ସୁର ବାବା

ଉଇକିପିଡ଼ିଆ‌ରୁ

ସୁର ବାବା ଭୁବନେଶ୍ୱରର ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ଅଟନ୍ତି । ତାଙ୍କର ପ୍ରକୃତ ନାମ ସୁରେନ୍ଦ୍ର ମିଶ୍ର ଅଟେ ।

ପରିବାର[ସମ୍ପାଦନା]

ତାଙ୍କ ଦୁଇ ପୁଅ ତ୍ରିଲୋଚନ ମିଶ୍ର ଓ ବିରଞ୍ଚି ମିଶ୍ର ବିଲ୍ଡର ଅଟନ୍ତି । ଆଶ୍ରମରେ ସୁରଙ୍କ ଦ୍ୱିତୀୟ ପତ୍ନୀଭାବେ ସାନ ମା ଆଶ୍ରମରେ ହୁକୁମ ଜାହିର କରନ୍ତି ।

ବିବାଦରେ[ସମ୍ପାଦନା]

ସେ ସମୟର ସାରଥୀ ବାବାଙ୍କ ଚର୍ଚ୍ଚିତ ଯୌନ କେଳେଙ୍କାରୀ ଘଟଣାରୁ ସୁରବାବାଙ୍କ ପ୍ରତି ଜନ ଆକ୍ରୋଶ ଦେଖା ଦେଇଥିଲା । ସାରଥୀ ବାବା ସମ ଭଣ୍ଡ ବୋଲି ଲୋକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା ।

ପୂର୍ବରୁ ତାଙ୍କ ପ୍ରତି ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା । ଯାଞ୍ଚ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ଟି ପିସ୍ତଲ ଓ ୩ଟି ୯ଏମ୍ଏମ୍ ଗୁଳି ମିଳିଥିଲା । ମୋଟ ୫ଟି ମାମଲା ରୁଜୁ ହୋଇଥିବାବେଳେ ସୁର ବାବାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ (ଆଇପିସି)ର ଦଫା ୨୪୧, ୨୯୪, ୩୨୧, ୩୨୩, ୩୪୨, ୩୫୪, ୧୦୯, ୫୦୬, ୩୪, ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ଧାରା ୨୫ ଏବଂ ଆଦିବାସୀ/ହରିଜନ ନିର୍ଯାତନା ପ୍ରତିରୋଧ ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । [୧] ସୁର ବାବାଙ୍କ ସମେତ ତାଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ପୁଲିସ ଗିରଫ କରିଥିଲେ ।


ଆଶ୍ରମର ସାନ ମା’ଙ୍କୁ ଗିରଫ, ଗିରଫ ୧୨ ଜଣ ସ୍ଥାନୀୟ ଯୁବକଙ୍କୁ ଖଲାସ କରିବା, ଆଶ୍ରମ ନାମରେ ସୁର ଜବରଦଖଲ କରିଥିବା ସ୍ଥାନୀୟ ଲୋକଙ୍କ ଜମି ଓ ସରକାରୀ ଜମିକୁ ବେଦଖଲ ଆଦି ବିଭିନ୍ନ ଦାବିରେ ସ୍ଥାନୀୟ ଲୋକ ପୁଲିସ ପ୍ରହରା ସତ୍ତ୍ୱେ ଆଶ୍ରମକୁ ପଶି ଭଙ୍ଗାରୁଜା କରିଥିଲେ । ଉତ୍ତ୍ୟକ୍ତ ଜନତା ଆଶ୍ରମ ପରିସରରେ ଥିବା ଟାଟା ସୁମୋ ଗାଡିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ଏହାକୁ ମିଶାଇ ଆଶ୍ରମ ପରିସରରେ ୨୦ଟି ୪ ଚକିଆ ଗାଡ଼ି ସମେତ ବାଇକ ଓ ଅଟୋ ମିଶି ୩୦ଟି ଗାଡ଼ି ପୋଡ଼ିଯାଇଥିଲା । ଗଣ୍ଡଗୋଳ ପରେ ଆଶ୍ରମ ପରିସରରେ ୧୪୪ ଧାରା ଜାରି କରାଯାଇଥିଲା ।

ଅନୁସନ୍ଧାନ ବେଳେ କ୍ରାଇମ ବ୍ରାଞ୍ଚ ରାଜ୍ୟ ତଥା ରାଜ୍ୟ ବାହାରେ ସୁର ମିଶ୍ରଙ୍କ ନାଁରେ ୮୪ ଏକର ଜମି ଠାବ କରିଥିଲା । ଠାବ ହୋଇଥିବା ୮୪ ଏକର ଜମି ମଧ୍ୟରୁ ୩୭ ଏକର ଆଶ୍ରମ ନାଁରେ, ୪୫ ଏକର ସୁର ବାବା ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଏବଂ ପ୍ରାୟ ୨୮ ଏକର ଜମି ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କ ନାଁରେ ଥିଲା । ଉତ୍ତର ପ୍ରଦେଶର ବାରାଣାସୀରେ ୧ ଏକର ଜମି, ଛତ୍ରପୁରରେ ଜମି ଜବରଦଖଲ, କାକଟପୁରରେ ଜବର ଦଖଲ ହୋଇ ଝାଉଁ ଜଙ୍ଗଲ ସୃଷ୍ଟି କରିଥିବା ପ୍ରାୟ ୮ ଏକର ଜବରଦଖଲ ଜମି ସହ କଲିକତାବିହାରରେ ମଧ୍ୟ ସୁରବାବାଙ୍କ ଜମିଥିବା କ୍ରାଇମବ୍ରାଞ୍ଚ ପ୍ରକାଶ କରିଥିଲା । ।[୨]

ଆଧାର[ସମ୍ପାଦନା]

  1. "ଜେଲ୍ରେ ବାବା, ଦୁଇପୁଅ". ସର୍ବସାଧାରଣ. Retrieved 18 January 2017.[permanent dead link]
  2. "ସୁର ବାବା ମାମଲା: ଝାରପଡ଼ା ଜେଲ ଗଲେ ତ୍ରିଲୋଚନ, ୮୪ ଏକର ଜମି ଠାବ". Odisha reporter. Retrieved 18 January 2017.