ସଚ୍ଚିଦାନନ୍ଦ ଦେଓ

ଉଇକିପିଡ଼ିଆ‌ରୁ
ସଚ୍ଚିଦାନନ୍ଦ ଦେଓ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀଦିବାକର ପଟ୍ଟନାୟକ
ପର ଅଧିକାରୀଜଗନ୍ନାଥ ପତି
ନିର୍ବାଚନ ମଣ୍ଡଳୀଚିକିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-10-15)୧୫ ଅକ୍ଟୋବର ୧୯୨୩
ମୃତ୍ୟୁ୨୭ ଡିସେମ୍ବର ୨୦୧୯(2019-12-27) (ବୟସ ୯୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମଞ୍ଜରୀ ଦେବୀ
ବାପା/ବୋଉଗୌରଚନ୍ଦ୍ର ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ସଚ୍ଚିଦାନନ୍ଦ ଦେଓ (୧୫ ଅକ୍ଟୋବର ୧୯୨୩ - ୨୭ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସଚ୍ଚିଦାନନ୍ଦ ଦେଓ ୧୯୨୩ ମସିହାର ଅକ୍ଟୋବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରଚନ୍ଦ୍ର ଦେଓ ଓ ପତ୍ନୀଙ୍କ ନାମ ମଞ୍ଜରୀ ଦେବୀ ।[୧] ତାଙ୍କ ବୋହୂ ଉଷା ଦେବୀ ମଧ୍ୟ ଜଣେ ରାଜନିତିଜ୍ଞା, ଯିଏକି ଓଡ଼ିଆ ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ସଚ୍ଚିଦାନନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସଚ୍ଚିଦାନନ୍ଦ ୨୦୧୯ ମସିହାର ଡିସେମ୍ବର ୨୭ ତାରିଖରେ ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୩][୪][୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Satchidananda Deo". odishaassembly.nic.in. Odisha Assembly. Retrieved 9 February 2021.
  2. ସାହୁ, ପ୍ରଦୀପ କିଶୋର (16 March 2019). "ରାଜନୀତିରେ ଅବିଭକ୍ତ ଗଞ୍ଜାମର ରାଜପରିବାର | Sambad". ସମ୍ବାଦ (in ଓଡ଼ିଆ). ବ୍ରହ୍ମପୁର: sambad.in. Archived from the original on 10 February 2021. Retrieved 10 February 2021.{{cite news}}: CS1 maint: unrecognized language (link)
  3. "Former MLA Sachhidanand Narayan Deb no more". Business Standard. 27 December 2019. Retrieved 27 December 2019.
  4. "Former MLA Sachhidanand Narayan Deb no more". Deccan Herald. 27 December 2019. Retrieved 27 December 2019.
  5. "Former MLA Sachhidanand Narayan Deb no more". The Week. 27 December 2019. Retrieved 27 December 2019.