍ତି । ହେମିସ୍ ସେଚୁ ଉତ୍ସବ ସମୟରେ ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏଠାରେ ଏକତ୍ରିତ ହୁଅନ୍ତି ।

ତିବ୍ୱତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ହେମିସ୍ ବୌଦ୍ଧବିହାର ୪୦୦ ବର୍ଷ ଧରି ଏକ ତୀର୍ଥସ୍ଥଳ ରହି ଆସିଛି । ୧୯ଶ ଶତାବ୍ଦୀର ଶେଷ ଓ ୨୦ଶ ଶତାବ୍ଦୀର ଆରମ୍ଭରେ ନିକୋଲାସ୍ ନୋତୋୱିଚ୍ ନାମକ ଜଣେ ଋଷୀୟ ଅଭିଜାତ ପୁରୁଷ ଓ ସାମ୍ବାଦିକଙ୍କ ଲେଖା ଯୋଗୁଁ ହେମିସ୍ ବିହାର ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କଲା । ଏହି ଋଷୀୟ ଜଣକ ଲେଖିଥିଲେ ଯେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟ ନିଜ ଜୀବନର କିଛି ବର୍ଷ ତିବ୍ୱତ, ଲଦାଖରେ (ବିଶେଷତଃ ହେମିସ୍ ବୌଦ୍ଧବିହାରରେ) ଅତିବାହିତ କରିଥିଲେ । (ଏହାକୁ ଈଂରାଜୀରେ “Lost years of Jesus” କୁହନ୍ତି)

ହେମିସ୍ ଜାତୀୟ ଉଦ୍ୟାନ, ହେମିସ୍ ବୌଦ୍ଧବିହାର ଓ ଚାଂଥାଂ ବନ୍ୟଜୀବ ଅଭୟାରଣ୍ୟ Riding Solo to the Top of the World ନାମକ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ପୁସ୍ତକ ଆଧାର[ସମ୍ପାଦନା]

  • Management Plan Hemis High Altitude National Park, Jigmet Takpa IFS and Saleem Ul Haq.
  • Hemis High Altitude National Park-Government of Jammu and Kashmir, Department of Wildlife Protection, Wildlife Division(LAHDC) Leh-Ladakh
  • Chettri, Nakul. 2003.
  • Ladakh: The Land and the People, By Prem Singh Jina. Published by Indus Publishing, 1996 (ISBN 8173870578), (ISBN 9788173870576)