Jump to content

ସୁବାସିନୀ ଜେନା

ଉଇକିପିଡ଼ିଆ‌ରୁ
ସୁବାସିନୀ ଜେନା
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀନିତ୍ୟ‍ାନନ୍ଦ ସାହୁ
ନିର୍ବାଚନ ମଣ୍ଡଳୀବସ୍ତା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୬୭
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରବିନ୍ଦ୍ର କୁମାର ଜେନା
ବୃତ୍ତିରାଜନୀତିଜ୍ଞ

ସୁବାସିନୀ ଜେନା (ଜନ୍ମ: ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ପତ୍ରିକା ସମ୍ପାଦିକା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁବାସିନୀ ୧୯୬୭ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୬ ମସିହାରେ ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରୁ କଳାରେ +୨ ପଢ଼ିଥିଲେ । ସେ ରାଜନେତା ତଥା ବ୍ୟବସାୟୀ ରବିନ୍ଦ୍ର କୁମାର ଜେନାଙ୍କୁ ବିବାହ କରିଛନ୍ତି, ଯିଏକି ପୂର୍ବରୁ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୁବାସିନୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ, ସେ ସମୁଦାୟ ୮୩,୩୧୪ ଖଣ୍ଡ ଭୋଟ୍ ପାଇଥିଲେ[୩] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ବିଜନ ନାୟକଙ୍କୁ ୨୦,୩୭୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫][୬][୭]

ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇଥିବା ତଥ୍ୟ ଅନୁସାରେ, ସେ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୟୀ ହୋଇଥିବା ତୃତୀୟ ଧନଶାଳୀ ବ୍ୟକ୍ତିତ୍ୱ, ଯାହାଙ୍କ ପାଖରେ ସମୁଦାୟ ୧୩୫ କୋଟିରୁ ଅଧିକ ସମ୍ପତ୍ତି ଅଛି ।[୮]

ଆଧାର[ସମ୍ପାଦନା]

  1. "Subasini Jena(BJD):Constituency- BASTA(BALASORE) - Affidavit Information of Candidate:". www.myneta.info. Retrieved 2024-06-06.
  2. "Full list of Odisha Assembly elections 2024 winners". The Indian Express (in ଇଂରାଜୀ). 2024-06-05. Retrieved 2024-06-06.
  3. "Basta Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-06.
  4. "General Election to Assembly Constituencies 2024: Basta (Odisha)". Election Commission of India. Retrieved 11 June 2024.
  5. "Basta, Odisha Assembly Election Results 2024 Highlights: BJD's Subasini Jena defeats INC's Bijan Nayak with 20377 votes". India Today (in ଇଂରାଜୀ). 2024-06-04. Retrieved 2024-06-06.
  6. "Basta Constituency Election Results 2024: Basta Assembly Seat Details, MLA Candidates & Winner". The Times of India (in ଇଂରାଜୀ). Retrieved 2024-06-06.
  7. "Subasini Jena , BJD Election Results LIVE: Latest Updates On Subasini Jena , Lok Sabha Constituency Seat - NDTV.com". www.ndtv.com. Retrieved 2024-06-06.
  8. Desk, DH Web. "Odisha Assembly Elections 2024: Top 5 richest candidates in fray". Deccan Herald (in ଇଂରାଜୀ). Retrieved 2024-06-07.