ହାଇପରଅସମୋଲାର ହାଇପରଗ୍ଲାଇସେମିକ ସ୍ଟେଟ

ଉଇକିପିଡ଼ିଆ ରୁ
Jump to navigation Jump to search
ହାଇପରଅସମୋଲାର ହାଇପରଗ୍ଲାଇସେମିକ ସ୍ଟେଟ (Hyperosmolar hyperglycemic state)
Hyperosmolar hyperglycemic nonketotic coma (HHNC), hyperosmolar non-ketotic coma (HONK), nonketotic hyperosmolar coma, hyperosmolar hyperglycemic nonketotic syndrome (HHNS)[୧]
ଭିଡିଓରେ ମଧୁମେହ, ଏହାର ଜଟିଳତା ଓ ଏଚଏଚଏସ
ଲକ୍ଷଣ ନିର୍ଜଳନ (dehydration) ଚିହ୍ନ, ପରବର୍ତ୍ତିତ ଚୈତନ୍ୟ (altered level of consciousness)[୨]
ଆକ୍ରାନ୍ତ ସମୟ କିଛି ଦିନ ଓ ସପ୍ତାହ ଲାଗିଯାଏ [୩]
ଅବଧି କିଛି ଦିନ[୩]
ବିପଦ କାରକ ସଂକ୍ରମଣ (Infections), ଷ୍ଟ୍ରୋକ, ବଡ଼ ଆଘାତ (trauma), କେତେକ ଔଷଧ, ହୃଦ୍‌ଘାତ[୪]
ରୋଗ ନିର୍ଣ୍ଣୟ ପଦ୍ଧତି ରକ୍ତ ପରୀକ୍ଷା (Blood tests)[୨]
ସଠିକ ରୋଗ ନିର୍ଣ୍ଣୟ ଡାଏବେଟିକ କିଟୋଏସିଡୋସିସ[୨]
ଚିକିତ୍ସା ଶିରାଭ୍ୟନ୍ତର ତରଳ ପଦାର୍ଥ (Intravenous fluids), ଇନସୁଲିନ (insulin), ଲୋ ମଲିକୁଲାର ହେପାରିନ (low molecular weight heparin), ଆଣ୍ଟିବାୟୋଟିକ (antibiotics)[୩]
ପୌନଃପୁନିକ କିଛି ପରିମାଣରେ ସାଧାରଣ[୨]

ହାଇପରଅସମୋଲାର ହାଇପରଗ୍ଲାଇସେମିକ ସ୍ଟେଟ ବା ଏଚଏଚଏସ (Hyperosmolar hyperglycemic state ବା HHS) ବେମାରୀ ମଧୁମେହ ରୋଗର ଏକ ଜଟିଳ ଅବସ୍ଥା ଯେଉଁଥିରେ ଅତ୍ୟଧିକ ରକ୍ତ ଶର୍କରା ହେବା ଫଳରେ ଉଲ୍ଲେଖନୀୟ କିଟୋଏସିଡୋସିସ (ketoacidosis) ନଥାଇ ଅଧିକ ଅସମୋଲାରିଟି (osmolarity) ହୋଇଯାଏ ।[୪] ଲକ୍ଷଣ ମଧ୍ୟରେ ନିର୍ଜଳନ (dehydration) ଚିହ୍ନ, ପରବର୍ତ୍ତିତ ଚୈତନ୍ୟ (altered level of consciousness), ଦୁର୍ବଳତା, ଦୃଷ୍ଟି ସମସ୍ୟା ଓ ଗୋଡ଼ କ୍ରାମ୍ପ (legs cramps) ହୋଇପାରେ ।[୨] ଆରମ୍ଭ ହେବାକୁ କିଛି ଦିନ ବା ସପ୍ତାହ ଲାଗିଯାଏ ।[୩] ରୋଗ ଜଟିଳ ହେଲେ ଡିସସେମିନେଟେଡ କୋଆଗୁଲୋପାଥି (Disseminated intravascular coagulopathy), ମେସେଣ୍ଟେରିକ ଧମନୀ ଅବରୋଧ (mesenteric artery occlusion), ରାବଡୋମାୟୋଲାଇସିସ ଓ ବାତ seizures ଆଦି ବେମାରୀ ଦେଖାଯାଏ ।[୨]

ମଧୁମେହ ଟାଇପ ୨ ରୋଗରେ ଏହି ଏଚଏଚଏସ ସଙ୍କଟ ରହେ ।[୪] କ୍ୱଚିତ ମଧୁମେହ ଟାଇପ ୧ରେ ବା ପୂର୍ବ ମଧୁମେହ ଇତିହାସ ନଥାଇ ଏହି ରୋଗ ହୋଇପାରେ ।[୩][୪] ସଂକ୍ରମଣ (Infections), ଷ୍ଟ୍ରୋକ, ବଡ଼ ଆଘାତ (trauma), କେତେକ ଔଷଧ, ହୃଦ୍‌ଘାତ ଇତ୍ୟାଦି ରୋଗରେ ଏହି ସଙ୍କଟ ଟ୍ରିଗର ହୋଇଯାଏ ।[୪] ରକ୍ତ ପରୀକ୍ଷାରେ ଶର୍କରା ପରିମାଣ ୩୦ମି:ମୋଲ ବା ୬୦୦ମି:ଗ୍ରା/ଡେଲିରୁ ଅଧିକ, ଅସମୋଲାରଟି ୩୨୦ଏମଓଏସଏମ/କେଜି ଓ ପିଏଚ (ph) ୭.୩ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨][୩]

ଚିକିତ୍ସା ପ୍ରାରମ୍ଭରେ ନିର୍ଜଳନ ନିମନ୍ତେ ଶିରାଭ୍ୟନ୍ତର ତରଳ ପଦାର୍ଥ (Intravenous fluids), କିଟୋନ (ketones) ପରିମାଣ ଅଧିକ ଥିଲେ ଶିରାଭ୍ୟନ୍ତର ଇନସୁଲିନ (insulin), ରକ୍ତ ଜମାଟ ହେବାକୁ ବନ୍ଦ କରିବା ନିମନ୍ତେ ଲୋ ମଲିକୁଲାର ହେପାରିନ (low molecular weight heparin) ଓ ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୩] ରକ୍ତ ଶର୍କରା ଧୀରେ କମେଇବାକୁ ଲକ୍ଷ ରଖାଯାଇଥାଏ ।[୩] ସମସ୍ୟା ସମାଧନ କରିବା ସମୟରେ ପୋଟାସିଅମ (Potassium ପୁନର୍ଭରଣ ଅନେକ ସମୟରେ ଆବଶ୍ୟକ ହୁଏ ।[୩] ମଧୁମେହ ପାଦ ଘାଆ (diabetic foot ulcers) ନହେବା ନିମନ୍ତେ ଯତ୍ନ ନେବା ଆବଶ୍ୟକ । [୩] କିଛି ଦିନର ଚିକିତ୍ସାରେ ରୋଗୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସେ ।[୩]

ଏହା ଏକ ସାଧାରଣ ଜଟିଳତା ହେଲେ ମଧ୍ୟ ଏହା କେତେ ହାରରେ ହୁଏ ତାହା ଅଜ୍ଞାତ ଅଛି ।[୨][୪] ସାଧାରଣତଃ ବୟସ୍କ ଲୋକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୪] ମୃତ୍ୟୁ ସଙ୍କଟର ହାର ପ୍ରାୟ ୧୫% ।[୪] ଏହି ଅବସ୍ଥା ବିଷୟରେ ପ୍ରଥମେ ସନ ୧୮୮୦ରେ ବର୍ଣ୍ଣନା କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. "Hyperosmolar Hyperglycemic Nonketotic Syndrome (HHNS)". American Diabetes Association. Archived from the original on 2 July 2012. Retrieved 6 July 2012. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Stoner, GD (1 May 2005). "Hyperosmolar hyperglycemic state". American Family Physician. 71 (9): 1723–30. PMID 15887451. 
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Frank, LA; Solomon, A (2 September 2016). "Hyperglycaemic hyperosmolar state". British journal of hospital medicine (London, England : 2005). 77 (9): C130–3. doi:10.12968/hmed.2016.77.9.C130. PMID 27640667. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Pasquel, FJ; Umpierrez, GE (November 2014). "Hyperosmolar hyperglycemic state: a historic review of the clinical presentation, diagnosis, and treatment". Diabetes Care. 37 (11): 3124–31. doi:10.2337/dc14-0984. PMC 4207202Freely accessible. PMID 25342831. 

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ