Jump to content

ସୁନୀଲ ରଥ

ଉଇକିପିଡ଼ିଆ‌ରୁ
ସୁନୀଲ ରଥ
ଜନ୍ମ ଓ ଜନ୍ମସ୍ଥାନ(1956-06-26)୨୬ ଜୁନ ୧୯୫୬
ଅଭୟମୁଖୀ ରାମଚନ୍ଦ୍ରପୁର, ପୁରୀ
ମୃତ୍ୟୁ୧ ନଭେମ୍ବର ୨୦୨୪(2024-11-01) (ବୟସ ୬୮)
ଝାନସୀ
ବୃତ୍ତିଅଧ୍ୟାପକ, ଗବେଷକ, ଅନୁବାଦକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାଏମଏ, ବିଏଡ଼, ପିଏଚଡ଼ି
ପିତାମାତାସୋମନାଥ ରଥ (ପିତା), କନକଲତା ରଥ (ମାତା)

ସୁନୀଲ ରଥ (୨୬ ଜୁନ ୧୯୫୬ - ୧ ନଭେମ୍ବର ୨୦୨୪) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ମୌଳିକ ରଚନା ସହିତ ସେ ଶ୍ରୀଜଗନ୍ନାଥ ସଂସ୍କୃତିର ଜଣେ ପ୍ରଚାରକ ଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୁନୀଲ ରଥ ୧୯୫୬ ମସିହା ଜୁନ୍ ମାସ ୨୬ ତାରିଖରେ ପୁରୀ ଜିଲ୍ଲାର ଅଭୟମୁଖୀ ରାମଚନ୍ଦ୍ରପୁର ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୋମନାଥ ରଥ ଓ ମାତାଙ୍କ ନାମ କନକଲତା ରଥ ଥିଲା । ସେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ପୁରୀର ଶ୍ରୀଜଗନ୍ନାଥ କର୍ମକାଣ୍ଡ ମହାବିଦ୍ୟାଳୟରେ ଅଧ୍ୟାପନା କରି ସେଠାରୁ ପ୍ରାଧ୍ୟାପକ ଭାବେ କାମକରିଥିଲେ ଏବଂ ସେଠାରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ । ସେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକାରୀ କମିଟିର ସଦସ୍ୟ ଥିଲେ । ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦ ଏବଂ ଜଗନ୍ନାଥ ମନ୍ଦିରର ଶ୍ରୀଜଗନ୍ନାଥ ଚେତନା ଗ୍ରନ୍ଥମାଳା ପ୍ରକଳ୍ପ ଆଦି ସହିତ ସକ୍ରିୟ ଭାବେ ଜଡ଼ିତ ଥିଲେ ।[]

୨୦୨୪ ମସିହା ନଭେମ୍ବର ମାସ ୧ ତାରିଖରେ ଝାନସୀଠାରେ ପରଲୋକ ଘଟିଥିଲା ।

ରଚନାବଳୀ

[ସମ୍ପାଦନା]

ଉପନ୍ୟାସ

[ସମ୍ପାଦନା]
  • ଅନ୍ତରୀକ୍ଷ
  • ଭିନ୍ନ ଏକ ଦେବଦାସ
  • ଅଭିଷିକ୍ତ ଅନ୍ଧାର
  • ନିର୍ବାକ୍ ପାନିପଥ
  • ଆକ୍ୱାରିଅମର ମାଛ

ପ୍ରବନ୍ଧ

[ସମ୍ପାଦନା]
  • ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରାରେ କେନ୍ଦୁଝର
  • ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ
  • ଭାରତୀୟ ମନ୍ଦିର ଦେହରେ ମିଥୁନାଚାର ଓ ଅଳସୀକନ୍ୟା
  • ଦାରୁବ୍ରହ୍ମଙ୍କ ନବକଳେବର
  • ରଥ ସଂହିତା' (ତୁଳସୀ ଓଝାଙ୍କ ସହ ସହ-ଲେଖିତ)
  • ଭକ୍ତକବି ସାଲବେଗ ରଚନା ସମ୍ଭାର
  • ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ
  • ଅତିବଡ଼ି ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତ
  • ଓଡ଼ିଶାର ଲୋକ ସଂସ୍କୃତି, ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

ଅନୁବାଦ

[ସମ୍ପାଦନା]
  • ମୃତ୍ୟୁ କ୍ଷୁଧା
  • ଟରିଖେଲର ରାଣୀ
  • ମୁକ୍ତିବୋଧ
  • ନାରୀର ରୂପକଥା

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ, ୨୦୦୧
  • ପ୍ରିୟପତ୍ର ସମ୍ମାନ, ୨୦୦୨
  • ମିଳନୀ ସାହିତ୍ୟ ସମ୍ମାନ
  • ବର୍ଷା ଗଳ୍ପ ସମ୍ମାନ
  • ଶ୍ରୀକ୍ଷେତ୍ର ପୁସ୍ତକମେଳା ଗଳ୍ପ ପୁରସ୍କାର
  • ଜୟୀ ରାଜଗୁରୁ ସ୍ମୃତି ସମ୍ମାନ
  • ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ (ଶ୍ରୀମନ୍ଦିର ପ୍ରଶାସନ)
  • ବିଷୁବ ପ୍ରବନ୍ଧ ସମ୍ମାନ (ଗୋପାଳି ଜାଗା, ପୁରୀ)
  • ଶ୍ରୀକ୍ଷେତ୍ର ସୌରଭ ସମ୍ମାନ (ପ୍ରଥମ) - କ୍ରୀଡା ଓ ସଂସ୍କୃତି କେନ୍ଦ୍ର, ପୁରୀ
  • ଜାତୀୟ ଶ୍ରୀଜଗନ୍ନାଥ ଚେତନା ସ୍ୱତନ୍ତ୍ର ପ୍ରତିଭା ସମ୍ମାନ, ୨୦୨୪ (ମରଣୋତ୍ତର ଭାବେ)[]
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୧୮, ୮୯୧. ISBN 81-7400-331-2.
  2. https://samajaepaper.in/imageview_8_171220242301467_4_73_17-12-2024_16_i_1_sf.html#google_vignette