ସ୍ତନ୍ୟପାନ
ସ୍ତନ୍ୟପାନ, (ଇଂରାଜୀ ଭାଷାରେ ବ୍ରେଷ୍ଟଫିଡ/breastfeed ବା ନର୍ସିଙ୍ଗ/nursing) ଶବ୍ଦ ମହିଳା ସ୍ତନରୁ ଶିଶୁ ଦୁଗଧ ପାନ କରିବାକୁ ବୁଝାଏ । [୧] ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଓ ଶୁଶୁର ଇଚ୍ଛା ଅନୁଯାୟୀ ଦେବା ଉଚିତ । [୨][୩] ଜୀବନର ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଛୁଆକୁ ଦିନକୁ ୮ରୁ ୧୨ ଥର ପିଏଇବା ଉଚିତ । ପ୍ରତ୍ୟେକ ସ୍ତନରୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପିଆଯାଏ । [୪] ଶିଶୁର ବୟସ ବୃଦ୍ଧି ସହିତ ସ୍ତନ୍ୟପାନର ଆବୃତ୍ତି କମିଯାଏ । [୫] କେତେକ ମାତା ସ୍ତନରୁ ପମ୍ପ ସାହାଯ୍ୟରେ ଦୁଧ ପରବର୍ତ୍ତୀ ବ୍ୟବହାର ନିମନ୍ତେ ବା ଅନ୍ୟମାନଙ୍କ ନିମନ୍ତେ ବାହାର କରି ଗଚ୍ଛିତ କରି ରଖନ୍ତି । [୧] ସ୍ତନ୍ୟପାନ ଉଭୟ ମାତା ଓ ଶିଶୁର ଉପକାର କରେ । [୩][୬] ଇନଫ୍ୟାଣ୍ଟ ଫର୍ମୁଲା ଏକ ବ୍ୟବସାୟ ପ୍ରସ୍ତୁତ ଶିଶୁ ଖାଦ୍ୟ ଯାହାର ଅନେକ ଉପକାରୀତା ନାହିଁ । [୩]
ହିସାବ କରି ଦେଖାଯାଇଛି ସାରା ପୃଥିବୀରେ ପ୍ରତି ବର୍ଷ ଏକ ନିୟୁତରୁ ଅଧିକ ଶିଶୁ ସ୍ତନ୍ୟପାନକରି ବଞ୍ଚି ପାରିବେ । ସ୍ତନ୍ୟପାନଦ୍ୱାରା ଶ୍ୱାସକ୍ରିୟା ନଳୀ ସଂକ୍ରମଣ ଓ ତରଳ ଝାଡ଼ା ରୋଗ ସଙ୍କଟ କମିଯାଏ । [୩] ଏହି ସତ୍ୟ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ନିମନ୍ତେ ପ୍ରଯୁଜ୍ୟ । [୨] ଅନ୍ୟ ଉପକାର ମଧ୍ୟରେ ଆଜମା, ଖାଦ୍ୟ ଆଲର୍ଜି, ସିଲିଆକ ରୋଗ, ଟାଇପ ୧ ଡାଏବେଟିସ ଓ ଲିଉକେମିଆ ରୋଗମାନଙ୍କ ସଙ୍କଟ କମିଯାଏ । [୩] ସ୍ତନ୍ୟପାନ କଲେ ବୋଧଶକ୍ତି ଉନ୍ନତ ହୁଏ ଓ ବଡ଼ ହେଲେ ମୋଟାପା ସମ୍ଭାବନା କମିଯାଏ । [୨] କେତେକ ମାତା ସ୍ତନ୍ୟପାନ ନିମନ୍ତେ ଚାପ ଅନୁଭବ କରନ୍ତି, କିନ୍ତୁ ସ୍ତନ୍ୟପାନ ନ କରି ମଧ୍ୟ ପିଲାମାନେ ଉଲ୍ଲେଖନୀୟ କ୍ଷତି ବିନା ସାଧାରଣ ଭାବେ ବଢ଼ିପାରନ୍ତି । [୭]
ସ୍ତନ୍ୟପାନ କରେଇଲେ ପ୍ରସବ ପରେ ମାଆର ରକ୍ତସ୍ରାବ କମ ହୁଏ, ଜରାୟୁ ସଙ୍କୋଚନ ଭଲ ହୁଏ, ଓଜନ ହ୍ରାସ କମ ହୁଏ ଓ ପ୍ରସବ ପରବର୍ତ୍ତୀ ଅବସାଦ କମ ହୁଏ । ପରବର୍ତ୍ତୀ ଋତୁସ୍ତାବ ସମୟ ବଢ଼ିଯାଏ ଓ ଏହି ଦୁଗ୍ଧ ସ୍ରବଣ ଋତୁରୋଧ (lactational amenorrhea) ଫଳରେ ପ୍ରଜନନ କ୍ଷମତା ବିଳମ୍ବରେ ଆସେ । ଦୀର୍ଘକାଳୀନ ଉପକାର ମଧ୍ୟରେ ସ୍ତନ କର୍କଟ, ହୃତପିଣ୍ଡରକ୍ତନଳୀ ରୋଗ ଓ ରିଉମାଟଏଡ ରୋଗ ସଙ୍କଟ କମିଯାଏ । [୩] ବଜାର ଶିଶୁଖାଦ୍ୟ ଅପେକ୍ଷା ସ୍ତନ୍ୟପାନ ନିଃଶୁଳ୍କ ଅଟେ । [୮][୯]
ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରୁଛି । [୨][୧୦] ଏହାର ଅର୍ଥ ଭିଟାମିନ ଡି ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ବା ପାନୀୟ ଦିଆଯାଏ ନାହିଁ । [୧୧] ଏକ ବର୍ଷ ବୟସ ପର୍ଯ୍ୟନ୍ତ ନିରନ୍ତର ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । [୩] ସାରା ପୃଥିବୀରେ ପ୍ରାୟ ୩୮ % ଶିଶୁ ପ୍ରଥମ ୬ ମାସ ଧରି କେବଳ ସ୍ତନ୍ୟପାନ କରନ୍ତି । [୨] ଆମେରିକାରେ ୭୫ % ମହିଳା ସ୍ତନ୍ୟପାନ ଆରମ୍ଭ କରନ୍ତି ଓ ୪୩ % ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି । [୩] ସ୍ତନ୍ୟପାନ ବନ୍ଦ କରିବାକୁଥିବା ଡାକ୍ତରୀ ଉପଦେଶ ଅତି ଅସାଧାରଣ । [୩] ସ୍ତନ୍ୟପାନ ସମୟରେ ଅନେକ ଔଷଧ ଖାଇବାକୁ ମନା କରାଯାଏ । [୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Breastfeeding and Breast Milk: Condition Information". 2013-12-19. Retrieved 27 July 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Infant and young child feeding Fact sheet N°342". WHO. February 2014. Retrieved February 8, 2015.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ American Academy of Pediatrics Section on Breastfeeding. (March 2012). "Breastfeeding and the use of human milk". Pediatrics. 129 (3): 827–841. doi:10.1542/peds.2011-3552. PMID 22371471.
- ↑ "How do I breastfeed? Skip sharing on social media links". 2014-04-14. Retrieved 27 July 2015.
- ↑ "What is weaning and how do I do it?". 2013-12-19. Retrieved 27 July 2015.
- ↑ Ip, S; Chung, M; Raman, G; Trikalinos, TA; Lau, J (October 2009). "A summary of the Agency for Healthcare Research and Quality's evidence report on breastfeeding in developed countries". Breastfeeding medicine : the official journal of the Academy of Breastfeeding Medicine. 4 Suppl 1: S17-30. PMID 19827919.
- ↑ Lawrence, Ruth A.; Lawrence, Robert Michael (2011-01-01). Breastfeeding: A Guide for the Medical Profession. Elsevier Health Sciences. pp. 227–228. ISBN 1437707882.
- ↑ "Breastfeeding and the use of human milk. American Academy of Pediatrics. Work Group on Breastfeeding". Pediatrics. 100 (6): 1035–9. Dec 1997. PMID 9411381.
- ↑ "What are the benefits of breastfeeding?". 2014-04-14. Retrieved 27 July 2015.
- ↑ Kramer, MS; Kakuma, R (15 August 2012). "Optimal duration of exclusive breastfeeding". The Cochrane database of systematic reviews. 8: CD003517. PMID 22895934.
- ↑ "What are the recommendations for breastfeeding?". 2014-04-14. Retrieved 27 July 2015.
- ↑ "Are there any special conditions or situations in which I should not breastfeed?". 2013-12-19. Retrieved 27 July 2015.