Jump to content

ସିନେକାଟେଚିନସ

ଉଇକିପିଡ଼ିଆ‌ରୁ
ସିନେକାଟେଚିନସ
A botanical drawing showing a plant with green leaves and white flowers
Sinecatechins is an extract from the leaves of Camellia sinensis.
Clinical data
Trade namesVeregen, Polyphenon E
AHFS/Drugs.commonograph
Pregnancy
category

ସିନେକାଟେଚିନସ (ଇଂରାଜୀ ଭାଷାରେ Sinecatechins), ଭେରେଗେନ (Veregen) ଏହାର ଏକ ବାଣିଜ୍ୟ ନାମ, ହେଉଛି ଏକ ଔଷଧ ଯାହା ବାହ୍ୟ ଯୌନାଙ୍ଗ ଭାତୁଡ଼ିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ରୋଗ ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରାଯାଏ ।[] ପ୍ରଭାବିତ ବ୍ୟକ୍ତି ନିଜେ ଏହା ଲଗେଇପାରିବ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, କୁଣ୍ଡେଇ ହେବା, ଫୁଲିଯିବା ଏବଂ ବ୍ୟବହାର ସ୍ଥାନରେ ଲାଲ ରଙ୍ଗ ଦେଖାଯାଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫାଇମୋସିସ, ଲିମ୍ପାଡେନୋପାଥି ବା ଲସିକା ନୋଡ ଫୁଲା, ପରିସ୍ରା କଲାବେଳେ ଜ୍ୱାଳା ଏବଂ ଜେନିଟାଲ ହର୍ପିସ ପୁନଃ ସକ୍ରିୟତା ହୋଇପାରେ ।[] ଏହା କିପରି କାମ କରେ ତାହା ଜଣା ନାହିଁ ।[]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସିନେକାଟେଚିନସ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ଟ୍ୟୁବ୍ ପାଇଁ ଏହାର ମୂଲ୍ୟ ୧୪୦୦ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ପ୍ରଥମ ବାନସ୍ପତିକ ବା ବୋଟାନିକାଲ ଔଷଧ ଥିଲା ଯାହା ଗ୍ରୀନ୍ ଟି ପତ୍ରରୁ ପ୍ରସ୍ତୁତ ହୁଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ Masters KP (2009). "New Drug Reviews: Sinecatechins (Veregen) for External Genital and Perianal Warts". Am Fam Physician. 80 (12): 1447–1454. Archived from the original on 2021-03-07. Retrieved 2021-03-17.
  2. ୨.୦ ୨.୧ ୨.୨ ୨.୩ "Sinecatechins Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 October 2021.
  3. "Veregen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 12 October 2021.