ସୁପ୍ରିୟା ମଲ୍ଲିକ

ଉଇକିପିଡ଼ିଆ‌ରୁ
ସୁପ୍ରିୟା ମଲ୍ଲିକ
ମୂଳନାମ
ସୁପ୍ରିୟା ମଲ୍ଲିକ
ଜନ୍ମ ଓ ଜନ୍ମସ୍ଥାନସୁପ୍ରିୟା ମଲ୍ଲିକ
କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଏକା ଏକା, ଫଲ୍‌ଗୁ
ସମ୍ପର୍କୀୟପ୍ରହଲ୍ଲାଦ ମଲ୍ଲିକ (ବାପା)
ସିପ୍ରା ମଲ୍ଲିକ (ଭଉଣୀ)

ସୁପ୍ରିୟା ମଲ୍ଲିକ ଜଣେ ଭାରତୀୟ ଓଡ଼ିଆ ଭାଷୀ ଲେଖିକା, ଗାଳ୍ପିକା[୧][୨] ଓ ଶିକ୍ଷାବିଦ୍ । ତାଙ୍କର ପ୍ରମୁଖ ରଚନା ମଧ୍ୟରେ ଏକା ଏକା ଅନ୍ୟତମ । ସେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଉପନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରିଛନ୍ତି ।[୩] ସେ ଜନନେତା ପ୍ରହଲ୍ଲାଦ ମଲ୍ଲିକଙ୍କ ସାନଝିଅ ଓ ଓଡ଼ିଶା ବିଧାନ ସଭାର ବିଧାୟିକା ସିପ୍ରା ମଲ୍ଲିକଙ୍କ ସାନ ଭଉଣୀ । ସୁପ୍ରିୟା ମଲ୍ଲିକ ପ୍ରହଲ୍ଲାଦ ମଲ୍ଲିକଙ୍କ ଜୀବନୀ ଫଲ୍‌ଗୁ ରଚନା କରିଥିଲେ ।[୪]

ରଚନାବଳୀ[ସମ୍ପାଦନା]

ସୁପ୍ରିୟା ମଲ୍ଲିକଙ୍କ ରଚିତ ଫଲ୍‌ଗୁ ପ୍ରହଲ୍ଲାଦ ମଲ୍ଲିକଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସ୍ଥାନ ପାଇଥିଲା । ପ୍ରହଲ୍ଲାଦ ମଲ୍ଲିକଙ୍କ ତୃଣମୂଳସ୍ତରୀୟ ରାଜନୈତିକ କାର୍ଯ୍ୟ ୩୭ଟି ଅଧ୍ୟାୟରେ ୨୦୮ ପୃଷ୍ଠାରେ ବର୍ଣ୍ଣିତ ।[୪]

ଆଧାର[ସମ୍ପାଦନା]

  1. "କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧ ତମ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ । – Welcome To Upanta Odisha" (in ଆମେରିକୀୟ ଇଂରାଜୀ). Retrieved 2022-07-25.
  2. Research journal of English language and literature (in ଇଂରାଜୀ), ISSN 2395-2636, Wikidata Q96718316
  3. ଶିକ୍ଷା (ଦ୍ୱାଦଶ ଶ୍ରେଣୀ). ଭୁବନେଶ୍ୱର: ଓଡ଼ିଶା ରାଜ୍ଯ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା.
  4. ୪.୦ ୪.୧ "'ପ୍ରତ୍ୟେକ ସଫଳ ମଣିଷ ନିଜ ଜୀବନୀ ଲେଖନ୍ତୁ'". Sambad (in ଆମେରିକୀୟ ଇଂରାଜୀ). Retrieved 2022-07-25.