ସୈନିକ ସ୍କୁଲ, ଭୁବନେଶ୍ୱର

ଉଇକିପିଡ଼ିଆ‌ରୁ
ସୈନିକ ସ୍କୁଲ, ଭୁବନେଶ୍ୱର
ଅବସ୍ଥାନ
ଭୁବନେଶ୍ୱର, ଓଡ଼ିଶା
ବିବରଣୀ
Type ସର୍ବସାଧାରଣ, ଆବାସିକ
ପ୍ରତିଷ୍ଠା ୧୯୬୨
ଶ୍ରେଣୀ ଷଷ୍ଠରୁ ଦ୍ୱାଦଶ
Gender ପୁଅ
ପରିମିତି 142-acre (0.57 km2)
Affiliation କେନ୍ଦ୍ରୀୟ ସେକେଣ୍ଡାରୀ ବୋର୍ଡ଼
ୱେବସାଇଟ

ସୈନିକ ସ୍କୁଲ, ଭୁବନେଶ୍ୱର ଭାରତରେ ଥିବା ୨୫ଟି ସୈନିକ ସ୍କୁଲ ମଧ୍ୟରୁ ଅନ୍ୟତମ ।[୧] ଏହା ଏକ ସମ୍ପୂର୍ଣ୍ଣ ଆବାସିକ ଇଂରାଜୀ ମିଡିଅମ ସ୍କୁଲ । ଭାରତ ସରକାରଙ୍କଦ୍ୱାରା ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ୧୯୬୨ ମସିହା ଫେବୃଆରୀ ୧ ତାରିଖରେ ସ୍ଥାପନ କରାଯାଇଥିଲା । ଏହା କେନ୍ଦ୍ରୀୟ ସେକେଣ୍ଡାରୀ ବୋର୍ଡ଼ (CBSE) ସହ ଅନୁବନ୍ଧିତ ଓ ଭାରତୀୟ ପବ୍ଲିକ ସ୍କୁଲ ସଂଘ(IPSC)ର ସଦସ୍ୟ ।[୨]   

ସ୍କୁଲଟି ମୁଖ୍ୟତଃ ଜାତୀୟ ସୁରକ୍ଷା ଏକାଡେମୀ ଖଡ଼ଗଭାସଲାରେ ପ୍ରବେଶ ପାଇବା ପାଇଁ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା ସହ ଅନ୍ୟ ଧାରାରେ ଯିବା ପାଇଁ ମଧ୍ୟ ପ୍ରସ୍ତୁତ କରିଥାଏ ।[୩] 

ଇତିହାସ [ସମ୍ପାଦନା]

ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ସ୍କୁଲ ୧୫ ଜାନୁଆରୀ ୧୯୬୨ରେ ଅସ୍ଥାୟୀ ଭାବେ ଏକ ସରକାରୀ ଭବନରେ ଆରମ୍ଭ ହେଇଥିଲା ।[୪] ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ବର୍ତ୍ତମାନର ସ୍ଥାୟୀ କେମ୍ପସ ୨ ବର୍ଷ ମଧ୍ୟରେ ନିର୍ମିତ ହେଇ ୮ ଜାନୁଆରୀ ୧୯୬୪ରେ ଭାରତର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଉଦଘାଟିତ ହେଇଥିଲା । 

ଲକ୍ଷ୍ୟ [ସମ୍ପାଦନା]

ଏହି ଆବାସିକ ସ୍କୁଲର ମୂଳ ଲକ୍ଷ୍ୟ ହେଲା ପିଲାମାନଙ୍କୁ ଶିକ୍ଷା, ଶାରୀରିକ, ଓ ମାନସିକ ଦୃଷ୍ଟିରୁ ଭାରତୀୟ ସୁରକ୍ଷା ଏକାଡେମିରେ ପ୍ରବେଶ ପାଇବାକୁ ଯୋଗ୍ୟ ହେବାକୁ ପ୍ରସ୍ତୁତ କରିବା । ଏଥି ପାଇଁ ଏଠାରେ ୩ ସ୍ତରୀୟ ପରିଚାଳନା ବ୍ୟବସ୍ଥା ରହିଛି । ଭରତ ସରକାରଙ୍କ ପ୍ରତିରକ୍ଷ୍ୟା ମନ୍ତ୍ରଣାଳୟ, ସ୍ଥାନୀୟ ପରିଚାଳନା ସମିତି ଓ ସ୍କୁଲର ଷ୍ଟାଫଙ୍କ ମିଳିତ ସହଯୋଗଦ୍ୱାରା ସମସ୍ତ ପରିଚାଳନାଗତ ନିଷ୍ପତ୍ତି ନିଆ ଯାଇଥାଏ ।  

ପ୍ରଶାସନ [ସମ୍ପାଦନା]

ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ସ୍ୱୟଂଶାସିତ ପରିଚାଳନା ସମିତିଦ୍ୱାରା ଏହା ପରିଚାଳିତ ହେଇଥାଏ । ଭାରତର ରକ୍ଷା ମନ୍ତ୍ରୀ[୫]ଙ୍କ ଅଧ୍ୟକ୍ଷତାରେ ଏକ ବୋର୍ଡ ଅଫ ଗଭର୍ଣ୍ଣର ରହିଥାନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ବା ଶିକ୍ଷମନ୍ତ୍ରୀ ମଧ୍ୟ ଏହି ବୋର୍ଡ ଅଫ ଗଭର୍ଣ୍ଣରରେ ରହନ୍ତି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ମଧ୍ୟ ସ୍ଥାନୀୟ ପ୍ରଶାସନ ବୋର୍ଡରେ ରହିଥାନ୍ତି । 

କେମ୍ପସ [ସମ୍ପାଦନା]

ଭୁବନେଶ୍ୱର ସୈନିକ ସ୍କୁଲଟି ବାଣୀ ବିହାରରେ ଥିବା  ଉତ୍କଳ ବିଶ୍ୱବିଦ୍ୟାଳୟ ସନ୍ନିକଟରେ ରହିଛି । ଜାତୀୟ ରାଜପଥରୁ ଏହାର ଦୁରତ୍ୱ ୨ କିଲୋମିଟର । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏହାର ଦୂରତା ୧୦ କିଲୋମିଟର ହେଇଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ୮ କିଲୋମିଟର ଦୂରରେ ଅବସ୍ଥିତ । 

ଅନ୍ନପୂର୍ଣ୍ଣା [ସମ୍ପାଦନା]

ସ୍କୁଲର ମୁଖ୍ୟ ଭୋଜନଗୃହକୁ ଅନ୍ନପୂର୍ଣ୍ଣା କୁହାଯାଏ । ସମସ୍ତ ବିଦ୍ୟାର୍ଥୀଙ୍କୁ ଏଠାରେ ଏକ ସାଙ୍ଗରେ ଭୋଜନ ପରିବେଷଣ କରାଯାଇଥାଏ । ଉଭୟ ଶାକାହାରୀ ଓ ନିରାମିଷାଶୀ ଜାତୀୟ ଖାଦ୍ୟ ଦିଆ ଯାଇଥାଏ । 

ଛାତ୍ରାବାସ [ସମ୍ପାଦନା]

ଏହି ସମ୍ପୂର୍ଣ୍ଣ ଆବାସିକ ବିଦ୍ୟାଳୟରେ ସମସ୍ତ କେଡେଟ(ଛାତ୍ର)ମାନଙ୍କୁ ଛାତ୍ରାବାସରେ ରହିବାର ବ୍ୟବସ୍ଥା କରାଯାଇଥାଏ । ଛାତ୍ରାବାସଗୁଡିକ ଗୃହଶିକ୍ଷକ, ମାଟ୍ରନ, ହଷ୍ଟେଲ ସୁପରିଣ୍ଟେଣ୍ଡାନ୍ତ ମାନଙ୍କ ତତ୍ତ୍ୱାବଧାନରେ ରହେ । 

ପ୍ରବେଶ [ସମ୍ପାଦନା]

ପ୍ରତିବର୍ଷ ଜାନୁଆରୀ ମାସରେ ଅନୁଷ୍ଠିତ ପ୍ରବେଶିକା ପରିକ୍ଷା ଭିତ୍ତିରେ ନୂତନ ଛାତ୍ର ଗ୍ରହଣ କରାଯାଇଥାଏ । ଏଥି ପାଇଁ ପୂର୍ବ ବର୍ଷ ଅକ୍ଟୋବର ମାସରୁ ଆବେଦନ ପତ୍ର ଦେବାକୁ ହେଇଥାଏ । ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରବେଶିକା ଫର୍ମ ଦେବା ଶେଷ ହୋଇ ଜାନୁଆରୀ ପ୍ରଥମ ରବିବାରରେ ପ୍ରବେଶିକା ପରିକ୍ଷା ହେଇଥାଏ । 

ସମର ଶିକ୍ଷାର୍ଥୀ ବାହିିନୀ[ସମ୍ପାଦନା]

ସମର ଶିକ୍ଷାର୍ଥୀ ବାହିିନୀ ଏହି ସ୍କୁଲର ସମସ୍ତ ଛାତ୍ର ମାନଙ୍କ ପାଇଁ ବାଧ୍ୟତାମୂଳକ । ଏହା ତାଙ୍କ ପାଠ୍ୟକ୍ରମର ଏକ ଅଭିନ୍ନ ଅଙ୍ଗ । ସମର ଶିକ୍ଷାର୍ଥୀ ବାହିିନୀରେ ସ୍ଥଳ ସେନା, ଜଳ ସେନା, ଓ ବାୟୁସେନା ବିଭାଗ ରହିଥାଏ । 

ଆଧାର [ସମ୍ପାଦନା]

  1. http://pib.nic.in/newsite/PrintRelease.aspx?relid=136915
  2. "ଆର୍କାଇଭ୍ କପି". Archived from the original on 26 ଡିସେମ୍ବର 2016. Retrieved 7 ନଭେମ୍ବର 2016. {{cite web}}: Cite has empty unknown parameter: |1= (help)
  3. Sainik School Entrance Test. Krishna Prakashan Media. pp. 5–. ISBN 978-81-87224-56-3.
  4. http://timesofindia.indiatimes.com/city/bhubaneswar/Second-Sainik-School-near-Sambalpur-soon/articleshow/11139131.cms
  5. BOARD OF GOVERNORS

ବାହାର ଲିଙ୍କ [ସମ୍ପାଦନା]