ପାଂଗୋଂଗ୍ ତ୍ସୋ

ଉଇକିପିଡ଼ିଆ ରୁ
Jump to navigation Jump to search
ପାଂଗୋଂଗ୍ ତ୍ସୋ
ପାଂଗୋଂଗ୍ ତ୍ସୋ
Pangong Tso 2.jpg
ପାଂଗୋଂଗ୍ ତ୍ସୋ is located in Asia
ପାଂଗୋଂଗ୍ ତ୍ସୋ
ପାଂଗୋଂଗ୍ ତ୍ସୋ
ଅବସ୍ଥାନଲଦାଖ୍, ଜାମ୍ମୁ ଓ କାଶ୍ମୀର୍, ଭାରତ; ରୁତୋଗ୍ କାଉଣ୍ଟି, ତିବ୍ୱତ୍, ଚୀନ୍
ଦିଗବାରେଣି33°43′04.59″N 78°53′48.48″E / 33.7179417°N 78.8968000°E / 33.7179417; 78.8968000Coordinates: 33°43′04.59″N 78°53′48.48″E / 33.7179417°N 78.8968000°E / 33.7179417; 78.8968000
Typeସୋଡା ହ୍ରଦ
ମିଶ୍ରଣଶୀଳ ହ୍ରଦ (ପୂର୍ବ ପାର୍ଶ୍ୱ)[୧]
ଶୀତଳ ଓ ବର୍ଷରେ ଥରେ ମିଶ୍ରଣଶୀଳତା ଦେଖାଉଥିବା ହ୍ରଦ (ପଶ୍ଚିମ ପାର୍ଶ୍ୱ)[୨]
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଚୀନ୍, ଭାରତ
ସର୍ବାଧିକ ଲମ୍ବ୧୩୪ କି.ମି.
ସର୍ବାଧିକ ଓସାର୫ କି.ମି. (ସର୍ବାଧିକ ପ୍ରସ୍ଥ)
କ୍ଷେତ୍ରଫଳପ୍ରାୟ ୭୦୦ ବର୍ଗ କି.ମି.
ସର୍ବାଧିକ ଗଭୀରତା୩୨୮ ଫୁଟ୍ ବା ୧୦୦ ମିଟର୍
ଭୂମି ଉଚ୍ଚତା୪୨୫୦ ମିଟର୍
ବରଫାବୃତଶାତଋତୁରେ
ପାଂଗୋଂଗ୍ ତ୍ସୋ
Traditional Chinese 班公錯
Simplified Chinese 班公错

ପାଂଗୋଂଗ୍ ତ୍ସୋ (ତିବ୍ୱତୀୟ ଭାଷାରେ: སྤང་གོང་མཚོ, ୱାଇଲି ଭାଷାରେ: ସ୍ପାଂଗ୍ ଗୋଂଗ୍ ମତ୍ସୋ; ହିନ୍ଦୀ ଭାଷାରେ: पांगोंग त्सो; ଚୀନୀ ଭାଷାରେ: 班公错; ପିନ୍-ୟିନ୍ ଭାଷାରେ: ବାଂଗୋଂଗ୍ ଚୁଓ) ନାମର ତିବ୍ୱତୀୟ ଭାଷାରେ ଅର୍ଥ ହେଲା : ଉଚ୍ଚ ତୃଣଭୂମୀୟ ହ୍ରଦ । ଏହାକୁ ପାଂଗୋଂଗ୍ ହ୍ରଦ ମଧ୍ୟ କୁହାଯାଏ । ତିବ୍ୱତୀୟ ଭାଷାରେ “ତ୍ସୋ (Tso)” ଶବ୍ଦର ଅର୍ଥ ହ୍ରଦ । ସମୁଦ୍ରପତନରୁ ପ୍ରାୟ ୪୩୫୦ ମିଟର୍ (୧୪୨୭୦ ଫୁଟ୍) ଉଚ୍ଚତାରେ ଓ ହିମାଳୟରେ କୋଳରେ ରହିଥିବା ଏକ ସ୍ଥଳଭାଗବଦ୍ଧ ହ୍ରଦ । ଏହି ହ୍ରଦର ଦୈର୍ଘ୍ୟ ପ୍ରାୟ ୧୩୪ କିଲୋମିଟର୍ ବା ୮୩ ମାଇଲ୍ । ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାରେଖା ଏହି ହ୍ରଦର ମଧ୍ୟଭାଗରେ ରହିଛି । ହ୍ରଦର ପ୍ରାୟ ୬୦% ଭାଗ ଚୀନର ଅଧୀନରେ ରହିଛି । ଏକ ସ୍ଥାନରେ ଏହି ହ୍ରଦର ସର୍ବାଧିକ ପ୍ରସ୍ଥ ୫ କିଲୋମିଟର୍ ବା ୩.୧ ମାଇଲ୍ ଅଟେ । ହ୍ରଦର କ୍ଷେତ୍ରଫଳ ପ୍ରାୟ ୬୦୪ ବର୍ଗ କି.ମି. । ଏହି ହ୍ରଦର ପାଣି ଈଷତ୍ ଲୁଣିଆ ହୋଇଥିଲେ ହେଁ ଶୀତଦିନରେ ସମ୍ପୂର୍ଣ୍ଣ ଭାବେ ଘନୀଭୂତ ହୋଇ ବରଫ ପାଲଟିଯାଏ । ଏହା ସିନ୍ଧୁ ନଦୀ ଉପତ୍ୟକାର ଅଂଶ ନୁହେଁ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଏକ ଅନ୍ୟ ସ୍ଥଳପରିମୀତ ନଦୀ ଉପତ୍ୟକାର ଅଂଶବିଶେଷ । [୩]

ରାମସର ଚୁକ୍ତି ଅନୁସାରେ ଏହି ହ୍ରଦକୁ ଅନ୍ତର୍ଯାତିକ ଗୁରୁତ୍ତ୍ୱ ବହନ କରୁଥିବା ଜଳୀୟଭୂମି ଭାବେ ଅଭିହିତ କରିବା ପାଇଁ ଚେଷ୍ଟା ଚାଲିଛି । ଏପରି ହେଲେ ଏହା ଦକ୍ଷିଣ ଏସିଆର ପ୍ରଥମ ସୀମାନ୍ତର ଜଳୀୟଭୂମି ଭାବେ ପରିଚିତ ହେବ ।

ଭୌଗୋଳିକ ସ୍ଥିତି, ଉଦ୍ଭିଦ ଓ ଜୀବଜଗତ[ସମ୍ପାଦନା]

ଏଠାକାର ଲୁଣମିଶା ପାଣିରେ[୪] ଖୁବ୍ କମ୍ କ୍ଷୁଦ୍ରପ୍ରାଣୀ ଓ ଉଦ୍ଭିଦ ଦେଖାଯାନ୍ତି । ଗାଇଡ୍ ଓ ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଏହି ହ୍ରଦରେ କିଛି ଛୋଟ କ୍ରଷ୍ଟେସିୟାନ୍ ପ୍ରଜାତିର ଜୀବ (କଙ୍କଡା, ଚିଙ୍ଗୁଡି ଇତ୍ୟାଦି)ଙ୍କ ବ୍ୟତୀତ କୌଣସି ମାଛ ବା ଅନ୍ୟ ଜଳଚର ପ୍ରାଣୀ ରୁହନ୍ତି ନାହିଁ । ଅନ୍ୟ ପକ୍ଷରେ ଏହି ହ୍ରଦକୂଳରେ ଓ ହ୍ରଦମଧ୍ୟରେ ପର୍ଯ୍ୟଟକମାନେ ଅସଂଖ୍ୟ ବତକ, ସିଗଲ୍ ପ୍ରଜାତିର ପକ୍ଷୀ ଦେଖିବାକୁ ପାଇବେ । ହ୍ରଦ ନିକଟସ୍ଥ ସନ୍ତସନ୍ତିଆ ଅଞ୍ଚଳରେ କେତେକ ଜଳଜ ଉଦ୍ଭିଦ ମଧ୍ୟ ଦେଖାଯାନ୍ତି ।

ଅନେକ କିସମର ସ୍ଥାନୀୟ ପକ୍ଷୀ ଓ ବିଦେଶୀ ପକ୍ଷୀଙ୍କ ପାଇଁ ଏହି ହ୍ରଦ ଏକ ପ୍ରଜନନ କ୍ଷେତ୍ର ହୋଇଥିବାରୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । ପାଂଗୋଂଗ୍ ତ୍ସୋରେ ଗ୍ରୀଷ୍ମଋତୁରେ ବହୁ ସଂଖ୍ୟାରେ ବାର୍-ମୁଣ୍ଡିଆ ବତକ ଓ ବ୍ରାହ୍ମଣୀ ବତକ ପରିଲକ୍ଷିତ ହୁଅନ୍ତି । ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ କିଆଂଗ୍ ଓ ମାର୍ମୋଟ୍ ଭଳି ଜୀବ ମଧ୍ୟ ଦେଖାଯାନ୍ତି ।

ଅତୀତରେ ପାଂଗୋଂଗ୍ ତ୍ସୋରୁ ଏକ ଜଳଧାରା ବାହାରି ଶ୍ୟୋକ୍ ନଦୀରେ ମିଶୁଥିଲା ଓ ଶ୍ୟୋକ୍ ନଦୀ ସିନ୍ଧୁ ନଦୀର ଉପନଦୀ ଭାବେ ପ୍ରବାହିତ ହେଉଥିଲା । କିନ୍ତୁ ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇ ଏହି ଜଳଧାରା ବିଚ୍ଛିନ୍ନ ହୋଇଗଲା । ଭାରତୀୟ ଭୂଭାଗରୁ ଦୁଇଟି ସ୍ରୋତ ଏହି ହ୍ରଦରେ ନିଷ୍କାସିତ ହୁଅନ୍ତି ଓ ମିଳନ ସ୍ଥାନ ନିକଟରେ ସନ୍ତସନ୍ତିଆ ଭୂମି ସୃଷ୍ଟି କରନ୍ତି ।[୫] ବର୍ତ୍ତମାନର ହ୍ରଦରେ ପ୍ରାୟ ୫ ମିଟର୍ ବା ୧୬ ଫୁଟ୍ ମୋଟା ବାଲି, ମାଟି ଓ କାଦୁଅର ପରସ୍ତ ରହିଛି । ତେଣୁ ଭୂତତ୍ତ୍ୱ ଦୃଷ୍ଟିରୁ ନିକଟ ଅତୀତରେ ହ୍ରଦଟି ସଂକୁଚିତ ହୋଇଅଛି ।[୪] ସାଧାରଣତଃ ହ୍ରଦରେ କୌଣସି ମାଛ ଦେଖାଯାଇନାହାନ୍ତି । କିନ୍ତୁ ଦକ୍ଷିଣ-ପୂର୍ବ ପଟରୁ ହ୍ରଦରେ ଆସି ମିଶୁଥିବା ସ୍ରୋତ (ଚେଶୁଲ୍ ନାଲା)ରେ ତିନୋଟି ପ୍ରଜାତିର ମାଛ (ଫଲ୍ସ୍ ଓସମାନ୍ - Schizopygopsis stoliczkae, ତିବ୍ୱତୀୟ ଷ୍ଟୋନ୍ ଲୋଚ୍ - Triplophysa stoliczkae and ଟ୍ରିପ୍ଲୋଫାଇସା ଷ୍ଟୋନ୍ ଲୋଚ୍ - Triplophysa gracilis) ଦେଖାଯାଇଛନ୍ତି (ଭଟ୍ଟ ଓ ଅନ୍ୟମାନେ, ୨୦୧୧) । ଲୁଣିଆ ପାଣି ଓ ଜୀବନଧାରଣ ପାଇଁ କଠିନ ଜଳବାୟୁ ଯୋଗୁଁ ଏହି ହ୍ରଦରେ ଖୁବ୍ କମ୍ ଜୈବ ବିବିଧତା ପରିଲକ୍ଷିତ ହୁଏ ବୋଲି କାରଣ ଦର୍ଶାଯାଇଛି (ଭଟ୍ଟ ଓ ଅନ୍ୟମାନେ, ୨୦୧୧) ।

ଗମନାଗମନ[ସମ୍ପାଦନା]

ଲେହରୁ ମୋଟର ଗାଡିରେ ଯାତ୍ରା ଆରମ୍ଭ କରି ଅସମତଳ ଓ ପାର୍ବତୀୟ ରାସ୍ତାରେ ପ୍ରାୟ ୫ ଘଣ୍ଟା ଯାତ୍ରା କଲାପରେ ପାଂଗୋଂଗ୍ ହ୍ରଦ ନିକଟରେ ପହଞ୍ଚି ହେବ । ଏହି ରାସ୍ତାଟି ଶେୟ୍ ଓ ଗ୍ୟା ନାମକ ଗ୍ରାମ ଅତିକ୍ରମ କଲାପରେ ଚାଂଗ୍-ଲା ଗିରିପଥ (ପାସ୍)ରେ ପ୍ରବେଶ କରେ । ସେନାର କିଛି ଜବାନ ଓ ଏକ ଛୋଟ ଚା’ ଦୋକାନ ଏଠାରେ ଯାତ୍ରୀର ସ୍ୱାଗତ କରନ୍ତି । ଚାଂଗ୍-ଲା ଗିରିପଥରୁ ତଳକୁ ଯାଇଥିବା ରାସ୍ତାଟି ତାଂଗ୍ସତେ ଗାଁ, ଅନ୍ୟ କିଛି ଛୋଟ ଗାଁ ଓ ପାଗଲ୍ ନାଲା (ବା ପାଗଳ ସ୍ରୋତ)କୁ ଅତିକ୍ରମ କଲାପରେ ପାଂଗୋଂଗ୍ ତ୍ସୋ ନିକଟରେ ପହଞ୍ଚେ । ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ମଇରୁ ସେପ୍ଟେମ୍ବର୍ ମାସ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସମୟ ।

ଭାରତ ଓ ଚୀନର ଅନ୍ତର୍ଯାତୀୟ ସୀମାରେଖା ଏହି ହ୍ରଦ ମଧ୍ୟଦେଇ ଯାଇଥିବାରୁ ଏଠାକୁ ଯିବାପାଇଁ ପର୍ଯ୍ୟଟକମାନଙ୍କୁ ଏକ ଅନ୍ତଃସୀମା ଅନୁମତି ପତ୍ର ପ୍ରାପ୍ତ କରିବାକୁ ହୁଏ । ଭାରତୀୟ ନାଗରିକମାନେ ବ୍ୟକ୍ତିଗତ ଅନୁମତି ପ୍ରାପ୍ତ କରିପାରିବେ କିନ୍ତୁ ଅନ୍ୟ ପର୍ଯ୍ୟଟକମାନଙ୍କୁ ଦଳ (ସର୍ବନିମ୍ନ ୩ ଜଣିଆ ଦଳ) ନିମିତ୍ତ ଅନୁମତି ପତ୍ର ମିଳେ । ଏଠାକୁ ଯିବାପାଇଁ ଜଣେ ଗାଇଡ୍ ରହିବା ମଧ୍ୟ ଜରୁରୀ । ଲେହରେ ରହିଥିବା ପର୍ଯ୍ୟଟନ କାର୍ଯ୍ୟାଳୟରୁ ଖୁବ୍ କମ୍ ଦାମରେ ଏହି ଅନୁମତି ପ୍ରାପ୍ତ କରିହେବ । ଜାତୀୟ ସୁରକ୍ଷା କାରଣରୁ ଭାରତୀୟ ସରକାର ଓ ସେନା ଏହି ହ୍ରଦରେ ନିଷିଦ୍ଧ ଘୋଷଣା କରିଛନ୍ତି ।

ଭାରତ-ଚୀନ ସୀମା ବିବାଦ ଓ ପାଂଗୋଂଗ୍ ତ୍ସୋ[ସମ୍ପାଦନା]

ପାଂଗୋଂଗ୍ ତ୍ସୋ is located in Jammu and Kashmir
ପାଂଗୋଂଗ୍ ତ୍ସୋ
ଭାରତୀୟ ମାନଚିତ୍ରରେ ପାଂଗୋଂଗ୍ ତ୍ସୋର ଅବସ୍ଥିତି
ପାଂଗୋଂଗ୍ ତ୍ସୋ is located in Tibet
ପାଂଗୋଂଗ୍ ତ୍ସୋ
ଚୀନର ମାନଚିତ୍ରରେ ପାଂଗୋଂଗ୍ ତ୍ସୋର ଅବସ୍ଥିତି

ଅନ୍ତର୍ଯାତୀୟ ସୀମା ଦୃଷ୍ଟିକୋଣରୁ ପାଂଗୋଂଗ୍ ତ୍ସୋ ଏକ ବିବାଦୀୟ ଅଞ୍ଚଳ । ବର୍ତ୍ତମାନର ନିର୍ଦ୍ଧାରିତ ସୀମାରେଖା ହ୍ରଦ ମଧ୍ୟରେ ଅବସ୍ଥିତ । ସୀମାର ପ୍ରାୟ ୨୦ କି.ମି. ପୂର୍ବରେ ଥିବା ଅଞ୍ଚଳ ଭାରତ ନିଜର ବୋଲି ଦାବୀ କରୁଥିଲେ ହେଁ ବର୍ତ୍ତମାନ ଚୀନର ନିୟନ୍ତ୍ରଣାଧୀନ । ଏହି ହ୍ରଦର ପୂର୍ବପାର୍ଶ୍ୱର ଶେଷଭାଗ ତିବ୍ୱତରେ ରହିଛି । ୧୯ଶ ଶତାବ୍ଦୀର ଶେଷଭାଗରେ ଅକ୍ସାଇ ଚୀନ ଅଞ୍ଚଳରେ ଚୀନ ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ସୀମା ନିରୂପଣ କରାଯାଇଥିଲା ଓ ଏହା ଅନୁଯାୟୀ ପାଂଗୋଂଗ୍ ତ୍ସୋ ଜନସନ୍ ରେଖାର ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ରହିଥିଲା ।

ପାଂଗୋଂଗ୍ ତ୍ସୋର ଉତ୍ତର ପଟେ ଖୁରନାକ୍ ଦୁର୍ଗ ଅବସ୍ଥିତ ।[୬] ୧୯୫୨ ମସିହାରୁ ଖୁରନାକ୍ ଦୁର୍ଗ ଚୀନ୍ଦ୍ୱାରା ନିୟନ୍ତ୍ରିତ ହୋଇ ଆସୁଛି ।[୭][୮] ପାଂଗୋଂଗ୍ ତ୍ସୋର ଦକ୍ଷିଣ ପାର୍ଶ୍ୱରେ ସ୍ପାଂଗୁର୍ ତ୍ସୋ ନାମକ ଆଉ ଏକ ଛୋଟ ହ୍ରଦ ରହିଛି ।

୧୯୬୨ ମସିହା ଅକ୍ଟୋବର୍ ୨୦ ତାରିଖରେ ଭାରତ-ଚୀନ ଯୁଦ୍ଧ ସମୟରେ ପାଂଗୋଂଗ୍ ଦ୍ରଦର ଦୁଇ ପାର୍ଶ୍ୱରୁ ଗୁଳିଗୋଳା ବର୍ଷଣ ହୋଇଥିଲା । ଏହି ସଂଗ୍ରାମର ଫଳାଫଳ ଚୀନର କମ୍ୟୁନିଷ୍ଟ୍ ପିପୁଲସ୍ ଲିବରେସନ୍ ଆର୍ମି ସପକ୍ଷରେ ରହିଥିଲା ।[୯] ବର୍ତ୍ତମାନ ସୁଦ୍ଧା ପାଂଗୋଂଗ୍ ତ୍ସୋ ଏକ କମନୀୟ ଓ ଗୁରୁତ୍ତ୍ୱପୂର୍ଣ୍ଣ ସୀମାରେଖା ବିନ୍ଦୁ ।[୧୦][୧୧] ଅନେକ ସମୟରେ ଚୀନ ପକ୍ଷରୁ ସୀମାରେଖା ଉଲ୍ଲଂଘନର ଚେଷ୍ଟା ହୋଇଅଛି । [୧୨]

ଚଳଚ୍ଚିତ୍ରରେ ପାଂଗୋଂଗ୍-ତ୍ସୋ[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭାଷା ଗୀତ ଅନ୍ୟାନ୍ୟ ତଥ୍ୟ
୧୯୯୮ ଦିଲ୍ ସେ... ହିନ୍ଦୀ ତୁ ହି ତୁ ଶତରଙ୍ଗୀ ମଣିରତ୍ନମ୍ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଏହି ଗୀତରେ ଶାହାରୁଖ ଖାନ ଓ ମନିଷା କୋଇରାଲା ଅଭିନୟ କରିଛନ୍ତି । 
୨୦୦୬ ଦ ଫଲ୍ ଈଂରାଜୀ ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଏହି ହ୍ରଦ ସ୍ଥାନ ପାଇଛି 
୨୦୦୮ ହିରୋସ୍ ହିନ୍ଦୀ ଏହି ଚଳଚ୍ଚିତ୍ରର ମଧ୍ୟ ଅନେକ ଦୃଶ୍ୟରେ ଏହି ହ୍ରଦ ସ୍ଥାନ ପାଇଛି ।
୨୦୦୯ ଥ୍ରୀ ଇଡିୟଟ୍ସ୍ ହିନ୍ଦୀ ଏହି ଚଳଚ୍ଚିତ୍ରର ଶେଷ ଦୃଶ୍ୟର ନିର୍ମାଣ ଏହି ହ୍ରଦକୂଳରେ ହୋଇଥିଲା । 
୨୦୧୨ ଜବ୍ ତକ୍ ହେ ଜାନ୍ ହିନ୍ଦୀ ଅନୁଷ୍କା ଶର୍ମା ଗାଧୋଇ ପାଣିରୁ ବାହାରିବା ଦୃଶ୍ୟ ଏବଂ ଚଳଚ୍ଚିତ୍ରର ଅନ୍ୟ  କେତେକ ଅଂଶ ଏହି ହ୍ରଦ ନିକଟରେ ନିର୍ମିତ ହୋଇଥିଲା ।

ଶାହାରୁଖ ଖାନଙ୍କ ଅଭିନୀତ ଏହା ଦ୍ୱିତୀୟ ଚଳଚ୍ଚିତ୍ର ଯେଉଁଥିରେ ପାଂଗୋଂଗ୍ ହ୍ରଦ ସ୍ଥାନ ପାଇଛି । 

୨୦୧୬ ସନମ୍ ରେ ହିନ୍ଦୀ ଦିବ୍ୟା ଖୋସଲା କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କିଛି ଭାଗ ପାଂଗୋଂଗ୍ ହ୍ରଦକୂଳରେ ନିର୍ମିତ ।[୧୩] 
୨୦୧୧ ଶକ୍ତି ତେଲୁଗୁ ସୁରା ସୁରା ଏହି ଚଳଚ୍ଚିତ୍ରରେ ଜୁନିୟର୍ ଏନ୍. ଟି. ଆର୍. ଓ ଇଲ୍ୟାନା ଡିକ୍ରୁଜ୍ ଅଭିନୟ କରିଥିଲେ । 
୨୦୦୫ ୱକ୍ତ୍ – ଦ ରେସ୍ ଏଗେଂଷ୍ଟ୍ ଟାଇମ୍ ହିନ୍ଦୀ ସୁବହ ହୋଗି... ଅଭିନେତା – ଅକ୍ଷୟ କୁମାର ଓ ପ୍ରିୟଙ୍କା ଚୋପ୍ରା
୨୦୧୧ ନ ଜାନେ କବସେ ହିନ୍ଦୀ ପ୍ୟାର୍ କେ ସିଲସିଲେ
୨୦୧୨ ତୌର୍ ମିତ୍ରାଁ ଦି ପଞ୍ଜାବୀ ଦିଲ୍ ତେରା ହୋ ଗୟା
୨୦୦୮ ଟଶନ୍ ହିନ୍ଦୀ ଦିଲ୍ ହାରା ରେ ସୁଖୱିନ୍ଦର ସିଂଙ୍କଦ୍ୱାରା ଗାନ କରାଯାଇଥିବା ଏହି ଗୀତରେ ସୈଫ୍ ଅଲି ଖାନ୍ ଓ କରୀନା କପୁର ଅଭିନୟ କରିଥିଲେ । 
୨୦୧୪ ଫଗଲି ହିନ୍ଦୀ ବଞ୍ଜାରେ
୨୦୧୪ ଆଗାଡୁ ତେଲୁଗୁ ଏହି ଚଳଚ୍ଚିତ୍ରରେ ମହେଶ ବାବୁ ଓ ତମନ୍ନା ଭାଟିଆ ଅଭିନୟ କରିଥିଲେ । 
୨୦୧୧ ବେଦା ତାମିଲ୍ ଏନ୍ନା ଆଚୁ
୨୦୧୭ ଅଭୟ ଓଡ଼ିଆ ରବା ରବା ଏହି ଚଳଚ୍ଚିତ୍ରରେ ଅନୁଭବ ମହାନ୍ତି ଓ ଏଲିନା ସାମନ୍ତରାୟ ଅଭିନୟ କରିଥିଲେ ।

ଚିତ୍ରାବଳୀ[ସମ୍ପାଦନା]

ପାଂଗୋଂଗ୍ ତ୍ସୋ

ଆଧାର[ସମ୍ପାଦନା]

  1. Wang, M., Hou, J. and Lei, Y., 2014. Classification of Tibetan lakes based on variations in seasonal lake water temperature. Chinese Science Bulletin, 59(34): 4847-4855.
  2. Bhat, F., et al., Ecology and biodiversity in Pangong Tso (lake) and its inlet stream in Ladakh, India. International Journal of Biodiversity and Conservation, 2011. 3(10): p. 501-511
  3. "River basins with Major and medium dams & barrages location map in India, WRIS". Retrieved 10 May 2014.
  4. ୪.୦ ୪.୧ R. K. Pant; N. R. Phadtare; L. S. Chamyal; Navin Juyal (June 2005). "Quaternary deposits in Ladakh and Karakoram Himalaya: A treasure trove of the palaeoclimate records" (PDF). Current Science. Bern, Switzerland: Current Science Association. 88 (11): 1796. ISSN 0011-3891. Retrieved 2009-09-11.
  5. Biksham Gujja; Archana Chatterjee; Parikshit Gautam & Pankaj Chandan (August 2003). "Wetlands and Lakes at the Top of the World" (PDF). Mountain Research and Development. Bern, Switzerland: International Mountain Society. 23 (3): 219–221. doi:10.1659/0276-4741(2003)023[0219:WALATT]2.0.CO;2. ISSN 1994-7151. Retrieved 2009-06-17.
  6. Negi, S.S. (1 April 2002). Himalayan Rivers, Lakes and Glaciers. India: Indus Publishing Company. p. 152. ISBN 978-8185182612. Retrieved 2009-09-12.
  7. Guruswamy, Mohan (January 2006). Emerging Trends in India-China Relations. India: Hope India Publications. p. 223. ISBN 9788178711010. Retrieved 2009-09-12.
  8. Mohan Guruswamy. "No longer a Great Game". Centre for Policy Alternatives, India. Retrieved 29 August 2013.
  9. Burkitt, Laurie; Scobell, Andrew; Wortzel, Larry M. (July 2003). The Lessons of History: The Chinese People's Liberation Army at 75 (PDF). Strategic Studies Institute. pp. 340–341. ISBN 1-58487-126-1.
  10. Manu Pubby. "Pangong Lake is border flashpoint between India and China". New Delhi, India: The Indian Express Limited. Retrieved 2009-06-24.
  11. Sultan Shahin. "Vajpayee claps with one hand on border dispute". Retrieved 2009-06-24.
  12. Jonathan Holslag (2008). "China, India and the Military Security Dilemma, Vol 3(5)" (PDF). Brussels Institute of Contemporary China Studies (BICCS). Retrieved 2009-06-24.
  13. "BT Exclusive: First look of Divya Khosla Kumar's 'Sanam Re'".