ସଞ୍ଜିବ କୁମାର ପ୍ରଧାନ

ଉଇକିପିଡ଼ିଆ‌ରୁ
ସଞ୍ଜିବ କୁମାର ପ୍ରଧାନ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀନିତେଶ ଗଙ୍ଗଦେବ
ପର ଅଧିକାରୀନିତେଶ ଗଙ୍ଗଦେବ
ନିର୍ବାଚନ ମଣ୍ଡଳୀଦେବଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1968-06-13) ୧୩ ଜୁନ ୧୯୬୮ (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅନିତା ପ୍ରଧାନ
ବାପା/ବୋଉପ୍ରଫୁଲ୍ଲ କୁମାର ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ସଞ୍ଜିବ କୁମାର ପ୍ରଧାନ (ଜନ୍ମ: ୧୩ ଜୁନ ୧୯୬୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସଞ୍ଜିବ କୁମାର ପ୍ରଧାନ ୧୯୬୮ ମସିହାର ଜୁନ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଫୁଲ୍ଲ କୁମାର ପ୍ରଧାନ[୩] ଓ ପତ୍ନୀଙ୍କ ନାମ ଅନିତା ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ଏଲ୍.ଏଲ୍.ବି. । ସେ ଓକିଲାତି କରୁଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ସଞ୍ଜିବ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୪]

ବିବାଦ[ସମ୍ପାଦନା]

ରେଙ୍ଗାଲି ବିସ୍ଥାପିତଙ୍କ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ସଞ୍ଜିବ ୨୦୧୮ ମସିହାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ।[୫] ଏହି ବିସ୍ଥାପିତମାନଙ୍କର ଓକିଲ ଥିଲେ ସଞ୍ଜିବଙ୍କର ବାପା ପ୍ରଫୁଲ୍ଲ ପ୍ରଧାନ ଏବଂ ତାଙ୍କର ମୃତ୍ୟୁ ପରେ ସଞ୍ଜିବ ଏହି ମାମଲାର ପରିଚାଳନା କରୁଥିଲେ ଏବଂ ଅଭିଯୋଗକାରୀଙ୍କ ପରିବାର ତରଫରୁ ପ୍ରଦାନ କରାଯାଇଥିବା ପାୱାର ଅଫ୍ ଆଟର୍ଣ୍ଣିର ଅପବ୍ୟବହାର କରି ସେ ଟଙ୍କା ଆତ୍ମସାତ୍ କରିଲେ ବୋଲି ଅଭିଯୋଗ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
  2. "ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ". Odisha Reporter. 25 November 2017. Retrieved 28 September 2020.
  3. ୩.୦ ୩.୧ "ପୂର୍ବତନ ବିଧାୟକ ସଞ୍ଜିବ ପ୍ରଧାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ". ଓଡ଼ିଆ ପୁଅ (in ଓଡ଼ିଆ). ସମ୍ବଲପୁର: Dailyhunt. 12 October 2018. Retrieved 28 September 2020.{{cite news}}: CS1 maint: unrecognized language (link)
  4. ୪.୦ ୪.୧ "Shri Sanjeeb Kumar Pradhan". odishaassembly.nic.in. Odisha Assembly. Retrieved 28 September 2020.
  5. "ରେଙ୍ଗାଳି ବିସ୍ଥାପିତଙ୍କ ଆଖିରେ ଲୁହ". Samaja Live (in ଓଡ଼ିଆ). 5 October 2018. Archived from the original on 28 September 2020. Retrieved 28 September 2020.{{cite news}}: CS1 maint: unrecognized language (link)