Jump to content

ସାତକୋଶିଆ

ଉଇକିପିଡ଼ିଆ‌ରୁ
(Satkosiaରୁ ଲେଉଟି ଆସିଛି)
ସାତକୋଶିଆ ଗଣ୍ଡ
ସାତକୋଶିଆ ଗଣ୍ଡ
ସାତକୋଶିଆ ଗଣ୍ଡ is located in Odisha
ସାତକୋଶିଆ ଗଣ୍ଡ
ସାତକୋଶିଆ ଗଣ୍ଡ
Location in Odisha
Floor elevation236 feet (100 m)
Geography
Coordinates20°36′15″N 84°46′34″E / 20.60417°N 84.77611°E / 20.60417; 84.77611 
Riversମହାନଦୀ
ଘଡ଼ିଆଳ କୁମ୍ଭୀର ଛୁଆଗୁଡ଼ିକ

ସାତକୋଶିଆ ୧୯ ମେ ୧୯୭୬ରେ ଅଭୟାରଣ୍ୟର ମାନ୍ୟତା ପାଇଥିଲା ।[୧] ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ଏହି ଅଭୟାରଣ୍ୟ ଗଠିତ ।[୨] [୩] ୭୯୫.୫୨ ବର୍ଗ କି.ମି ପରିବେଷ୍ଟିତ ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ ୨୨ କି.ମି ଲମ୍ବ ।[୪] ପୌରାଣିକ କଥା ଅନୁଯାୟୀ, ସୁକାନ୍ତ ମହର୍ଷିଙ୍କ ଅନୁରୋଧରୁ ଇନ୍ଦ୍ର ଦେବ, ଗଙ୍ଗା ନଦୀକୁ ପୂର୍ବାଭିମୁଖୀ କରିବା ଉଦ୍ଦେଶ୍ୟରେ ପର୍ବତ ଫଟାଇ, ଏହି ଗଣ୍ଡ ସୃଷ୍ଟି କରିଥିଲେ । ସେଥିପାଇଁ ଗଣ୍ଡକୁ ଲାଗିଥିବା ଅଞ୍ଚଳକୁ, ପୂର୍ବରୁ ଇନ୍ଦ୍ରବନ କୁହାଯାଉଥିଲା । ଏହି ଗଣ୍ଡ ଏକଦା ରତ୍ନପଥର ପାଇଁ ପ୍ରସିଦ୍ଧ ଥିଲା । ମଣିମୁଣ୍ଡ ବା ମନମୁଣ୍ଡାରୁ ମଣିଭଦ୍ରା ଯାଏଁ ଏହି ରତ୍ନପଥର ଖଣି ବ୍ୟାପ୍ତ ଥିଲା । ସାତକୋଶିଆ ଗଣ୍ଡକୁ ଲାଗି ସାତକୋଶିଆ ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର ।[୫] କୁମ୍ଭୀର ବ୍ୟତିତ, ବାଘ, ଭାଲୁ, ଚିତା ବାଘ, ଗୟଳ, ଜଙ୍ଗଲୀ ଗୁଣ୍ଡୁଚି ମୂଷା ଓ ଅନ୍ୟାନ୍ୟ ବହୁ ସରିସୃପ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି । ଏହା ଓଡ଼ିଶାର ଏକ ବ୍ୟାଘ୍ର ପ୍ରକଳ୍ପ[୬] ଓ କେନ୍ଦ୍ର ସରକାରଙ୍କ 'ହସ୍ତୀପ୍ରକଳ୍ପ'ର ଅନ୍ତର୍ଭୁକ୍ତ ।[୭]

  1. ↑ http://angul.nic.in/satakosia1.pdf
  2. ↑ "ପର୍ଯ୍ୟଟଙ୍କଙ୍କ ପାଇଁ ପ୍ରସ୍ତୁତ ହେଉଛି ମଙ୍ଗାନାସୀ". ଧରିତ୍ରୀ. 7 November 2016. Retrieved 11 November 2016.
  3. ↑ http://www.wildlifeorissa.com/satkosia-tiger-reserve.html
  4. ↑ "ଆର୍କାଇଭ୍ କପି". Archived from the original on 2013-12-05. Retrieved 2015-08-19. {{cite web}}: Cite has empty unknown parameter: |1= (help)
  5. ↑ Orissa Review. Home Department, Government of Orissa. 1990.
  6. ↑ http://www.newindianexpress.com/states/odisha/Not-Enough-Officials-to-Man-Satkosia-Tiger-Reserve/2014/04/24/article2186097.ece[permanent dead link]
  7. ↑ "ସାତ କୋଶିଆ ଗଣ୍ଡ". ସମ୍ବାଦ ୧୯/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 19 August 2015. Archived from the original on 22 August 2015. Retrieved 19 August 2015.

ବାହାର ଆଧାର

[ସମ୍ପାଦନା]