ସେସିଲିଆ ପେଇନ-ଗାପୋସ୍ଚକିନ
ସେସିଲିଆ ପେଇନ-ଗାପୋସ୍ଚକିନ | |
---|---|
ଜନ୍ମ | |
ମୃତ୍ୟୁ | ୭ ଡିସେମ୍ବର ୧୯୭୯ | (ବୟସ ୭୯)
ଜାତୀୟତା | ବ୍ରିଟିଶ (ଇଂରେଜ) |
ଜାତୀୟତା | ବ୍ରିଟିଶ-ଆମେରିକୀୟ |
ଶିକ୍ଷା | ସେଣ୍ଟ ପଲ୍ସ ଗାର୍ଲସ ହାଇସ୍କୁଲ |
ଶିକ୍ଷାନୁଷ୍ଠାନ | ନିଉମ୍ୟାନ କଲେଜ, କ୍ୟାମ୍ବ୍ରିଜ, ରାଡ଼କ୍ଲିଫ କଲେଜ (ହାର୍ଭାଡ଼ କଲେଜ ଅବଜର୍ଭେଟରୀ) |
ପ୍ରସିଦ୍ଧି | ଅଧିକ ବଦଳୁଥିବା ତାରାଙ୍କ ୩୦,୦୦୦ରୁ ଅଧିକ ନିରୀକ୍ଷଣଦ୍ୱାରା ସୂର୍ଯ୍ୟକିରଣର ବର୍ଣ୍ଣନା |
ପୁରସ୍କାର | ଆନି ଜେ. କ୍ୟାନନ ଆୱାର୍ଡ଼ ଇନ ଆଷ୍ଟ୍ରୋନୋମି (୧୯୩୪), ରିଟେନ ହାଉସ ମେଡ଼ାଲ (୧୯୬୧), ଆୱାର୍ଡ଼ ଅଫ ମେରିଟ ଫ୍ରମ ରାଡ଼କ୍ଲିଫ କଲେଜ (୧୯୫୨), ହେନରି ନରିସ ରସେଲ ପ୍ରାଇଜ (୧୯୭୬) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଖଗୋଳବିଜ୍ଞାନ, ଖଗୋଳ-ପଦାର୍ଥ ବିଜ୍ଞାନ |
କର୍ମାନୁଷ୍ଠାନ | ହାର୍ଭାଡ଼ କଲେଜ ଅବଜର୍ଭେଟରୀ, ହାର୍ଭାଡ଼ ବିଶ୍ୱବିଦ୍ୟାଳୟ |
ଡକ୍ଟରୀ ଉପଦେଷ୍ଟା | ହାର୍ଲୋ ସାପ୍ଲେ, ଆର୍ଥର ଏଡ଼ିଂଟନ |
ଡକ୍ଟରୀ ଛାତ୍ର | ହେଲେନ ସୟର ହଗ, ଜୋସେଫ ଆସବ୍ରୁକ, ଫ୍ରାଙ୍କ କାମେନି, ଫ୍ରାଙ୍କ ଡ୍ରେକ, ପଲ ଡବ୍ଲୁ। ହଜ |
ଦସ୍ତଖତ | |
ସେସିଲିଆ ପେଇନ-ଗାପୋସ୍ଚକିନ (ମଇ ୧୦, ୧୯୦୦ – ଡିସେମ୍ବର ୭, ୧୯୮୯) ଜଣେ ବ୍ରିଟିଶ-ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଓ ଖଗୋଳ-ପଦାର୍ଥ ବିଜ୍ଞାନୀ ଥିଲେ । ସେ ୧୯୨୫ ମସିହାରେ ଉଦଯାନ ଓ ହିଲିଅମର ଆପେକ୍ଷିକ ପ୍ରାଚୁର୍ଯ୍ୟ ଭିତ୍ତିରେ ତାରାମାନଙ୍କ ଗଠନ ବାବଦରେ ତାଙ୍କ ପିଏଚଡି ଥିସିସ ରଚନା କରିଥିଲେ ।[୧]
ଡକ୍ଟରେଟ
[ସମ୍ପାଦନା]ସେପଲି ପାଇନଙ୍କୁ ଏକ ଡକ୍ଟରାଲ ନିବନ୍ଧ ଲେଖିବା ଲାଗି ପ୍ରେରଣ ଅ ଦେଇଥିଲେ । ଫଳରେ ୧୯୨୫ ମସିହାରେ ସେ ରାଡ଼କ୍ଲିଫ ବିଶ୍ୱବିଦ୍ୟାଳୟରୁ (ଅଧୁନା ହାର୍ଭାଡ଼ ବିଶ୍ୱବିଦ୍ୟାଳୟ) ଖଗୋଳବିଜ୍ଞାନରେ ପ୍ରଥମ ବ୍ୟକ୍ତି ଭାବେ ପିଏଚଡି ଲାଭ କରିଥିଲେ ।[୨] ତାଙ୍କ ଥିସିସର ନାମ ଥିଲା "Stellar Atmospheres, A Contribution to the Observational Study of High Temperature in the Reversing Layers of Stars".[୩] ଖଗୋଳବିଜ୍ଞାନୀ ଅଟ ଷ୍ଟ୍ରୁଭ (ଦେ. ୧୯୬୩) ଓ ଭେଲ୍ଟା ଜିବର୍ଗସ ଏହାକୁ "ଖଗୋଳ ବିଜ୍ଞାନରେ ସର୍ବଶ୍ରେଷ୍ଠ ପିଏଚଡି ତତ୍ତ୍ୱ" ବୋଲି କହିଥିଲେ ।[୪]
ଭାରତୀୟ ବୈଜ୍ଞାନିକ ମେଘନାଦ ଶାହାଙ୍କଦ୍ୱାରା ପ୍ରଣୀତ ଆୟନୀକରଣ ତତ୍ତ୍ୱ ବ୍ୟବହାର କରି ପାଇନ ତାରାମାନଙ୍କର ତାପମାତ୍ରା ଅନୁସାରେ ସ୍ପେକ୍ଟ୍ରାଲ ବିଭାଗ ସଠିକ ଭାବେ ଗଣନା କରିପାରୁଥିଲେ । ଅଲଗା ଅଲଗା ତାପମାତ୍ରାରେ ଆୟନୀକରଣର ପରିବର୍ତ୍ତନ ସକାଶେ ଶୋଷଣ ଧାଡ଼ିରେ ବହୁଳ ପରିବର୍ତ୍ତନ ହୋଇଥାଏ ବୋଲି ସେ ଦର୍ଶାଇଥିଲେ । ସେ ସିଲିକନ, କାର୍ବନ, ଓ ଅନ୍ୟାନ୍ୟ ସାଧାରଣ ଧାତୁସବୁ ପୃଥିବୀ ଭଳି ସୂର୍ଯ୍ୟର ବର୍ଣ୍ଣାଳୀରେ ମଧ୍ୟ ସମାନ ଆପେକ୍ଷିକ ଅନୁପାତରେ ରହିଛି ବୋଲି ଦର୍ଶାଇଥିଲେ । ଏହା ସେ ସେତେବେଳେ ପ୍ରଚଳିତ ଜଣାଶୁଣା ମତବାଦର (ପୃଥିବୀ ଓ ବାକି ତାରାମାନଙ୍କର ଗଠନ ପାଖାପାଖି ଏକା ମୌଳିକ ପଦାର୍ଥମାନଙ୍କୁ ନେଇ ହୋଇଛି) ଆଧାରରେ କରିଥିଲେ । ତେବେ ସେ ହିଲିଅମ ଓ ଉଦଯାନ ଅଧିକ ଅନପାତରେ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ (ଉଦଯାନ ପାଖାପାଖି ଏକ ମିଲିଅନ) ।[୫] ତେଣୁ ତାଙ୍କ ତତ୍ତ୍ୱ ତାରାମାନଙ୍କରେ ଉଦଯାନ ଖୁବ ଅଧିକ ଅନୁପାତରେ ରହିଥିବା ବାବଦରେ ମତ ବାଢ଼ିଥିଲା ।[୬]
ପାଇନଙ୍କ ତତ୍ତ୍ୱାବଲୋଚନା ସମୀକ୍ଷା ହେବା ବେଳେ ଖଗୋଳ ବିଜ୍ଞାନୀ ହେନରି ନରିସ ରସେଲ ପାଇନଙ୍କୁ ସୂର୍ଯ୍ୟରେ ଅଧିକ ଉଦଯାନ ଥିବା ହେତୁ ତାହା ପୃଥିବୀଠାରୁ ଭିନ୍ନ ବୋଲି ସେ ଦେଉଥିବା ମତରୁ ନିବୃତ ହେଏବାକୁ କହିଥିଲେ । କାରଣ ତାହା ସେତେବେଳର ଗ୍ରହଣୀୟ ମତବାଦଠାରୁ ଅଲଗା ଥିଲା । ପାଇନ ନିଜ କାମର ଫଳାଫଳକୁ ସଦାବେଳେ କୃତ୍ରିମ ବୋଲି କହିଆସୁଥିଲେ ।[୬] ତେବେ ରସେଲ ସେଇ ଏକା ଫଳାଫଳ ଭିନ୍ନ ଉପାୟରେ ଭିନ୍ନ ପରୀକ୍ଷାରୁ ପାଇବା ପରେ ଚାରି ବର୍ଷ ପରେ ନିଜ ମନ ବଦଳାଇଥିଲେ ଓ ତାହା ପ୍ରକାଶ କରିଥିଲେ । ରସେଲ ପାଇନଙ୍କ କାମ ନିଜ ରଚନାରେ ଉଲ୍ଲେଖ କରିଥିଲେ ହେଁ ପାଇନଙ୍କ କାମ ଗ୍ରହଣୀୟ ହେବା ପରେ ରସେଲଙ୍କୁ କୌଣସି ଶ୍ରେୟ ଦିଆଯାଇନଥିଲା ।[୭][୮]
ଆଧାର
[ସମ୍ପାଦନା]- ↑
{{cite web}}
: Empty citation (help) - ↑ Wayman, Patrick A. (2002-02-01). "Cecilia Payne-Gaposchkin: astronomer extraordinaire". Astronomy & Geophysics (in ଇଂରାଜୀ). 43 (1): 1.27–1.29. Bibcode:2002A&G....43a..27W. doi:10.1046/j.1468-4004.2002.43127.x. ISSN 1366-8781.
- ↑ Payne, C. H. (1925). Stellar Atmospheres; A Contribution to the Observational Study of High Temperature in the Reversing Layers of Stars (PhD Thesis). Radcliffe College. Bibcode:1925PhDT.........1P.
- ↑ Turner, J. (16 March 2001). "Cecilia Helena Payne-Gaposchkin". Contributions of 20th Century Women to Physics. UCLA. Retrieved 2012-10-10.
- ↑ Gregersen, Erik. "Cecilia Payne-Gaposchkin". Encyclopedia Britannica.
- ↑ ୬.୦ ୬.୧ Chown, Marcus (2009). We Need to Talk About Kelvin. faber and faber. pp. 99–100.
- ↑ Padman, R. (2004). "Cecilia Payne-Gaposchkin (1900–1979)". Newnham College Biographies. Newnham College. Archived from the original on 2009-07-19. Retrieved 2010-03-05.
- ↑ "A friend to the stars: Cecilia Payne-Gaposchkin". epigenesys.eu. Archived from the original on 2015-03-07. Retrieved 2014-09-22.
ଅଧିକ ପଠନ
[ସମ୍ପାଦନା]- Devorkin, D. (20 October 2008). "Interview with Dr. Kathy Haramundanis". American Institute of Physics. Archived from the original on 11 November 2014. Retrieved 6 October 2016.
- Gingerich, O. (5 March 1968). "Interview with Dr. Cecilia Gaposchkin". American Institute of Physics. Archived from the original on 3 May 2015. Retrieved 6 October 2016.
- Payne-Gaposchkin, C.; Haramundanis, K. (1984). Cecilia Payne-Gaposchkin: An Autobiography and Other Recollections. Cambridge University Press. ISBN 978-0-521-25752-7.
- Rubin, V. (2006). "Cecilia Payne-Gaposchkin". In Byers, N.; Williams, G. (eds.). Out of the Shadows: Contributions of 20th Century Women to Physics. Cambridge University Press. ISBN 978-0-521-82197-1.
- Turner, J. (16 March 2001). "Cecilia Helena Payne-Gaposchkin". Contributions of 20th Century Women to Physics. UCLA.
- ଶ୍ରଦ୍ଧାଞ୍ଜଳି
- Gingerich, O. (1982). "Cecilia Payne-Gaposchkin". Quarterly Journal of the Royal Astronomical Society. 23: 450. Bibcode:1982QJRAS..23..450G.
- Öpik, E. (1979). "Obituary – Cecilia Payne-Gaposchkin". Irish Astronomical Journal. 14: 69. Bibcode:1979IrAJ...14R..69O.
- Smith, E. V. P. (1980). "Cecilia Payne-Gaposchkin". Physics Today. 33 (6): 64. Bibcode:1980PhT....33f..64S. doi:10.1063/1.2914128.
- Vetter, H. F. (2003). "Cecelia Payne-Gaposchkin: Astronomer and pioneer". UU World. p. 62.
- West, D. (2015). The Astronomer Cecelia Payne-Gaposchkin - A Short Biography. CreateSpace Independent Publishing Platform. ISBN 978-1518603754.
ବାହାର ଲିଙ୍କ
[ସମ୍ପାଦନା]- ଗୁଡ଼ସେଲ ଅବଜରଭେରିଙ୍କ ପ୍ରକାଶିତ ଆତ୍ମଜୀବନୀ Archived 2007-11-01 at the Wayback Machine.
- ଆଷ୍ଟ୍ରୋନୋମିକାଲ ସୋସାଇଟି ଅଫ ଦି ପାସିଫିକଙ୍କ ପ୍ରକାଶିତ ଆତ୍ମଜୀବନୀ