ସିଂଲା
Singla (ସିଂଲା) | |
|---|---|
ଗାଆଁ | |
| Country | |
| State | ଓଡ଼ିଶା |
| District | ବାଲେଶ୍ୱର ଜିଲା |
| Languages | |
| Time zone | UTC+5:30 (IST) |
| PIN | ୭୫୬୦୨୩ |
| Telephone code | ୦୬୭୮୧ |
| ଯାନବାହାନ ପଞ୍ଚୀକରଣ | OD/01 |
ସିଂଲା ବାଲେଶ୍ୱର ଜିଲ୍ଲାର ଉତ୍ତରରେ ଅବସ୍ଥିତ ବସ୍ତା ବ୍ଲକ ଅନ୍ତର୍ଗତ ଏକ ଗ୍ରାମ ।
ବସ୍ତା ଓ ବାଲିଆପାଳକୁ ସଡକ ପଥ ଯୋଗେ ସଂଯୋଗ କରୁଥିବା ଗ୍ରାମଗୁଡ଼ିକ ମଧ୍ୟରୁ ସିଂଲା ଅନ୍ୟତମ । ଏହା ବାଲେଶ୍ୱରଠାରୁ ମାତ୍ର ୪୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତ୍ୱ
[ସମ୍ପାଦନା]ଓଡ଼ିଶା ଏବଂ ଓଡ଼ିଆ ଭାଷାର ସ୍ୱାକ୍ଷର ବହନ କରୁଥିବା ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଏହାର ପ୍ରତିଟି ଗ୍ରାମ ପାଇଁ ଗର୍ବିତ ମନେକରେ | ସ୍ୱାଧିନତାର ବହୁ ପୂର୍ବରୁ ପ୍ରତିଷ୍ଠିତ ଏହି ଗ୍ରାମଟି ଅନନ୍ୟତାର ସ୍ୱାକ୍ଷର ବହନ କରେ| କେବଳ ପୋଷ୍ଟ ଅଫିସ ନୁହେଁ ଏହାର ନିଜସ୍ୱ ପୋଲିସ ଷ୍ଟେସନ ମଧ୍ୟ ୧୯୧୮ ମସିହାରେ ସ୍ଥାପିତ | ସୂଦୂର ପ୍ରସାରୀ ଧାନକ୍ଷେତ,ସୁବିସ୍ତୀର୍ଣ ଆମ୍ବତୋଟା ତଥା କଙ୍କୁଡି ନଦୀର ଜଳଧାରା ଏହାକୁ କରିରଖେ ଚିର ସତେଜ| ଗ୍ରାମରେ ଦୁଇଟି ମଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ତିନୋଟି ଅନ୍ୟ ବିଦ୍ୟାଳୟ ମଧ୍ୟ ରହିଛି|
ଶିକ୍ଷା
[ସମ୍ପାଦନା]ସିଂଲାରେ ପ୍ରାଥମିକ ଶିକ୍ଷା ନିମନ୍ତେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ନିମନ୍ତେ ଏକ ଉଚ୍ଚ ବିଦ୍ୟାଳୟ ରହିଅଛି । ଗ୍ରାମ ଜାମୂଶୁଳିରେ ରହିଥିବା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟଟି ଉଚ୍ଚଶିକ୍ଷା ନିମିତ୍ତ ବେଶ୍ ପ୍ରଯୁଜ୍ୟ।
ପର୍ଯ୍ୟଟନ
[ସମ୍ପାଦନା]ଏଠାରେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ଅଛି । ଅତି ନିକଟରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ପୁରୀର ପ୍ରସିଦ୍ଧ ପୂଜକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମା ଏହାର ମୁଖ୍ୟ ପୁରୋଧା ସାଜିଥିଲେ ।ପ୍ରତିବର୍ଷ ଏଠାରେ ରଥଯାତ୍ରା ଓ ଦୁର୍ଗାପୂଜା ଏଠାରେ ମହା ଆଡମ୍ବରରେ ପାଳିତ ହୁଏ । ଏଠାରେ ପ୍ରତିବର୍ଷ ଜାନୁଆରୀ ମାସ ୧ ତାରିଖରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବତ୍ରିଶ ବେଶ କାର୍ଯକ୍ରମ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୁଏ । ଏହା ବ୍ୟତୀତ ଏଠାରେ ଅନେକ ମନ୍ଦିର ରହିଅଛି । ଯଥା:- ଲକ୍ଷ୍ମୀନାରାୟଣ ମନ୍ଦିର, ଶିବ ମନ୍ଦିର, ଶନି ମନ୍ଦିର, ଦଧିବାମନ ମନ୍ଦିର ।