ସୌମେନ୍ଦ୍ର ପାଢ଼ୀ
ଦେଖଣା
ସୌମେନ୍ଦ୍ର ପାଢ଼ୀ | |
---|---|
ଜନ୍ମ | |
ବୃତ୍ତି | ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୨୦୧୬ - ବର୍ତ୍ତମାନ ପର୍ଯ୍ୟନ୍ତ |
ସୌମେନ୍ଦ୍ର ପାଢ଼ୀ (ଜନ୍ମ: ୧ ଜାନୁଆରୀ ୧୯୭୦) ଓଡ଼ିଶାରେ ଜନ୍ମିତ ଜଣେ ହିନ୍ଦୀ କଥାଚିତ୍ର ଏବଂ ଧାରାବାହିକ ନିର୍ଦ୍ଦେଶକ । ବୁଦ୍ଧିଆ ସିଂହ ବର୍ନ ଟୁ ରନ୍ ଏବଂ ଜାମାତ୍ରା ନେଟଫ୍ଲିକ୍ସ ଧାରାବାହିକରେ ସେ ନିର୍ଦ୍ଦେଶନା ଦେଇଥିଲେ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୌମେନ୍ଦ୍ର ପାଢ଼ୀ ଭୁବନେଶ୍ୱର ସୈନିକ ସ୍କୁଲର ଏକ ପୁରାତନ ଛାତ୍ର । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ ।[୨]
ନିର୍ଦ୍ଦେଶକ ଜୀବନ
[ସମ୍ପାଦନା]୨୦୧୬ ମସିହାରେ ବୁଦ୍ଧିଆ ସିଂହ ଉପରେ ନିର୍ମିତ ବୁଦ୍ଧିଆ ସିଂହ ବର୍ନ ଟୁ ରନ୍ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରକୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ବିଭାଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୩] ୨୦୨୦ ମସିହାରେ ପାଢ଼ୀଙ୍କଦ୍ୱାରା ନିର୍ଦ୍ଦେଶିତ ଧାରାବାହିକ ଜାମାତ୍ରା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ।[୩]
ଆଧାର
[ସମ୍ପାଦନା]- ↑ ""ବୁଦ୍ଧିଆ ସିଂ ବର୍ନ ଟୁ ରନ୍ର ଗୀତ 'ତୁ ଦୌଡ୍ ଦୌଡ୍' ରିଲିଜ୍". Odisha Reporter. 2016-07-22. Retrieved 2022-10-17.
- ↑ https://www.bhaskar.com/entertainment/bollywood/news/jamtara-director-soumendra-padhi-interview-life-facts-struggling-story-130349946.html
- ↑ ୩.୦ ୩.୧ Panicker, Anahita (2020-01-16). "Director Soumendra Padhi on 'Jamtara', the Netflix series about Jharkand's phishing scam". The Hindu (in Indian English). ISSN 0971-751X. Retrieved 2022-10-17.