ସ୍ନାୟୁଜନିତ ଝଟକା
Neurogenic shock | |
---|---|
Vasogenic shock[୧] | |
ବିଭାଗ | Spinal surgery |
ଲକ୍ଷଣ | Low blood pressure, low heart rate, warm skin, abnormal body temperature[୧] |
ଅବଧି | 4 to 12 weeks[୨] |
କାରଣ | Spinal cord injury above T4, spinal anesthesia, Guillain-Barre syndrome, autonomic nervous system toxins, transverse myelitis, other neuropathies[୩][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and medical imaging after ruling out other possible cases[୧] |
ସଠିକ ରୋଗ ନିର୍ଣ୍ଣୟ | Spinal shock, hypovolemic shock, other types of circulatory shock[୧] |
ଚିକିତ୍ସା | Intravenous fluids, C-spine motion restriction, norepinephrine[୪] |
ପୁନଃପୌନିକ | Relatively uncommon[୫] |
ସ୍ନାୟୁଜନିତ ଝଟକା ବା ନ୍ୟୁରୋଜେନିକ ଶକ୍ (Neurogenic shock) ମେରୁଦଣ୍ଡରେ ଆଘାତ ଲାଗିଲେ ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ନିମ୍ନ ରକ୍ତଚାପ, ଧୀର ହୃତ୍ପିଣ୍ଡ ସ୍ପନ୍ଦନ, ଉଷ୍ମ ଚର୍ମ ଏବଂ ଶରୀରରେ ଅସ୍ୱାଭାବିକ ତାପମାତ୍ରା ସୃଷ୍ଟି ହୋଇପାରେ | [୧] ଏହା ଆଘାତ ସମୟରେ ଆରମ୍ଭ ହୋଇ ୪ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ରହିପାରେ | [୨] ରୋଗ ଜଟିଳ ହେଲେ ବିଭିନ୍ନ ଅଙ୍ଗର କାର୍ଯ୍ୟ ପ୍ରଭାବିତ ହୋଇପାରେ | [୩]
ସାଧାରଣତଃ ଚତୁର୍ଥ ମେରୁଅସ୍ଥି ଉପରକୁ ଥିବା ଅସ୍ଥିମାନଙ୍କରେ ଆଘାତ ହେଲେ ଏହି ଅବସ୍ଥା ଉପୁଜେ ।[୩] ଅନ୍ୟାନ୍ୟ କାରଣ ମଧ୍ୟରେ ମେରୁଦଣ୍ଡ ନିଶ୍ଚେତକ, ଗୁଲେନ-ବାରେ ସିଣ୍ଡ୍ରୋମ, ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ ବିଷାକ୍ତ ପଦାର୍ଥ, ଟ୍ରାନ୍ସଭର୍ସ ମାୟେଲାଇଟିସ ଓ ଅନ୍ୟାନ୍ୟ ନିଉରୋପାଥି ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ତର୍ନିହିତ ପ୍ରଣାଳୀ: ସିମ୍ପାଥେଟିକ ଟୋନ କ୍ଷତିଗ୍ରସ୍ଥ ହେଲେ ଏହା ସୃଷ୍ଟି ହୁଏ । [୧] ଏହା ଏକ ପ୍ରକାର ଡିଷ୍ଟ୍ରିବ୍ୟୁଟିଭ ବା ବଣ୍ଟନକାରୀ ଝଟକା ବା ଶକ୍ ।[୩] ଅନ୍ୟାନ୍ୟ ସମ୍ଭାବ୍ୟ ମାମଲାକୁ ଏଡ଼ାଇବା ପରେ ରୋଗର ଲକ୍ଷଣ ଏବଂ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଏହା ସ୍ପାଇନାଲ ଶକ୍ଠାରୁ ପୃଥକ୍ ରୋଗ ଯେଉଁଥିରେ ସ୍ପର୍ଶ, ମୋଟୋର ଏବଂ ରିଫ୍ଲେକ୍ସ ହାନୀ ହୋଇଥାଏ ।[୧]
ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ବେକ ମେରୁଦଣ୍ଡର ଗତି ପ୍ରତିବନ୍ଧକ କରାଯାଏ । [୧] ଯଦି ଏହା ପର୍ଯ୍ୟାପ୍ତ ନୁହେଁ, ନର୍ଏପିନେଫ୍ରିନ (ଔଷଧ) ଦେଇ ହାରାହାରୀ ଧମନୀ ରକ୍ତଚାପ ୯୦ ମିମି ପାରଦରୁ ଅଧିକ ରଖିବା ପାଇଁ ବ୍ୟବହୃତ ହୁଏ | [୧] ହୃତପିଣ୍ଡର ମନ୍ଥର ଗତି ବୃଦ୍ଧି କରିବା ନିମନ୍ତେ ଆଟ୍ରୋପିନ୍ ଦେଇ ଚିକିତ୍ସା କରାଯାଇପାରେ | [୧] ମେରୁଦଣ୍ଡକୁ ସ୍ଥିର କରିବା ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | [୧] ନ୍ୟୁରୋଜେନିକ୍ ଶକ୍ ଅପେକ୍ଷାକୃତ ଅସାଧାରଣ ଅଟେ। [୫] ଏହା ପ୍ରାୟ ୧୯% ବେକ ଏବଂ ୭% ଛାତି ମେରୁଦଣ୍ଡ ଆଘାତରେ ଦେଖାଯାଏ | [୧] [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Stat2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ ୨.୨ Chhabra, Harvinder Singh (2015). ISCoS Textbook on Comprehensive management of Spinal Cord Injuries (in ଇଂରାଜୀ). Wolters kluwer india Pvt Ltd. p. 784. ISBN 978-93-5129-440-5.
- ↑ ୩.୦ ୩.୧ ୩.୨ ୩.୩ "Shock - Critical Care Medicine". Merck Manuals Professional Edition. Retrieved 5 January 2021.
- ↑ Dave, S; Cho, JJ (January 2020). "Neurogenic Shock". PMID 29083597.
{{cite journal}}
: Cite journal requires|journal=
(help) - ↑ ୫.୦ ୫.୧ Standl, T; Annecke, T; Cascorbi, I; Heller, AR; Sabashnikov, A; Teske, W (9 November 2018). "The Nomenclature, Definition and Distinction of Types of Shock". Deutsches Arzteblatt international. 115 (45): 757–768. doi:10.3238/arztebl.2018.0757. PMID 30573009.