ସଞ୍ଚିତା ମହାନ୍ତି

ଉଇକିପିଡ଼ିଆ‌ରୁ
ସଞ୍ଚିତା ମହାନ୍ତି
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଅଶୋକ କୁମାର ଦାସ
ପର ଅଧିକାରୀପ୍ରୀତିରଞ୍ଜନ ଘଡ଼ାଇ
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1958-09-17) ୧୭ ସେପ୍ଟେମ୍ବର ୧୯୫୮ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଗୋପୀନାଥ ମହାନ୍ତି
ସନ୍ତାନ୨ ପୁଅ
ବାପା/ବୋଉରାଜେନ୍ଦ୍ର କୁମାର ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ସଞ୍ଚିତା ମହାନ୍ତି (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ସଞ୍ଜିତା ମହାନ୍ତି ୧୯୫୮ ମସିହାର ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ରାଜେନ୍ଦ୍ର କୁମାର ସିଂହ । ସେ ରାଷ୍ଟ୍ରିୟ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ଏବଂ ପରେ ଓଡ଼ିଶୀ ନୃତ୍ୟରେ ସ୍ନାତକତ୍ତୋର କରିଥିଲେ ।[୧] ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନ ବିଜ୍ଞାନରେ ପଢ଼ିଥିଲେ । ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ ।

ସଞ୍ଚିତା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋପୀନାଥ ମହାନ୍ତିଙ୍କୁ ବିବାହ କରିଛନ୍ତି ।[୧] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳର ଜଣେ କର୍ମୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ସଞ୍ଚିତା ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ ।[୨] ଏହି ବିଧାନ ସଭାରେ ସେ ଗୃହ ପର୍ଯ୍ୟଟନ ବିଭାଗ କମିଟି, ମହିଳା ଓ ଶିଶୁ ବିକାଶ କଲ୍ୟାଣ କମିଟି ଆଦିରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ଏହାପରେ ସଞ୍ଚିତା ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ପୁଣିଥରେ କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬,୧୦୧ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ ୬୧,୪୪୮ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ହେମଲତା ଖୁଣ୍ଟିଆ ସମୁଦାୟ ୩୬,୩୩୬ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନ ଥିଲେ ।[୩][୪][୫]

ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କୋରେଇ ବିଧାନ ସଭା ଆସନରୁ ପୁଣିଥରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ମଧ୍ୟ ସେ ୩ୟ ସ୍ଥାନରେ ରହିଥିଲେ ।[୬] ସଞ୍ଚିତା ସମୁଦାୟ ଭୋଟରୁ ମାତ୍ର ୧୫, ୭୬୧ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ବିଜୟୀ ପ୍ରାର୍ଥୀ ଆକାଶ ଦାସ ନାୟକ ସମୁଦାୟ ୭୩,୯୬୬ ଖଣ୍ଡ ଭୋଟ ପାଇଥିଲେ ଏବଂ ୨ୟ ସ୍ଥାନରେ ଥିବା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ବିଶ୍ୱଜିତ ନାୟକ ସମୁଦାୟ ୩୧,୦୯୯ ଖଣ୍ଡ ଭୋଟ ପାଇଥିଲେ ।[୭][୮][୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Smt. Sanchita Mohanty". odishaassembly.nic.in. Retrieved 2019-03-02.
  2. "MLA Sanchita Mohanty Profile | KORAI Constituency". naveenpatnaik.com. Archived from the original on 2019-06-24. Retrieved 2019-03-02.
  3. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  4. Assembly Constituencies and their Extent
  5. Seats of Odisha
  6. "Smt. Sanchita Mohanty(Bharatiya Janata Party(BJP)):Constituency- KOREI(JAJPUR) - Affidavit Information of Candidate:". myneta.info. Retrieved 2019-03-02.
  7. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 19 August 2014.
  8. "Odisha - Korei". Election Commission of India. Archived from the original on 20 August 2014. Retrieved 19 August 2014.
  9. "Orissa Assembly Election 2014 Constituency: Korei (53)". EmpoweringIndia.org. Retrieved 19 August 2014.