ସିଦ୍ଧେଶ୍ୱର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ସିଦ୍ଧେଶ୍ୱର ପାଣିଗ୍ରାହୀ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଗୋପବନ୍ଧୁ ପାତ୍ର
ପର ଅଧିକାରୀଅଜୟ କୁମାର ଜେନା
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୫ ଅପ୍ରେଲ ୨୦୧୦(୨୦୧୦-୦୪-୧୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଜୀବନ ସାଥୀହେମଲତା ପାଣିଗ୍ରାହୀ
ବାପା/ବୋଉଜଗନ୍ନାଥ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ସିଦ୍ଧେଶ୍ୱର ପାଣିଗ୍ରାହୀ (ମୃତ୍ୟୁ: ୧୫ ଅପ୍ରେଲ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନବେଳେ ସକ୍ରିୟ ଯୋଗଦାନ କରିଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସିଦ୍ଧେଶ୍ୱର ପୁରୀ ଜିଲ୍ଲାର ମଇନ୍ଦିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପାଣିଗ୍ରାହୀ ଏବଂ ପତ୍ନୀଙ୍କ ନାମ ହେମଲତା ପାଣିଗ୍ରାହୀ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ସିଦ୍ଧେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ସିଦ୍ଧେଶ୍ୱର ପାଣିଗ୍ରାହୀ ୨୦୧୦ ମସିହାର ଅପ୍ରେଲ ୧୫ ତାରିଖରେ କଟକ ବଡ଼ଡାକ୍ତରଖାରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୨][୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ପୂର୍ବତନ ବିଧାୟକଙ୍କ ପରଲୋକ". ଧରିତ୍ରୀ. 16 April 2010. Archived from the original on 25 February 2021. Retrieved 25 February 2021.
  2. ୨.୦ ୨.୧ ୨.୨ "Shri Sidheswar Panigrahi". odishaassembly.nic.in. Odisha Assembly. Retrieved 25 February 2021.