Jump to content

ସୁନ୍ଦର ପିଚାଇ

ଉଇକିପିଡ଼ିଆ‌ରୁ
Sundar Pichai
பிச்சை சுந்தரராஜன்
Pichai in 2023
ଜନ୍ମ
Pichai Sundararajan

(1972-07-12) ୧୨ ଜୁଲାଇ ୧୯୭୨ (ବୟସ ୫୪)
Alma materIIT Kharagpur (B.Tech)
Stanford University (M.S.)
The Wharton School (MBA)
ପେଷାCEO of Google[୧]
ନିଯୁକ୍ତିଦାତାGoogle Inc.
ଜୀବନସାଥୀAnjali Pichai

ପିଚାଇ ସୁନ୍ଦରରାଜନ୍ (ଜନ୍ମ: ୧୨ ଜୁଲାଇ ୧୯୭୨, ସୁନ୍ଦର ପିଚାଇ ନାମରେ ପରିଚିତ) ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବ୍ୟବସାୟ କାର୍ଯ୍ୟନିର୍ବାହୀ । ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ।

ସେ ଜଣେ ମ୍ୟାଟେରିଆଲ ଇଞ୍ଜିନିୟର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ମ୍ୟାନେଜମେଣ୍ଟ କନସଲଟିଂ ଫାର୍ମ ମ୍ୟାକିଞ୍ଜି ଆଣ୍ଡ କମ୍ପାନୀରେ ଅଳ୍ପ ସମୟ ରହିବା ପରେ ସେ ୨୦୦୪ରେ ଗୁଗୁଲରେ ଯୋଗ ଦେଇଥିଲେ ।[୨] ସେଠାରେ ସେ ଗୁଗୁଲ କ୍ରୋମ ଏବଂ କ୍ରୋମଓଏସ ସମେତ ଗୁଗୁଲର କ୍ଲାଏଣ୍ଟ ସଫ୍ଟୱେର ଉତ୍ପାଦସମୂହର ପରିଚାଳନା ଏବଂ ଉଦ୍ଭାବନର ନେତୃତ୍ୱ ନେଇଥିଲେ ଏବଂ ଗୁଗୁଲ ଡ୍ରାଇଭ ପାଇଁ ମୁଖ୍ୟତଃ ଦାୟୀ ଥିଲେ । ଏହାବ୍ୟତୀତ ସେ ଜିମେଲ ଓ ଗୁଗୁଲ ମ୍ୟାପ୍ସ ଭଳି ଅନ୍ୟନ୍ୟ ଆପ୍ଲିକେସନର ବିକାଶ ତଦାରଖ କରିଥିଲେ । ୨୦୧୦ରେ ପିଚାଇ ଗୁଗୁଲଦ୍ୱାରା ନୂତନ ଭିଡିଓ କୋଡେକ ଭିପି୮ର ଓପନ ସୋର୍ସିଂ ଘୋଷଣା କରିଥିଲେ ଏବଂ ନୂତନ ଭିଡିଓ ଫର୍ମାଟ ୱେବଏମ ଆରମ୍ଭ କରିଥିଲେ । କ୍ରୋମବୁକ ୨୦୧୨ରେ ମୁକ୍ତିଲାଭ କରିଥିଲା । ୨୦୧୩ମସିହାରେ ପିଚାଇ ଗୁଗୁଲ୍ ଉତ୍ପାଦ ତାଲିକାରେ ଆଣ୍ଡ୍ରଏଡ଼କୁ ଯୋଡ଼ିଥିଲେ ।

ପ୍ରାଥମିକ ଜୀବନ

ପିଚାଇ ଭାରତର ତାମିଲନାଡୁର ମଦୁରାଇଠାରେ ଏକ ତାମିଲ ପରିବାରରେ[୩][୪] ଜନ୍ମଗ୍ରହଣ କରିଥିଲେ ।[୫][୬][୭] ତାଙ୍କ ମାତା ଲକ୍ଷ୍ମୀ ଜଣେ ଷ୍ଟେନୋଗ୍ରାଫର ଥିଲେ ଏବଂ ତାଙ୍କ ପିତା ରେଗୁନାଥ ପିଚାଇ ବ୍ରିଟିଶ କମ୍ପାନି ଜିଇସିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ । ତାଙ୍କ ପିତାଙ୍କର ଏକ ବୈଦ୍ୟୁତିକ ଯନ୍ତ୍ରାଂଶ ଉତ୍ପାଦନ କାରଖାନା ମଧ୍ୟ ଥିଲା ।[୮][୯]

ପିଚାଇ ଚେନ୍ନାଇର ଅଶୋକ ନଗରର ଜବାହର ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ[୧୦] ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ମାଡ୍ରାସର ବନବାଣୀ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ଶେଷ କରିଥିଲେ ।[୧୧][୧୨] ପରେ ସେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଖଡ଼ଗପୁରରୁ ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ସେ ସେହି ଅନୁଷ୍ଠାନର ଜଣେ ବିଶିଷ୍ଟ ପୂର୍ବତନ ଛାତ୍ର ।[୧୩] ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଏମଏସ ଏବଂ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ୱାର୍ଟନ ସ୍କୁଲରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ ।[୧୪] ସେଠାରେ ତାଙ୍କୁ ଯଥାକ୍ରମେ ସିବେଲ ସ୍କଲାର ଏବଂ ପାଲମର ସ୍କଲାର ନାମ ଦିଆଯାଇଥିଲା ।[୧୫][୧୬][୧୭]

ବୃତ୍ତିଗତ ଜୀବନ

ସୁନ୍ଦର ପିଚାଇ ଅପ୍ଲାଏଡ଼ ମ୍ୟାଟେରିଆଲସଠାରେ ବୈଷୟିକ ବିଜ୍ଞାନ ଏବଂ ପ୍ରଡକ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଏବଂ ମ୍ୟାକିଞ୍ଜି ଆଣ୍ଡ କମ୍ପାନୀରେ ମ୍ୟାନେଜମେଣ୍ଟ କଂସଲଟିଙ୍ଗ କ୍ଷେତ୍ରରେ କାମ କରିସାରିଛନ୍ତି ।

ଗୁଗୁଲ

ପିଚାଇ ୨୦୦୪ରେ ଗୁଗୁଲରେ ଯୋଗ ଦେଇଥିଲେ । ସେଠାରେ ସେ ଉତ୍ପାଦ ପରିଚାଳନା ଏବଂ ଉଦ୍ଭାବନ କ୍ଷେତ୍ରରେ କାମ କରିଥିଲେ, ଯେଉଁଥିରୁ ଗୁଗୁଲ କ୍ରୋମ୍ ଏବଂ କ୍ରୋମ୍ ଅପରେଟିଂ ସିଷ୍ଟମ ଅନ୍ୟତମ । ଗୁଗୁଲ ଡ୍ରାଇଭରେ ମଧ୍ୟ ତାଙ୍କର ବହୁତ ଅବଦାନ ରହିଛି । ଏହା ପରେ ସେ ଗୁଗୁଲର ଅନ୍ୟ ଉତ୍ପାଦର ଉତ୍ପାଦନରେ ଯୋଗଦେଇଥିଲେ । ୧୯ ନଭେମ୍ବର, ୨୦୦୯ରେ ସେ କ୍ରୋମ୍ ଅପରେଟିଂ ସିଷ୍ଟମ ଏବଂ କ୍ରୋମ୍ ବୁକ ସମ୍ପର୍କରେ ବିଶ୍ୱ ବାସୀଙ୍କୁ ଜଣାଇ ଥିଲେ ।

୧୩ ମାର୍ଚ୍ଚ, ୨୦୧୩ରେ ପିଚାଇଙ୍କ କର୍ମ ଜୀବନରେ ଆଣ୍ଡ୍ରୋଏଡର ଆଗମନ ହୋଇଥିଲା । ୧୦ ଅଗଷ୍ଟ, ୨୦୧୫ରେ ସେ ଗୁଗୁଲର ସି.ଇ.ଓ. ଭାବେ ଯୋଗଦେଇଥିଲେ ।

ବ୍ୟକ୍ତିଗତ ଜୀବନ

ସୁନ୍ଦର ପିଚାଇ ଅଞ୍ଜଲୀ ହାରିୟାଣୀଙ୍କୁ ବିବାହ କରିଛନ୍ତି, ଯେକି ତାଙ୍କର ସହପାଠୀ ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଖଡ଼ଗପୁରରୁ ରସାୟନ ବିଜ୍ଞାନର ଛାତ୍ର । ସୁନ୍ଦର ପିଚାଇଙ୍କର ଦୁଇଟି ସନ୍ତାନ ସନ୍ତତୀ ଅଛନ୍ତି ।

ଆଧାର

  1. ↑ "India-born Sundar Pichai is new CEO of Google". The Times of India. Retrieved 13 August 2015.
  2. ↑ "Sundar Pichai | Biography, Google, & Facts". Encyclopedia Britannica (in ଇଂରାଜୀ). Retrieved April 20, 2021.
  3. ↑ https://www.india.com/author/newsdesk. "What Is The Caste Controversy That Google Finds Itself In?". www.india.com (in ଇଂରାଜୀ). Retrieved 2023-08-18. {{cite web}}: |last= has generic name (help); External link in |last= (help)
  4. ↑ "Androids and Brahmins | Deccan Herald". web.archive.org. 2022-06-19. Archived from the original on 2022-06-19. Retrieved 2023-08-18.{{cite web}}: CS1 maint: bot: original URL status unknown (link)
  5. ↑ Vaitheesvaran, Bharani; Elizabeth, Shilpa (August 12, 2015). "The rapid climb of Sundar Pichai to technology peak: From school days to Silicon Valley". The Economic Times. Archived from the original on February 3, 2016. Retrieved January 12, 2016.
  6. ↑ "Sundar Pichai | Biography, Google, & Facts". Encyclopedia Britannica (in ଇଂରାଜୀ). Retrieved March 14, 2021.
  7. ↑ Charlie, Adith (August 11, 2015). "Google gets new parent Alphabet; Sundar Pichai becomes CEO of Google". VCCircle. Archived from the original on March 6, 2018. Retrieved March 6, 2018.
  8. ↑ "A shy, quiet boy who loved science". Bennett, Coleman & Co. Ltd. Mumbai Mirror. Archived from the original on August 15, 2015. Retrieved August 12, 2015.
  9. ↑ "Ten things about Sundar Pichai". dailyo.in. ଅଗଷ୍ଟ 11, 2015. Archived from the original on ଅଗଷ୍ଟ 15, 2015. Retrieved ଅଗଷ୍ଟ 11, 2015.
  10. ↑ "From Chennai to California: Google CEO Sundar Pichai's back breaking efforts towards success". India Today. December 20, 2016. Retrieved September 9, 2021.
  11. ↑ "Sundar Pichai, a quiet boy". The Hindu.
  12. ↑ "School mates talk about Sundar Pichai". The Hindu. Archived from the original on August 14, 2015. Retrieved August 14, 2015.
  13. ↑ "Chennai's Sundar Pichai is dark horse". indiatimes.com. February 2, 2014. Archived from the original on March 6, 2015. Retrieved October 26, 2014.
  14. ↑ Lakshman, Narayan (August 11, 2015). "The rise and rise of Sundar Pichai". The Hindu. Archived from the original on March 31, 2016. Retrieved August 11, 2015.
  15. ↑ ଆଧାର ଭୁଲ: ଅଚଳ <ref> ଚିହ୍ନ; "britannica" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  16. ↑ Siebel Scholars Archived March 21, 2013, at the Wayback Machine.. Siebel Scholars. Retrieved on August 23, 2013.
  17. ↑ Cooper, Charles (March 13, 2013). "Sundar Pichai:Seven prominent Indian-origin people in global IT world". CNET. Archived from the original on October 18, 2013. Retrieved March 14, 2013.