ସାରଥୀ ବାବା

ଉଇକିପିଡ଼ିଆ‌ରୁ
ସାରଥୀ ଦେବ
ସାରଥୀ ମନ୍ଦିର
ଜନ୍ମସନ୍ତୋଷ ରାଉଳ
କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ସଂସ୍ଥାପକସାରଥୀ ମନ୍ଦିର, ସାରଥୀ ଆଶ୍ରମ,ସାରଥୀ ସମିତି, ସତ୍ୟମ ଚାରିଟେବଲ ଟ୍ରଷ୍ଟ
ବାଣୀଶରୀର ଦେଖ - ସଂସାର ଦେଖ - ଇଶ୍ୱର ଦେଖ ଜୀବନ ପଥ ଏ ଦେହ ରଥ
ରଥେ ବସିଛ ରେବତୀକାନ୍ତ
ଓଡ଼ିଶା ପୋଲିସଦ୍ୱାରା ଗିରଫ

ସାରଥୀ ଦେବ ଜଣେ ହିନ୍ଦୁ ସାଧୁ । ସେ ଓଡ଼ିଶାର କେନ୍ଦ୍ରାପଡ଼ାରେ ୧୯୯୩ ମସିହାରୁ ସାରଥୀ ଆଶ୍ରମ ଓ ସାରଥୀ ମନ୍ଦିର ପ୍ରତିଷ୍ଠା କରି ଲୋକଲୋଚନକୁ ଆସିଲେ । ୨୦୧୩ ପରେ ଏକ ଟିଭି ଧାରାବାହିକ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ପ୍ରବଚନ ମଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କଠାରେ ପରିଚିତ ହୋଇଥିଲେ । ତାଙ୍କର ଗୀତ ରଚନା ଏବଂ କଣ୍ଠଦାନରେ ପ୍ରସ୍ତୁତ କେତେକ ଗୀତ ମୁକ୍ତିଲାଭ ହୋଇଛି । ସେ ଅଲୌକିକ ଘଟଣା ଘଟାଇବା ସହ ନିଜକୁ କୃଷ୍ଣଙ୍କ ଅବତାର ବୋଲି ଦାବୀ କରନ୍ତି । ୨୦୧୫ ମସିହା ଜୁଲାଇ ମାସରେ ଓଡ଼ିଶା ପୋଲିସଦ୍ୱାରା ତାଙ୍କୁ ଅନୈତିକ କାର୍ଯ୍ୟକଳାପ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।[୧]

ସାରଥୀ ଆଶ୍ରମ[ସମ୍ପାଦନା]

କେନ୍ଦ୍ରାପଡ଼ା ସହର ନିକଟ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳଠାରେ ଏହି ଆଶ୍ରମ ଅବସ୍ଥିତ । ଏକ ବିଶାଳ ପ୍ରାଙ୍ଗଣରେ ସନ୍ଧ୍ୟା ସମୟରେ ଏଠାରେ ସାରଥୀ ବାବା ପ୍ରବଚନ ଦେଇଥାନ୍ତି । ଏଥିରେ ବିଶାଳ ଜନସମାଗମ ହୋଇଥାଏ । ଏହି ପ୍ରବଚନର ରେକଡିଂ ପ୍ରାର୍ଥନା ଚ୍ୟାନେଲର ଜୀବନ ପଥ ଏ ଦେହ ରଥ କାର୍ଯ୍ୟକ୍ରମରେ ପ୍ରତ୍ୟହ ସକାଳ ଏବଂ ସନ୍ଧ୍ୟା ୭.୩୦ରେ ପ୍ରସାରିତ କରାଯାଇଥାଏ ।[୨]

ସାରଥୀ ମନ୍ଦିର[ସମ୍ପାଦନା]

ସାରଥୀ ମନ୍ଦିର ୧୯୯୩ରେ ସାରଥୀ ବାବା ଏବଂ ସେମାନଙ୍କ ଅନୁଗାମୀଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହା କେନ୍ଦ୍ରପଡ଼ାର ଗୋବରୀ ନଦୀ କୂଳରେ ଅବସ୍ଥିତ । ଏହାର ପରିସର ଚନ୍ଦନ ଏବଂ ତୁଳସୀର ସୁଗନ୍ଧରେ ପ୍ରତି ମୁହୁର୍ତ୍ତ ମହକୁଥାଏ ବୋଲି ଦାବି କରାଯାଏ । ଏହାର ପରିସରରେ କେତେକ ବିକ୍ରୟ ଷ୍ଟଲ, ପାଠାଗାର, ଏବଂ କାର୍ଯ୍ୟାଳୟ ଅବସ୍ଥିତ ।[୩]

ସାରଥୀଙ୍କ ସମାଜ ମଙ୍ଗଳ କାର୍ଯ୍ୟକ୍ରମ[ସମ୍ପାଦନା]

ଆଶ୍ରମ ଅଧୀନରେ ସତ୍ୟମ ଚାରିଟେବଲ ଟ୍ରଷ୍ଟ କାର୍ଯ୍ୟ କରୁଛି । ଗରିବ ବାଲିକାମାନଙ୍କୁ ମନ୍ଦିର ତରଫରୁ ମାଗଣା ସିଲେଇ ଶିକ୍ଷା ଦିଆଯାଏ । ରକ୍ତଦାନ ଶିବିର, ମାଗଣା ହୋମିଓପାଥିକ ଚିକିତ୍ସା, ଏବଂ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଥାଏ ।

ବିତର୍କରେ ସାରଥୀ[ସମ୍ପାଦନା]

  • ୨୦୧୪ରେ ସତ୍ୟମ ନାମଧାରୀ ଧରମ ପୁଅ ତାଙ୍କର ନିଜ ପୁତ୍ର ବୋଲି ଚର୍ଚ୍ଚାରେ ରହିଥିଲେ ।[୪]
  • ୨୦୧୫ ମସିହା ଜୁଲାଇ ୪ ତାରିଖରେ ସେ ହାଇଦ୍ରାବାଦର ହୋଟେଲ ଗୋଲକୋଣ୍ଡାଠାରେ ଜଣେ ୨୧ ବର୍ଷୀୟ ଯୁବତୀ ସହ ରହୁଥିବା ଓଡ଼ିଆ ଖବର ଟିଭି ଚ୍ୟାନେଲ ପ୍ରମେୟ ନିଉଜ ୭ରେ ପ୍ରସାରିତ ହୋଇଥିଲା । ଏହା ପରେ ତାଙ୍କୁ ଗଣମାଧ୍ୟମରେ ନିନ୍ଦା କରି ବିଭିନ୍ନ ଖବର ପ୍ରସାରିତ ହେବା ଆରମ୍ଭ ହେଲା । [୫] [୬] ବାବା ନିଜେ ଜିନ୍ସ ଏବଂ ଚଷମା ପିନ୍ଧିଥିବାର ଏକ ଫଟୋ ପ୍ରସାରିତ ହୋଇଥିଲା ।[୭]ସାରଥୀଙ୍କ ଜଣେ ସହଯୋଗୀ ନିୟମିତ ଆମିଷ ଖାଇବା ସହ ମଦପାନ କରିବା ଓ ଯୁବତୀମାନଙ୍କ ସହ ଶାରିରୀକ ସମ୍ବନ୍ଧ ରଖିବା ବାବଦରେ ସେହି ଖବର ଚ୍ୟାନେଲରେ ପ୍ରକାଶ କରିଥିଲେ । ସାରଥୀ ଦେବ ଫେରାର ହେବା, ଗିରଫ ହେବା, ଆଶ୍ରମ ପରିସରରେ ପୋଲିସ ଛାଉଣୀ ହେବା ପରି ବହୁତ ଚର୍ଚ୍ଚା ସୋସିଅଲ ମିଡ଼ିଆରେ ଦିନସାରା ରହିଥିଲା । ଏଥି ନେଇ ସନ୍ଧ୍ୟା ୭ ଟାରେ ୨୦ ମିନିଟର ଏକ ସ୍ୱତନ୍ତ୍ର ଦର୍ଶନରେ ବାବା ନିଜର ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡ଼ାକୁ ବଦନାମ କରିବାକୁ ଚକ୍ରାନ୍ତ ଚାଲିଛି ଏବଂ କିଛି ବିରୋଧୀ ଅନ୍ତେବାସୀଙ୍କଦ୍ୱାରା ଏହି ଅପପ୍ରଚାରର ଖୋରାକ ଯୋଗାଯାଇଥିଲା ବୋଲି ବାବା ସଫେଇ ଦେଇଛନ୍ତି । ଯଦି ବଳିଷ୍ଠ ପ୍ରମାଣ ଥାଏ ତେବେ ପୁଲିସ ପାଖରେ ଅଭିଯୋଗ ଦିଆଯାଉ ବୋଲି କହିଥିଲେ ।[୮]

ଆଧାର[ସମ୍ପାଦନା]

  1. http://www.orissabarta.com/index.php?option=com_content&view=article&id=16791:kendrapada-jay-pandampplease-stop-manyabar-sarathi-show-in-parthana-channel&catid=35:top-stories
  2. http://timesofindia.indiatimes.com/tv/channel/prarthana-tv/params/tvchannel/channelid-10000000007020000
  3. "ଆର୍କାଇଭ୍ କପି". Archived from the original on 2015-01-25. Retrieved 2015-08-04. {{cite web}}: Cite has empty unknown parameter: |1= (help)
  4. http://www.orissabarta.com/index.php?option=com_content&view=article&id=16791:kendrapada-jay-pandampplease-stop-manyabar-sarathi-show-in-parthana-channel&catid=35:top-stories
  5. "Devotion Being Conned: Baba Sarathi's Hidden Secrets Revealed". ସମୟ. ୪ ଅଗଷ୍ଟ ୨୦୧୫. Retrieved 5 August 2015. {{cite news}}: Check date values in: |date= (help)
  6. "Sting on escapades singes Odisha godman Sarathi Baba". Odisha Sun Times. ୪ ଅଗଷ୍ଟ ୨୦୧୪. Retrieved 5 August 2015. {{cite news}}: Check date values in: |date= (help)
  7. "ଆର୍କାଇଭ୍ କପି". Archived from the original on 2015-08-08. Retrieved 2015-08-05. {{cite web}}: Cite has empty unknown parameter: |1= (help)
  8. http://www.dharitri.com/Bhubaneswar/050815/p5.htm