Jump to content

ମେଘନାଦ ସାହା

ଉଇକିପିଡ଼ିଆ‌ରୁ
(ମେଘନାଦ ଶାହାରୁ ଲେଉଟି ଆସିଛି)
ମେଘନାଦ ସାହା
ମେଘନାଦ ସାହା ବର୍ଲିନ ରେ, ୧୯୨୧
ଜନ୍ମ(1893-10-06)୬ ଅକ୍ଟୋବର ୧୮୯୩
ସଓରାଟୋଲି, ଢାକା (ବର୍ତ୍ତମାନ ବଙ୍ଗଳାଦେଶ)
ମୃତ୍ୟୁ୧୬ ଫେବୃଆରୀ ୧୯୫୬(1956-02-16) (ବୟସ ୬୨)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଢାକା କଲେଜ
ପ୍ରେସିଡେନ୍ସି କଲେଜ, କଲିକତା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିतापीय आयनीकरण
ବିଜ୍ଞାନୀ ଜୀବନ
କ୍ଷେତ୍ରଭୌତିକ
କର୍ମାନୁଷ୍ଠାନଆଲାହାବାଦ ବିଶ୍ୱବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ

ମେଘନାଦ ସାହା (୬ ଅକ୍ଟୋବର ୧୮୯୩ – ୧୬ ଫେବୃଆରୀ ୧୯୫୬) ଜଣେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ। ସେ ସାହା ସମିକରଣର ପ୍ରତିପାଦନ ପାଇଁ ପ୍ରସିଦ୍ଧ ଥିଲେ । ଏହା ସମୀକରଣ ତାରୋରେ ଭୌତିକ ଏବଂ ରାସାୟନିକ ସ୍ଥିତିର ବ୍ୟାଖ୍ୟା କରିଥାଏ । ତାଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ୱାନଙ୍କ ଏକ ସମିତି "ଭାରତର ରାଷ୍ଟ୍ରୀୟ ପଞ୍ଚାଗ"ର ମଧ୍ୟ ସଂଶୋଧନ କଲେ , ଯାହା ୨୨ ମାର୍ଚ୍ଚ , ୧୯୫୭ରେ ଲାଗୁ କରାଗଲା । [] ସେ "ସାହା ନାଭିକୀୟ ଭୌତିକ ସଂସ୍ଥାନ" ତଥା "ଇଣ୍ଡିଆନ ଏସୋସିଏସନ ଫର୍ ଦି କଲଟିଭେସନ ଅଫ୍ ସାଇନ୍ସ" ନାମକ ଦୁଇ ମହତ୍ତ୍ୱପୂର୍ଣ୍ଣ ସଂସ୍ଥାର ସ୍ଥାପନ କରିଥିଲେ । ସେ ଜଣେ ବୈଜ୍ଞାନିକ ସ୍ୱାଧୀନ ଭାବେ ଲଢ଼ି ଲୋକ ସଭାର ସଦସ୍ୟ ହୋଇ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଓ ଦେଶକୁ ପରମାଣୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବି କରାଇବା ନିମନ୍ତେ ପ୍ରୟାସ କରିଥିଲେ ।

ପ୍ରାଥମିକ ଜୀବନ

[ସମ୍ପାଦନା]

ସେ ବଙ୍ଗଳାଦେଶର ଢାକା ନିକଟସ୍ଥ ଶିଖରତଳି ଗ୍ରାମରେ ଏକ ସାଧାରଣ ପରିବାରରେ ୧୮୯୩ ଅକ୍ଟୋବର ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଜଗନ୍ନାଥ ସାହା , ଯିଏ ଯଣେ ତେଜରାତିର ଦୋକାନୀ ଥିଲେ ଓ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ[] ମେଘନାଦଙ୍କ ଜନ୍ମ ସମୟରେ ପ୍ରବଳ ମେଘ ହେଉଥିଲା । ଘଡ଼ଘଡ଼ି ସହ ବିଜୁଳି ମାରୁଥିଲା । ସେଥିଲାଗି ତାଙ୍କ ନାମ ମେଘନାଦ ରଖାଯାଇଥିଲା । ପ୍ରାଥମିକ ଶିକ୍ଷା ପରେ ତାଙ୍କ ଗ୍ରାମଠାରୁ ଦଶ କିଲୋମିଟର ଦୂର ଏକ ମଧ୍ୟ-ଇଂରାଜୀ ବିଦ୍ୟାଳୟରେ ସେ ନାମ ଲେଖାଇଥିଲେ । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା । ସେ ଜଣେ ଡାକ୍ତରଙ୍କ ଘରେ କାମ କରି ସେଥିରୁ ଯେଉଁ ସ୍ୱଳ୍ପ ଅର୍ଥ ପାଉଥିଲେ ସେଥିରେ ତାଙ୍କର ଖାଇବା, ରହିବା ଖର୍ଚ୍ଚ ତୁଲାଉଥିଲେ । ପିଲାଟି ଦିନରୁ ସେ ବଡ଼ ମେଧାବୀ ଥିଲେ । ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେତେବେଲେ ବ୍ରିଟିଶ ଶାସକ "ବଡ଼଼ଲାଟ୍-ଲର୍ଡ଼-କର୍ଜନ"ଙ୍କଦ୍ୱାରା ବଙ୍ଗଭଙ୍ଗ ଆଇନ ପ୍ରଣୟନ ହେଲା । ସେ କଲେଜରେ ପଢୁଥିବା ବେଳେ ଇଂରେଜଙ୍କ ଏହି ନିୟମକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା । ସେଥିରେ ସେ ନିରାଶ ନ ହୋଇ ଅନ୍ୟ ଏକ କଲେଜରେ ପଢ଼ି ସ୍ନାତକ ଡିଗ୍ରୀ ଓ ପରେ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସିଲ କରିଥିଲେ ।

ମେଘନାଦଙ୍କ ଲୋକପ୍ରିୟତା

[ସମ୍ପାଦନା]

ସେ ପ୍ରଥମେ କଲିକତା ବିଶ୍ୱବିଦ୍ୟାଲୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ଗବେଷଣାରେ ମନୋନିବେଶ କରିଥିଲେ ଓ ତାଙ୍କ ଗବେଷଣାତ୍ମକ ଅନେକ ନିବନ୍ଧ ବିଦେଶୀ ପତ୍ରିକାରେ ଛପା ହୋଇଥିଲା । ୧୯୨୦ ବେଳକୁ ସେ ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ପରିଚିତ ହୋଇଗଲେ । ଜଣାଯାଏ ଯେ, ପ୍ରିଜ୍ମ ଉପରେ ସୁର୍ଯ୍ୟାଲୋକ ପଡିଲେ ତାର ପଛପଟେ ଇନ୍ଦ୍ରଧନୁର ସାତ ରଙ୍ଗ ସୃଷ୍ଟି ହୋଇଥାଏ । ସେହି ପ୍ରକ୍ରିୟାକୁ ଆଲୋକର ବିଛୁରିତ ପ୍ରକ୍ରିୟା କୁହାଯାଏ । ସାତଟି ରଙ୍ଗକୁ ସଂକ୍ଷେପରେ ବା-ଘ-ନି-ସ-ହ-ନା-ଲା କୁହାଯାଏ । ସେହି ବର୍ନାଳିର ବିଭିନ୍ନ ରଙ୍ଗର ମଝିରେ କଳା, ଧଳା ଗାରମାନ ଦେଖିବାକୁ ମିଳେ ଏହି ବିଷୟ ସେତେବେଳର କୌଣସି ବୈଜ୍ଞାନିକଙ୍କ ମନ‌କୁ ଛୁଇଁ ନଥିଲା । କିନ୍ତୁ "ମେଘନାଦ ସାହା" ଏହାର ରହସ୍ୟ ବାହାର କରିବା ପାଇଁ ଗବେଷଣାରେ ଲାଗି ପଡିଥିଲେ । ମୌଳିକ ପଦାର୍ଥର ପରମାଣୁ କେନ୍ଦ୍ର ଭାଗରେ "ନ୍ୟୁକ୍ଲିୟସ୍" ଯାହା ଯୁକ୍ତ ଭାବେ ଚର୍ଚ୍ଚିତ , ସେଥିରେ "ପ୍ରୋଟୋନ" ଥାଏ । ନ୍ୟୁକ୍ଲିୟସର ବାହାରେ ବିଯୁକ୍ତ କଣିକାରେ ଇଲେକ୍ଟ୍ରୋନ୍ ଥାଏ । ଅତ୍ୟଧିକ ତାପମାତ୍ରା ଗ୍ୟାସୀୟ ପଦାର୍ଥ ଉପରେ ପଡିଲେ ଇଲେକ୍ଟ୍ରନ ଗୁଡ଼ିକ ବାହାରକୁ ଆସିଯାଏ, ତାକୁ ଆୟନିକରଣ ପ୍ରକ୍ରିୟାର ଏକ ନୂତନ ସମୀକରଣ ଉଦ୍ଭାବନ କରି ମତ ଦେଲେ ଯେ - ସୁର୍ଯ୍ୟାଲୋକ ଦେହରେ ଥିବା ଗ୍ୟାସିୟ ପଦାର୍ଥର ତାପମାତ୍ରା, ଚାପର ତାରତମ୍ୟ ଯୋଗୁ ବିଛୁରିଣ ପ୍ରକ୍ରିୟାର ସମୟରେ କଳା, ଧଳା ଗାରମାନ ସୃଷ୍ଟି ହୋଇଥାଏ । ଏହି ଆବିଷ୍କାର ତାଙ୍କୁ ବିଶ୍ୱ ଦରବାରରେ ଜଣେ ଶ୍ରେଷ୍ଠ ବୈଜ୍ଞାନିକର ମାନ୍ୟତା ଦେଇଥିଲା ।

ମେଘନାଦଙ୍କର ଅବଦାନ

[ସମ୍ପାଦନା]

ସେ ଭାରତରେ ବିଜ୍ଞାନର ପ୍ରସାର ଓ ପ୍ରଚାର ପାଇଁ ଆଲାହାବାଦରେ ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା କରାଇଥିଲେ । ସେ ଭାରତୀୟ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷ ସମେତ ଫ୍ରାନ୍ସ ଜ୍ୟୋତିର୍ବିଜ୍ଞାନ ଏକାଡେମୀ , ଲଣ୍ଡନର ରୟାଲ ସୋସାଇଟି, ଆମେରିକା ବିଜ୍ଞାନ ଏକାଡେମୀର ସଦସ୍ୟ ମଧ୍ୟ ଥିଲେ । ତେବେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶକରି ଦେଶକୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗାମୀ କରାଇବା ଲକ୍ଷ୍ୟରେ ରଖି ସ୍ୱାଧୀନ ଭାବେ ୧୯୫୨ ମସିହା ସାଧାରଣ ନିର୍ବାଚନରେ ଲଢ଼ି ଲୋକ ସଭାର ସଦସ୍ୟ ହୋଇଥିଲେ । ଆଜିକାଲି ବୈଜ୍ଞାନିକ, ସିନେ ତାରକା, ସମାଜସେବୀ, ବିଶିଷ୍ଟ ଖେଳାଳିମାନଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । କିନ୍ତୁ ମେଘନାଦ ଶାହାଙ୍କ ପ୍ରଚଣ୍ଡ ପ୍ରତିଭା ଯୋଗୁ ତାଙ୍କ ସପକ୍ଷରେ ଜନମତ ଯିବାରୁ ସେ ସ୍ୱାଧୀନ ଏମ.ପି ହୋଇପାରିଥିଲେ ଏବଂ ରିସର୍ଚ୍ଚ ଲାବ୍ରୋଟୋରି ଓ ଲାଇବ୍ରେରିଗୁଡ଼ିକ ସମୃଦ୍ଧଶାଳୀ କରାଇବା ପାଇଁ ଲୋକ ସଭାରେ ବରାବର ଦାବି ଉପସ୍ଥାପନ କରିଆସୁଥିଲେ । ୬୩ ବର୍ଷ ବୟସରେ ଅର୍ଥାତ ୧୯୫୬ ଫେବୃଆରୀ ୧୬ରେ ସେ ଇହଧାମ ତ୍ୟାଗ କରିଥିଲେ ।

  1. "भारतीय कैलेंडर की विकास यात्रा" (एचटीएम). अभिव्यक्ति. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)
  2. "आजादी की मशाल भी जलाई मेघनाद साहा ने" (पीएचपी). छत्तीसगढ़ न्यूज़. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)[permanent dead link]

ଆହୁରି ପଢ଼ନ୍ତୁ

[ସମ୍ପାଦନା]

ବାହାର ତଥ୍ୟ

[ସମ୍ପାଦନା]
by Raja Choudhury and produced by PSBT and Indian Public Diplomacy.