ସିନେକାଟେଚିନସ
Clinical data | |
---|---|
Trade names | Veregen, Polyphenon E |
AHFS/Drugs.com | monograph |
Pregnancy category |
|
ସିନେକାଟେଚିନସ (ଇଂରାଜୀ ଭାଷାରେ Sinecatechins), ଭେରେଗେନ (Veregen) ଏହାର ଏକ ବାଣିଜ୍ୟ ନାମ, ହେଉଛି ଏକ ଔଷଧ ଯାହା ବାହ୍ୟ ଯୌନାଙ୍ଗ ଭାତୁଡ଼ିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ରୋଗ ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରାଯାଏ ।[୨] ପ୍ରଭାବିତ ବ୍ୟକ୍ତି ନିଜେ ଏହା ଲଗେଇପାରିବ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, କୁଣ୍ଡେଇ ହେବା, ଫୁଲିଯିବା ଏବଂ ବ୍ୟବହାର ସ୍ଥାନରେ ଲାଲ ରଙ୍ଗ ଦେଖାଯାଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫାଇମୋସିସ, ଲିମ୍ପାଡେନୋପାଥି ବା ଲସିକା ନୋଡ ଫୁଲା, ପରିସ୍ରା କଲାବେଳେ ଜ୍ୱାଳା ଏବଂ ଜେନିଟାଲ ହର୍ପିସ ପୁନଃ ସକ୍ରିୟତା ହୋଇପାରେ ।[୧] ଏହା କିପରି କାମ କରେ ତାହା ଜଣା ନାହିଁ ।[୧]
୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସିନେକାଟେଚିନସ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ଟ୍ୟୁବ୍ ପାଇଁ ଏହାର ମୂଲ୍ୟ ୧୪୦୦ ଡଲାର ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ପ୍ରଥମ ବାନସ୍ପତିକ ବା ବୋଟାନିକାଲ ଔଷଧ ଥିଲା ଯାହା ଗ୍ରୀନ୍ ଟି ପତ୍ରରୁ ପ୍ରସ୍ତୁତ ହୁଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Masters KP (2009). "New Drug Reviews: Sinecatechins (Veregen) for External Genital and Perianal Warts". Am Fam Physician. 80 (12): 1447–1454. Archived from the original on 2021-03-07. Retrieved 2021-03-17.
- ↑ ୨.୦ ୨.୧ ୨.୨ ୨.୩ "Sinecatechins Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 October 2021.
- ↑ "Veregen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 12 October 2021.