Jump to content

ଫାଇମୋସିସ

ଉଇକିପିଡ଼ିଆ‌ରୁ
ଫାଇମୋସିସ
ଫାଇମୋସିସ ରୋଗ ଥିବା ଲିଙ୍ଗ ।
ଉଚ୍ଚାରଣ
ବିଭାଗUrology
ଆଇସିଡ଼ି-୧୦N47.
ଆଇସିଡ଼ି-୯-ସିଏମ୍605
ରୋଗ ଡାଟାବେସ10019
ଇ-ମେଡ଼ିସିନemerg/423
MeSHD010688

ଫାଇମୋସିସ ବା ଚୁଚୁନ୍ଦ୍ରୀ (ଇଂରାଜୀ ଭାଷାରେ Phimosis) ଏକ ରୋଗ ଯେଉଁଥିରେ ମାନବ ଲିଙ୍ଗର ଚର୍ମ ବା ଅଗ୍ରଚ୍ଛଦକୁ (foreskin) ଗ୍ଲାନ୍ସ/ଲିଙ୍ଗମୁଣ୍ଡି (glans) ପଛ ପାଖକୁ ଟାଣି ହୁଏନି । ପରିସ୍ରା କଲାବେଳେ ଅଗ୍ରଚ୍ଛଦ ତଳେ ପରିସ୍ରା ଜମିଯାଇ ବେଲୁନ ଭଳି ଫୁଲିଯାଏ । କିଶୋର ଓ ଯୁବାବସ୍ଥାରେ ଲିଙ୍ଗ ଉଦ୍ଧତ (erection) ହେଲାବେଳେ କଷ୍ଟ ହୁଏ, ଅନ୍ୟଥା କଷ୍ଟ ହୁଏନାହିଁ । ଏହି ବେମାରୀ ଥିଲେ ଲିଙ୍ଗମୁଣ୍ଡି ପ୍ରଦାହ ବା ବାଲାନାଇଟିସ (balanitis) ରୋଗ ହେବା ସଙ୍କଟ ରହେ []

ଅଳ୍ପ ବୟସ୍କ ପିଲାଙ୍କର ଅଗ୍ରଚ୍ଛଦ ପଛକୁ ଟାଣି ନ ହେବା ସାଧାରଣ କଥା । ପ୍ରାୟ ୯୦% କେଶ୍‌ରେ ୭ ବର୍ଷ ବୟସ ବେଳକୁ ଓ ୯୯% ୧୬ ବର୍ଷ ବୟସ ବେଳକୁ ଏହି ଅସୁବିଧା ସୁଧୁରିଯାଏ ।[][] ବାଲାନାଇଟିସ (balanitis) ବା ବାଲାନାଇଟିସ ଜିରୋଟିକା ଓବଲିଟରାନ୍ସ (balanitis xerotica obliterans) ରୋଗ ଥିଲେ ସ୍କାର ହୋଇ ଏହି ରୋଗ ହୋଇପାରେ । ଅଗ୍ରଚ୍ଛଦ ତଳେ ସ୍କାର ଦେଖି ଏହି ରୋଗ ସ‌ହଜରେ ନିର୍ଣ୍ଣୟ କରିହୁଏ ।[]

ଏହି ବେମାରୀ ପ୍ରାୟ ୩ ବର୍ଷ ବେଳକୁ ଭଲ ହୋଇଯାଏ । ଅଳ୍ପ ବୟସ ବେଳେ ଚର୍ମକୁ ପଛକୁ ଟାଣିବାକୁ ଚେଷ୍ଟା ନ କରିବା ଉଚିତ । ଏହି ସମୟ ସୀମା ମଧ୍ୟରେ ଭଲ ନ ହେଲେ ସ୍ଟିରଏଡ କ୍ରିମ (steroid cream) ଲଗେଇଲେ ଟାଇଟ ଚର୍ମ ଢିଲା ହୋଇଯାଏ । ଏହି ଚିକିତ୍ସା ସ‌ହିତ ପଛକୁ ଟାଣିଲେ ମଧ୍ୟ ଯଦି ତ‌ଥାପି ଭଲ ନ ହେଲା ତା'ହେଲେ ସୁନତ୍ ଅପରେଶନ କରିବାକୁ ସୁପାରିସ କରାଯାଏ । [] ଟାଇଟ ଚର୍ମ ବେଳେବେଳେ ଗ୍ଲାନ୍ସ ପଛପାଖରେ ଜାମ ହୋଇଗଲେ ତାହାକୁ ପାରାଫାଇମୋସିସ (paraphimosis) କୁହାଯାଏ । [] ଏହି ଶବ୍ଦଟି Greek ଭାଷାର phimos (φῑμός), ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ମଜଲ୍ ("muzzle") []

  1. OED 2nd edition, 1989 as /faɪˈməʊsɪs/.
  2. Entry "phimosis" in Merriam-Webster Online Dictionary.
  3. "Phimosis". PubMed Health. Retrieved 28 October 2016.
  4. 1 2 "What are the treatment options for phimosis?". PubMed Health. Institute for Quality and Efficiency in Health Care. 7 October 2015. Retrieved 28 October 2016.
  5. 1 2 3 McGregor, TB; Pike, JG; Leonard, MP (March 2007). "Pathologic and physiologic phimosis: approach to the phimotic foreskin". Canadian family physician Medecin de famille canadien. 53 (3): 445–8. PMID 17872680.
  6. Kirk, Raymond Maurice; Winslet, Marc C. (2007). Essential General Surgical Operations (in ଇଂରାଜୀ). Elsevier Health Sciences. p. 365. ISBN 0443103143.