Jump to content

ସିପ୍ରୋଫ୍ଲୋକ୍ସାସିନ/ଡେକ୍ସାମେଥାଜୋନ

ଉଇକିପିଡ଼ିଆ‌ରୁ
ସିପ୍ରୋଫ୍ଲୋକ୍ସାସିନ/ଡେକ୍ସାମେଥାଜୋନ
Combination of
CiprofloxacinAntibiotic
DexamethasoneCorticosteroid
Clinical data
Trade namesCiprodex, others
AHFS/Drugs.commonograph
MedlinePlusa607010
Routes of
administration
Ear drop[]
Legal status
Legal status

ସିପ୍ରୋଫ୍ଲୋକ୍ସାସିନ/ଡେକ୍ସାମେଥାଜୋନ, ଅନ୍ୟମାନଙ୍କ ମଧ୍ୟରେ ସିପ୍ରୋଡେକ୍ସ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଟିମ୍ପାନୋଷ୍ଟୋମି ଟ୍ୟୁବରେ ଥିବା ମଧ୍ୟକର୍ଣ୍ଣ ପ୍ରଦାହ ମଧ୍ୟ କର୍ଣ୍ଣ ପ୍ରଦାହ କିମ୍ବା ବ‌ହିଃ କର୍ଣ୍ଣ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେଉଁମାନେ ଅତି କମରେ ୬ ମାସ ପୁରୁଣା ରୋଗୀ, ସେମାନଙ୍କ ପାଇଁ ଏହା ବ୍ୟବହୃତ ହୋଇପାରେ ।[] ଏହା କାନ ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାନ ଗଲୁ ଏବଂ କାନ ଯନ୍ତ୍ରଣା ହୁଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ଏଥିରେ କର୍ଟିକୋଷ୍ଟିରଏଡ ଡେକ୍ସାମେଥାଜୋନ (୦.୧%) ଓ ସିପ୍ରୋଫ୍ଲୋକ୍‌ସାସିନ୍ (୦.୩%) ଆଣ୍ଟିବାୟୋଟିକ୍ ଥାଏ ।[] ସୁଡୋମୋନାସ ଏରୋଜିନୋସା ସହିତ ଅନେକ ଜୀବାଣୁ ବିରୁଦ୍ଧରେ ଏହା ପ୍ରଭାବଶାଳୀ ଅଟେ ।[]

୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] ଏହା ଏକ ଗୋଷ୍ଠିଗତ (ଜେନେରିକ) ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଲି ବୋତଲର ମୂଲ୍ୟ ୬ ପାଉଣ୍ଡ ଥିଲା ।[] ୨୦୨୩ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୬୩ ଡଲାର ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Ciprodex- ciprofloxacin and dexamethasone suspension/ drops". DailyMed. U.S. National Library of Medicine. 12 December 2019. Archived from the original on 24 January 2021. Retrieved 5 November 2020.
  2. Human Medicines Evaluation Division (14 January 2021). "Active substance: ciprofloxacin hydrochloride / dexamethasone acetate (ear drops, suspension)" (PDF). List of nationally authorised medicinal products. Europeans Medicines Agency. Archived (PDF) from the original on 30 June 2023. Retrieved 31 October 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1242. ISBN 978-0857114105.
  4. "Ciprofloxacin / Dexamethasone". GoodRx. Archived from the original on 10 July 2021. Retrieved 25 May 2023.