ରିଉମାଟଏଡ ଆର୍ଥ୍ରାଇଟିସ
ରିଉମାଟଏଡ ଆର୍ଥ୍ରାଇଟିସ (ଆରଏ) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ବିକାର ଯାହା ମୂଖ୍ୟତଃ ସାଇନୋଭିଆଲ ଗଣ୍ଠିମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ଗଣ୍ଠି ଉଷୁମ ହୁଏ, ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ବିଶ୍ରାମ ପରେ ଗଣ୍ଠି ଅଧିକ ଶକ୍ତ ହୋଇଯାଏ ଓ ଅଧିକ କଷ୍ଟ ହୁଏ । ସାଧାରଣତଃ ମଣିବନ୍ଧ/କଚଟିରେ ଓ ହାତରେ ଏହି ରୋଗ ଅଧିକ ହୁଏ ଓ ଦୁଇ ପାଖରେ ସମାନ ଗଣ୍ଠିରେ ରୋଗ ହୁଏ । ଦେହର ଅନ୍ୟ ସ୍ଥାନରେ ମଧ୍ୟ ଏହି ରୋଗ ହୁଏ । ଏହି ରୋଗ ଫଳରେ ଅଳ୍ପ ସଂଖ୍ୟକ ଲୋହିତ ରକ୍ତ କଣିକା, ଫୁସଫୁସ ଚାରିପାଖରେ ପ୍ରଦାହ ଓ ହୃତ୍ପିଣ୍ଡ ଚାରିପାଖରେ ପ୍ରଦାହ ହୁଏ । ଜ୍ୱର ଓ ଶକ୍ତିହୀନତା ଦେଖାଯାଏ । [୧] ଏହାର ଲକ୍ଷଣମାନ ଧୀରେ ଧୀରେ ସପ୍ତାହ ଓ ମାସ ବ୍ୟାପି ଦେଖାଯାଏ । [୨]
ରିଉମାଟଏଡ ଆର୍ଥ୍ରାଇଟିସ ରୋଗର କାରଣ ଜଣାଯାଉନଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହେବା ବିଶ୍ୱାସ କରାଯାଏ । ଗଣ୍ଠିମାନଙ୍କୁ ଆକ୍ରମଣ କରିବାକୁ ଦେହର ଅନ୍ତର୍ନିହିତ ପ୍ରକ୍ରିୟା (mechanism) ଇମ୍ମ୍ୟୁମ ସିସ୍ଟମକୁ ପ୍ରଭାବିତ କରାଏ । ଏହା ଫଳରେ ଗଣ୍ଠି ସାଇନୋଭିଆଲ ଆବରଣ ମୋଟା ହୋଇଯାଏ । ଗଣ୍ଠି ମଧ୍ୟରେ ଥିବା ଅସ୍ଥି ଓ ଉପାସ୍ଥି ମଧ୍ୟ ଆକ୍ରମଣର ଶୀକାର ହୁଅନ୍ତି । [୧] ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୨] ଏକ୍ସରେ ଓ ଲାବୋରେଟରି ପରୀକ୍ଷାଦ୍ୱାରା ଏହା ନିର୍ଣ୍ଣୟାତ୍ମକ ହୁଏ ଓ ସମାନ ଧରଣର ଲକ୍ଷଣ ଥାଇ ଅନ୍ୟ ରୋଗମାନଙ୍କୁ ପୃଥକ କରାଯାଏ । [୧] ସେହି ପୃଥକ ରୋଗମାନଙ୍କ ନାମ: ସିସ୍ଟେମିକ ଲୁପସ ଏରିଦେମାଟସ, ସୋରିଆଟିକ ଆର୍ଥ୍ରାଇଟିସ ଓ ଫାଇବ୍ରୋମ୍ୟାଲଜିଆ । [୨]
ରିଉମାଟଏଡ ଚିକିତ୍ସାର ଲକ୍ଷ କଷ୍ଟ ଲାଘବ କରିବା, ପ୍ରଦାହ କମେଇବା ଓ ଲୋକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା । ବିଶ୍ରାମ, ବ୍ୟାୟାମ, ସ୍ପ୍ଲିଣ୍ଟ ଓ ବ୍ରେସ ଭଳି ସାହାଯ୍ୟକାରୀ ଉପକରଣ ବ୍ୟବହାର କରି ଲୋକକୁ କାର୍ଯ୍ୟକ୍ଷମ କରାଯାଏ । କଷ୍ଟ ନିବାରକ ଔଷଧ, ସ୍ଟିରଏଡ ଓ ଏନଏସଆଇଡି ଇତ୍ୟାଦି ବହୁଳ ଭାବରେ ବ୍ୟବହାର କରାଯାଏ । ରୋଗ ପରିବର୍ତ୍ତନକ୍ଷମ ଆଣ୍ଟିରିଉମାଟକ ଔଷଧ (ଡିଏମଏଆରଡି) ବ୍ୟବହାରକରି ରୋଗର ପ୍ରଗତିକୁ ଧୀର କରିବାକୁ ଚେଷ୍ଟା କରାଯାଏ । ଏହିଭଳି ଔଷଧଗୁଡ଼ିକର ନାମ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ମେଥୋଟେକ୍ସେଟ । [୧] କିଛି ଔଷଧ କାମ ନ କଲେ ଜୈବିକ ଡିଏମଏଆରଡି ବ୍ୟବହାର କରାଯାଏ,[୩] କିନ୍ତୁ ଏହି ଔଷଧମାନଙ୍କର ପାର୍ଶ୍ୱପ୍ରତିକ୍ରିୟା ହାର ଅଧିକ ଥାଏ । [୪] ଗଣ୍ଠି ମରାମତ ଅପରେଶନ, ଗଣ୍ଠି ବଦଳ ଅପରେଶନ ଓ କେତେକ କେଶରେ ଗଣ୍ଠି ଜୋଡ଼େଇ ଅପରେଶନ ସାହାଯ୍ୟ କରେ । [୧] ଅଧିକାଂଶ ଅଲଟରନେଟିଭ ମେଡିସିନର କାର୍ଯ୍ୟକ୍ଷମତା ପ୍ରମାଣିତ ହୋଇନାହିଁ । [୫][୬]
ବିକଶିତ ଦେଶମାନଙ୍କରେ ରିଉମାଟଏଡ ଆର୍ଥ୍ରାଇଟିସ ୦.୫ରୁ ୧% ବୟଃପ୍ରାପ୍ତ ଲୋକଙ୍କୁ ଆକ୍ରମଣ କରେ ଓ ତନ୍ମଧ୍ୟରୁ ବାର୍ଷିକ ପ୍ରତି ୧୦୦,୦୦୦ରେ ୫ରୁ ୫୦ ଜଣ ନୂଆ ରୋଗ ଚିହ୍ନଟ ହୁଏ । [୩] ମଧ୍ୟ ବୟସରେ ଏହି ରୋଗ ଅଧିକ ହୁଏ ଓ ପରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ୨.୫ ଗୁଣ ଅଧିକ ରୋଗ ହୁଏ । [୧] ସନ ୧୯୯୦ରେ ରୋଗମୃତ୍ୟୁ ୨୮,୦୦୦ ହୋଇଥିଲା ବେଳେ ସନ ୨୦୧୩ରେ ଏହି ବଢ଼ିଯାଇ ୩୮,୦୦୦ ହୋଇଥିଲା । [୭] ପ୍ୟାରିସରେ ରହୁଥିବା ଡାଃ ଅଗଷ୍ଟିନ ଜାକବ ଲାଣ୍ଡ୍ରେ-ବିଉଭେସ (୧୭୭୨–୧୮୪୦) ପ୍ରଥମେ ୧୮୦୦ ମସିହାରେ ଏହି ରୋଗର ବର୍ଣ୍ଣନା କରିବା ଜଣାଯାଇଛି । [୮] ଗ୍ରୀକ ଭାଷାର ଜଳୀୟ ଓ ପ୍ରଦାହସମ୍ପର୍ଣ୍ଣ ଗଣ୍ଠି ଉପରେ ରିଉମାଟଏଡ ଆର୍ଥ୍ରାଇଟିସ ପର୍ଯ୍ୟବସିତ । [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Handout on Health: Rheumatoid Arthritis". National Institute of Arthritis and Musculoskeletal and Skin Diseases. August 2014. Retrieved 2 July 2015.
- ↑ ୨.୦ ୨.୧ ୨.୨ Majithia V, Geraci SA (2007). "Rheumatoid arthritis: diagnosis and management". Am. J. Med. 120 (11): 936–9. doi:10.1016/j.amjmed.2007.04.005. PMID 17976416.
- ↑ ୩.୦ ୩.୧ Scott DL, Wolfe F, Huizinga TW (Sep 25, 2010). "Rheumatoid arthritis". Lancet. 376 (9746): 1094–108. doi:10.1016/S0140-6736(10)60826-4. PMID 20870100.
{{cite journal}}
: CS1 maint: multiple names: authors list (link) - ↑ Singh, JA; Wells, GA; Christensen, R; Tanjong Ghogomu, E; Maxwell, L; Macdonald, JK; Filippini, G; Skoetz, N; Francis, D; Lopes, LC; Guyatt, GH; Schmitt, J; La Mantia, L; Weberschock, T; Roos, JF; Siebert, H; Hershan, S; Lunn, MP; Tugwell, P; Buchbinder, R (16 February 2011). "Adverse effects of biologics: a network meta-analysis and Cochrane overview". The Cochrane database of systematic reviews (2): CD008794. PMID 21328309.
- ↑ Efthimiou P, Kukar M (2010). "Complementary and alternative medicine use in rheumatoid arthritis: proposed mechanism of action and efficacy of commonly used modalities". Rheumatology international. 30 (5): 571–86. doi:10.1007/s00296-009-1206-y. PMID 19876631.
- ↑ "Rheumatoid Arthritis and Complementary Health Approaches". National Center for Complementary and Integrative Health. Retrieved July 1, 2015.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Landré-Beauvais AJ (1800). La goutte asthénique primitive (doctoral thesis). Paris. reproduced in Landré-Beauvais AJ (2001). "The first description of rheumatoid arthritis. Unabridged text of the doctoral dissertation presented in 1800". Joint Bone spine. 68 (2): 130–43. doi:10.1016/S1297-319X(00)00247-5. PMID 11324929.
- ↑ Paget, Stephen A.; Lockshin, Michael D.; Loebl, Suzanne (2002). The Hospital for Special Surgery Rheumatoid Arthritis Handbook Everything You Need to Know. New York: John Wiley & Sons. p. 32. ISBN 9780471223344.