ସହଯୋଗ:Disambiguation

ଉଇକିପିଡ଼ିଆ‌ରୁ

Disambiguation ବା ବହୁବିକଳ୍ପ ପୃଷ୍ଠାଗୁଡିକ ଉଇକିପିଡ଼ିଆରେ ଗୋଟିଏ ଶବ୍ଦର ନାନାଦି ଅର୍ଥଥିବା ପୃଷ୍ଠାଗୁଡ଼ିକୁ ଅଲଗା ଦେଖାଇବା ନିମିତ୍ତ ଉପଯୋଗ କରାଯାଇଥାଏ । ଅନ୍ୟେକ ଅର୍ଥରେ କହିବାକୁ ଗଲେ ବହୁବିକଳ୍ପ ପୃଷ୍ଠାଗୁଡ଼ିକ ସମାନ ନାମ ଥିବା ଭିନ୍ନ ଭିନ୍ନ ପୃଷ୍ଠାଗୁଡ଼ିକୁ ବାଟ ଦେଖାଇଥାନ୍ତି ।

ଉଦାହରଣ ସ୍ୱରୂପ ଶବ୍ଦ ବୌଦ୍ଧ ଭିନ୍ନ ଭିନ୍ନ ଅର୍ଥ ବୁଝାଇପାରେ ଯେପରିକି ଏକ ଧର୍ମ ବା ଓଡ଼ିଶାର ଏକ ଜିଲ୍ଲା, ବା ବୌଦ୍ଧ ସହର ବା ଗୌତମ ବୁଦ୍ଧଙ୍କୁ ବୁଝାଇପାରେ । ଯେହେତୁ କେବଳ ଗୋଟିଏ ଉଇକିପିଡ଼ିଆ ପୃଷ୍ଠାର ନାମ "ବୌଦ୍ଧ" ରହିପାରିବ, ଭିନ୍ନତା ଆଣିବା ନିମିତ୍ତ ପୃଷ୍ଠାଗୁଡ଼ିକ ନାମରେ ବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ), ବୌଦ୍ଧଗଡ଼ ଆଦି ଉପଯୋଗ ହୋଇଥାଏ ।

ହେଲେ କିଛି ଉପାୟ ରହିବା ଦରକାର ଯାହାଦ୍ୱାରା ଭୁଲରେ ଅନ୍ୟଏକ ପୃଷ୍ଠାକୁ ଆସିଯାଇଥିବା ପାଠକଙ୍କୁ ସଠିକ ପୃଷ୍ଠାକୁ ବାଟ କଢ଼େଇନିଆଯାଇପାରିବ, ଏହାକୁ କୁହାଯାଏ ବହୁବିକଳ୍ପ । ଉପରୋକ୍ତ ଉଦାହରଣରେ ବୌଦ୍ଧ ବହୁବିକଳ୍ପ ପୃଷ୍ଟଦ୍ଵାରା ଏହା ସମ୍ଭବ ହେଇପାରୁଛି ।

ବହୁବିକଳ୍ପରେ ମୁଖ୍ୟତଃ ତିନି ପ୍ରକାରର ଘଟଣା ଘଟିପାରେ ।

  • ଚିଲିକା (ବହୁବିକଳ୍ପ) ପୃଷ୍ଠାଟି ବିଭିନ୍ନ ଉପଯୋଗୀ ଶବ୍ଦ ନିମିତ୍ତ ବ୍ୟବହାର କରାଯାଉଛି । ଏହାର ଶେଷରେ ଏକ {{ବହୁବିକଳ୍ପ}} ଛାଞ୍ଚ ରହୁଛି ।
  • ଚିଲିକା ହ୍ରଦ ପୃଷ୍ଠାଟି ଚିଲିକା ଶବ୍ଦଟିର ଗୋଟିଏ ବ୍ୟବହାର ସମ୍ପର୍କରେ ପ୍ରତିନିଧିତ୍ବ କରୁଛି, ଅନ୍ୟ ଅର୍ଥ ନିମିତ୍ତ ଏହା ପୃଷ୍ଠାର ଲେଖା ଆରମ୍ଭରୁ ଏକ ହ୍ୟାଟ୍ ନୋଟ ଯୋଗେ ଶବ୍ଦଟିର ଅନ୍ୟ ବ୍ୟବହାର ଜାଣିବା ନିମିତ୍ତ ବହୁବିକଳ୍ପ ପୃଷ୍ଠାଟିକୁ ଯିବାକୁ ଦର୍ଶାଉଛି ।
  • ବାୟୁ (ଦେବତା) ମୂଳ ପୃଷ୍ଠାଟିର କେବଳ ଅନ୍ୟ ଗୋଟିଏ ବ୍ୟବହାର ଅଛି, ବାୟୁମଣ୍ଡଳ । ଏହାର ଆଧାର ସିଧାସଳଖ ରୂପେ ହ୍ୟାଟ୍ ନୋଟରେ ଲେଖାଯାଇଅଛି, ଏଠି ନିମିତ୍ତ କୌଣସି ବହୁବିକଳ୍ପ ପୃଷ୍ଠା ଅନାବଶ୍ୟକ ।

କ୍ଵଚିତ ସମୟରେ ପାଠକ କୌଣସି ଏକ ବ୍ୟବହୃତ ପୃଷ୍ଠାରେ ନପହଁଚି ସିଧାସଳଖ ବହୁବିକଳ୍ପ ପୃଷ୍ଠାରେ ପହଞ୍ଚି ପାରନ୍ତି । ମୂଳ ପୃଷ୍ଠାଟିକୁ ବଦଳାଇ ଆମେ ଏହା ନିଶ୍ଚିତ କରିପାରିବକି ପାଠକଜଣକ ସର୍ବଦା ତାଙ୍କର ଲକ୍ଷ୍ୟସ୍ଥଳରେ ଆବଶ୍ୟକ କରୁଥିବା ପୃଷ୍ଠାଟିରେ ପହଞ୍ଚିବେ । ଏଭଳି ପରିସ୍ଥିତିରେ ଆପଣ ଦରକାର ମୁତାବକ ଅଦଳବଦଳ କରିପାରନ୍ତି । ଉଇକିପିଡ଼ିଆକୁ ଆହୁରି ଅଧିକ ଉନ୍ନତ କରିବାନିମିତ୍ତ ସମସ୍ତଙ୍କୁ ସ୍ୱାଗତ, ଆପଣ ମଧ୍ୟ । ଏପରିବି ହୋଇପାରେ କି ଆପଣହିଁ ଉଇକିପିଡ଼ିଆ ବ୍ୟବହାର ଅନୁଭୂତିକୁ ଆହୁରି ସରଳ ଏବଂ ସୁନ୍ଦର କରିବେ ।