ହରିହର ଦାସ (୧୮୪୩ ଜନ୍ମ)‌

ଉଇକିପିଡ଼ିଆ‌ରୁ
ପଣ୍ଡିତ

ହରିହର ଦାସ
ଜନ୍ମ୧୮୪୩
ମୃତ୍ୟୁ୯ ଫେବ୍ରୁଆରୀ ୧୯୭୪
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିପୁରୀରେ ସଂସ୍କୃତ କଲେଜର ପ୍ରତିଷ୍ଠା

ହରିହର ଦାସ (୧୮୪୩ - ୯ ଫେବ୍ରୁଆରୀ ୧୯୭୪) ପୁରୀଜିଲ୍ଲା ସତ୍ୟବାଦୀ ପାଖ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

ସମାଜ ସଂସ୍କାର[ସମ୍ପାଦନା]

ସେ ୧୮୬୬-୧୮୬୭ର ନଅଙ୍କ ଦୁର୍ଭିକ୍ଷ ପରେ ପୁରୀରେ ପ୍ରଥମେ ଏକ ସଂସ୍କୃତ ବିଦ୍ୟାଳୟ ଆରମ୍ଭ କରିଥିଲେ। ସେହି ସ୍କୁଲର ଛାତ୍ରମାନଙ୍କୁ ସେ ନିଜ ଖର୍ଚରେ ବହି ଓ ଖାଦ୍ୟ ଯୋଗାଇ ଦେଉଥିଲେ। ସେ ଇଂରାଜୀ, ଗ୍ରୀକ୍ ପ୍ରଭୃତି ବହୁ ବିଦେଶୀ ଭାଷାରେ ପଣ୍ଡିତ ଥିଲେ ଏବଂ ସଂସ୍କୃତ ତଥା ହିନ୍ଦୀରେ ମଧ୍ୟ ପାରଂଗମ ଥିଲେ। ପିଲାମାନଙ୍କୁ ପଢ଼ାଇବାରେ ତାଙ୍କର ଏତେ ଝୁଙ୍କ ଥିଲା ଯେ, ସେ ଛାତ୍ରମାନଙ୍କୁ ଲୁଚାଇ ଘରେ ଖାଇବା ପିଇବାକୁ ଦେଇ ଇଂରାଜୀ ପଢ଼ାଉଥିଲେ। ବହୁଲକ୍ଷ ଟଙ୍କା ଖର୍ଚ କରି ସେ ପୁରୀରେ ବିଜ୍ଞାନ, ଦର୍ଶନ, ଗଣିତ, ଇଂରାଜୀ, ଗ୍ରୀକ୍, ସଂସ୍କୃତ ଓ ହିନ୍ଦୀ ପଢାଇବାର ବନ୍ଦୋବସ୍ତ କରିବାପାଇଁ ପ୍ରସ୍ତାବ ରଖିଥିଲେ। ବିଭିନ୍ନ ପ୍ରଚାର ପତ୍ରରୁ ଏହାର ପ୍ରମାଣ ମିଳିଥାଏ।

ଅବଦାନ[ସମ୍ପାଦନା]

ପୁରୀରେ ଥିବା ସଂସ୍କୃତ କଲେଜର ସ୍ଥାପୟିତା ହେଉଛନ୍ତି ପଣ୍ଡିତ ହରିହର ଦାସ। ଏହି କଲେଜ ସ୍ଥାପନା ପାିଇଁ ସେ ବଳରାମପୁର ରାଜାଙ୍କଠାରୁ ଏକକାଳୀନ ୫୫୦୦୦ ଟଙ୍କା ଓ ବାର୍ଷିକ ୧୩୦୦ ଟଙ୍କା ଛାତ୍ରବୃତ୍ତି ଆଣିଥିଲେ।

ମୃତ୍ୟୁ[ସମ୍ପାଦନା]

୧୮୭୪ ମସିହା ଫେବ୍ରୁଆରୀ ୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଆଧାର[ସମ୍ପାଦନା]