ସଆଦତ ହସନ ମଣ୍ଟୋ

ଉଇକିପିଡ଼ିଆ‌ରୁ
ନିସାନ-ଏ-ଇମତିୟାଜ

ସଆଦତ ହସନ ମଣ୍ଟୋ
ମୂଳନାମ
سعادت حسن منٹو
ଜନ୍ମ ଓ ଜନ୍ମସ୍ଥାନ(1912-05-11)୧୧ ମଇ ୧୯୧୨
ସମାରଳ, ଲୁଧିଆନା, ଅବିଭକ୍ତ ଭାରତ
ମୃତ୍ୟୁ୧୮ ଜାନୁଆରୀ ୧୯୫୫(1955-01-18) (ବୟସ ୪୨)
ଲାହୋର, ପଞ୍ଜାବ(ପଶ୍ଚିମ), ପାକିସ୍ଥାନ
ବୃତ୍ତିଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ, ଗାଳ୍ପିକ
ଜାତୀୟତାଭାରତୀୟ (୧୯୩୪-୧୯୪୮)
ପାକିସ୍ଥାନୀ (୧୯୪୮-୧୯୫୫)
ସମୟ୧୯୩୪-୧୯୫୫
ଶୈଳୀନାଟକ,ବ୍ୟଙ୍ଗ,ଚିତ୍ରନାଟ୍ୟ
ସାହିତ୍ୟ କୃତି"ଟୋବା ଟେକ ସିଂହ"; "ଥଣ୍ଡା ଗୋଷ୍ତ"; "ବୁ"; "ଖୋଲ ଦୋ"; କାଲି ସାଲୱାର; ହଟାକ
ପୁରସ୍କାରନିସାନ-ଏ-ଇମତିୟାଜ - ୨୦୧୨(ମରଣ ଉପରାନ୍ତେ)
ସମ୍ପର୍କୀୟମାସୁଦ ପରଭେଜ (ମୃତ୍ୟୁ : ୨୦୦୧)[୧]
ଅବିଦ ହସନ ମଣ୍ଟୋ
ଆୟେସା ଜଲାଲ

ସଆଦତ ହସନ ମଣ୍ଟୋ (/mɑːn, -tɒ/; Urdu: سعادت حسن منٹو‎, ଉଚ୍ଚାରଣ [səˈaːd̪ət̪ ˈɦəsən ˈməɳʈoː]; ୧୧ ମେ ୧୯୧୨ – ୧୮ ଜାନୁଆରୀ ୧୯୫୫) ଜଣେ ପାକିସ୍ଥାନୀ ଲେଖକ ଓ ନାଟ୍ୟକାର ଥିଲେ । ସେ ଅବିଭକ୍ତ ଭାରତରେ ଲୁଧିଆନାଠାରେ ଜନ୍ମଗ୍ରହଣ କରିଥିଲେ । ସେ ମୁଖ୍ୟତଃ ଉର୍ଦ୍ଦୁ ଭାଷାରେ ଲେଖୁଥିଲେ । ତାଙ୍କର ୨୨ଟି କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ୫ଟି ବେତାର ନାଟକ, ୩ଟି ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି । ତାଙ୍କ ରଚିତ୍ର କ୍ଷୁଦ୍ରଗଳ୍ପଗୁଡିକ ଉଭୟ ପାଠକ ଓ ସମୀକ୍ଷକଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ମଣ୍ଟୋ ନିଜ ରଚନାର ସମାଜର କଠୋର ସତ୍ୟକୁ ପରିବେଷଣ କରିଥିଲେ । ଭାରତ ବିଭାଜନ ବାବଦରେ ତାଙ୍କ ଲିଖିତ ଗପଗୁଡିକପାଇଁ ସେ ବିଶେଷ ପରିଚିତ ।

ଲେଖାରେ ଅଶ୍ଳିଳତାକୁ ନେଇ ମଣ୍ଟୋଙ୍କ ବିରୁଦ୍ଧରେ ୬ଥର ମକଦ୍ଦମା କରାଯାଇଥିଲା । ୩ଥର ଭାରତ ସ୍ୱାଧୀନତା ପୂର୍ବରୁ ଓ ୩ଥର ସ୍ୱାଧିନତା ପରେ । କିନ୍ତୁ ଥରଟିଏ ମଧ୍ୟ ତାଙ୍କ ବିରୁଦ୍ଧରେ ଦୋଷ ସାବସ୍ତ୍ୟ କରାଯାଇ ପାରିନଥିଲା । ମଣ୍ଟୋଙ୍କ ଉପରେ ପର୍ଯ୍ୟବସିତ ୨ଟି ଆତ୍ମଜୀବନୀମୂଳକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରଥମ ଚଳଚ୍ଚିତ୍ରଟି ସର୍ମାଦ ଖୁସଟଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ, ୨୦୧୮ର ଚଳଚ୍ଚିତ୍ରଟି ନନ୍ଦିତା ଦାସଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ।[୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମଣ୍ଟୋ, ୧୯୧୨ ମସିହାରେ ଅବିଭକ୍ତ ଭାରତର ଲୁଧିଆନା ଜିଲ୍ଲାରେ ସମରଲା ନିକଟସ୍ଥ ପାପରୌଡି ଗ୍ରାମର ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ପିତା ଜଣେ ନ୍ୟାୟାଧିଶ ଥିଲେ । ସେମାନେ ମୂଳତଃ ଜମ୍ମୁ ଓ କଶ୍ମୀରର ଅଧିବାସି ଥିଲେ ।[୫][୬]

୧୯୩୩ ମସିହାରେ ମଣ୍ଟୋ ୨୧ ବର୍ଷ ବୟସରେ "ଅବଦୁଲ ବରି ଆଲିଗ"ଙ୍କୁ ଭେଟିଥିଲେ । ଆଲିଗ ମଣ୍ଟୋଙ୍କୁ ଋଷୀୟ ଓ ଫରାସୀ ଲେଖକମାନଙ୍କୁ ପଢ଼ିବାକୁ ପ୍ରେରିତ କରିଥିଲେ । ଏହା ମଣ୍ଟୋଙ୍କ ଜୀବନର ଗତିପଥ ବଦଳାଇଥିଲା ।

ବୃତିଗତ ଜୀବନ ଆରମ୍ଭ[ସମ୍ପାଦନା]

ଋଷୀୟ ଓ ଫରାସୀ ଲେଖକମାନଙ୍କୁ ପଢ଼ିବା ଆରମ୍ଭ କରିବାର କିଛି ମାସ ମଧ୍ୟରେ ମଣ୍ଟୋ, ଭିକ୍ଟର ହ୍ୟୁଗୋଙ୍କର "ଦ ଲାଷ୍ଟ ଡେ ଅଫ ଏ କନଡେମଡ଼ ମ୍ୟାନ'କୁ "ସର୍ଗୁଜସ୍ତ-ଏ-ଆସୀର" ( ଜଣେ ବନ୍ଦୀର କାହାଣୀ ) ନାମରେ ଉର୍ଦ୍ଦୁ ଭାଷାକୁ ଅନୁବାଦିତ କରିଥିଲେ। ଏହାକୁ ଲାହୋରର 'ଉର୍ଦ୍ଦୁ ବୁକ ଷ୍ଟଲ' ପ୍ରକାଶିତ କରିଥିଲା । ଏହା ପରେ ସେ ଲୁଧିଆନାରୁ ପ୍ରକାଶିତ "ମସାୱତ" ଖବରକାଗଜର ସମ୍ପାଦନା ମଣ୍ଡଳୀରେ ଯୋଗ ଦେଇଥିଲେ ।

୧୯୩୪ରେ ମଣ୍ଟୋ, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମରେ ଯୋଗ ଦେଇଥିଲେ ଓ "ଇଣ୍ଡିଆନ ପ୍ରୋଗ୍ରେସିଭ ରାଇଟର୍ସ ଆସୋସିଏସନ" ଆଡ଼କୁ ଆକର୍ଷିତ ହୋଇଥିଲେ । ପ୍ରୋଗ୍ରେସିଭ ରାଇଟର୍ସ ଆସୋସିଏସନରେ ସେ ଅଲି ସରଦାର ଜାଫରୀଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କଦ୍ୱାରା ପ୍ରେରିତ ହୋଇଥିଲେ । ଅଲିଗଡ଼ ପତ୍ରିକାର ୧୯୩୫ ମସିହା ମାର୍ଚ୍ଚ ମାସର ସଂସ୍କରଣରେ, ତାଙ୍କର ଦ୍ୱିତୀୟ ଗଳ୍ପ "ଇଂକିଲାବ ପସନ୍ଦ" ପ୍ରକାଶ ପାଇଥିଲା ।

୧୯୩୪ରେ ହିଁ ମଣ୍ଟୋ ମୁମ୍ବାଇ ଯାଇଥିଲେ ଓ ବିଭିନ୍ନ ପତ୍ରିକା, ଖବରକାଗଜ ଓ ହିନ୍ଦୀ ଚଳଚ୍ଚିତ୍ର ପଟ୍ଟକଥା ଆଦି ଲେଖିବା ଆରମ୍ଭ କରିଥିଲେ ।[୭] ଏହି ସମୟରେ ନୁର ଜାହାନ, ନୌସାଦ, ଇସମତ ଚୁଗତାଇ, ଅଶୋକ କୁମାର ଓ ଶ୍ୟାମଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା । ସେ ବମ୍ବେର ରେଡ଼ ଲାଇଟ ଅଞ୍ଚଳ କମାଥିପୁରାର ଫୋରାସ ଲେନରେ ରହୁଥିଲେ । ଏହି ଅଞ୍ଚଳର ଅଧିବାସୀମାନଙ୍କର ଜୀବନଶୈଳୀ, ମଣ୍ଟୋଙ୍କ ପରବର୍ତ୍ତୀ ଲେଖାକୁ ପ୍ରଭାବିତ କରିଥିଲା ।[୮] ୧୯୪୧ରେ, ମଣ୍ଟୋ ଆକାଶବାଣୀର ଉର୍ଦ୍ଦୁ ପ୍ରସାରଣରେ ଜଣେ ଲେଖକ ଭାବେ ଯୋଗ ଦେଇଥିଲେ । ଏହି ସମୟରେ ମାତ୍ର ୧୮ମାସ ମଧ୍ୟରେ ସେ ୪ଟି ବେତାର ନାଟକ ପୁସ୍ତକ ରଚନା କରିଥିଲେ । ସେଗୁଡିକ ଥିଲା : 'ଆଓ', 'ମଣ୍ଟୋ କେ ଡ୍ରାମେ', 'ଜନାଜେ' ଓ 'ତିନ ଔରତେଁ' । ପରବର୍ତ୍ତୀ ସମୟରେ ସେ କ୍ଷୁଦ୍ର ଗଳ୍ପ ସଂକଳନ 'ଧୁଆଁ', 'ମଣ୍ଟୋ କେ ଅଫସାନେ' ଓ ପ୍ରବନ୍ଧ ସଂକଳନ 'ମଣ୍ଟୋ କେ ମଜାମିନ', 'ଅଫସାନେ ଔର ଡ୍ରାମେ' ପ୍ରକାଶ କରିଥିଲେ । ଆକାଶବାଣୀର ନିର୍ଦ୍ଦେଶକ ଏନ ଏମ ରସିଦଙ୍କ ସହିତ ମତାନ୍ତର ଯୋଗୁଁ ସେ ଆକାଶବାଣୀ ଚାକିରି ଛାଡି ବମ୍ବେ ଫେରିଯାଇଥିଲେ ଓ ପୁନଶ୍ଚ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଲିଷ୍ଠ ହୋଇଥିଲେ । ଏହି ସମୟରେ ସେ "ଆଠ ଦିନ", "ଶିକାରୀ", "ଚଲ ଚଲରେ ନୌଜବାନ" ଓ "ମିର୍ଜା ଗାଲିବ"( ୧୯୫୪ରେ ମୁକ୍ତିଲାଭ ) ଆଦି ଚଳଚ୍ଚିତ୍ରର ପଟ୍ଟକଥା ଲେଖିଥିଲେ । 'କାଲି ସାଲୱାର', 'ଧୁଆଁ' ଓ 'ବୁ' ଆଦି କ୍ଷୁଦ୍ରଗଳ୍ପ ଏହି ସମୟରେ "କ୍ୱାମି ଜଙ୍ଗ" ନାମକ ପାତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର 'ଚୁଗାଡ' ନାମକ ଏକ କ୍ଷୁଦ୍ର ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଥିଲା । ୧୯୪୮ ମସିହା ଜାନୁଆରୀ ମାସରେ ସେ ଭାରତ ଛାଡି ପାକିସ୍ଥାନ ଚାଲି ଯାଇଥିଲେ ।[ଆଧାର ଲୋଡ଼ା]

ପାକିସ୍ଥାନକୁ ପ୍ରବାସ[ସମ୍ପାଦନା]

ଭାରତ ବିଭାଜନପରେ, ଭାରତରେ ରହିବା ପାଇଁ ମଣ୍ଟୋ ଇଚ୍ଛୁକ ଥିଲେ ।[୯] କିନ୍ତୁ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କାରେ ସେ ୧୯୪୮ରେ ପାକିସ୍ଥାନକୁ ବିସ୍ଥାପିତ ହୋଇଥିଲେ ଓ ସେଠାରେ ସେମାନଙ୍କୁ "ମୁହାଜିର" (ଅନ୍ୟ ଦେଶରୁ ବିସ୍ଥାପିତ) ଭାବରେ ପରିଗଣିତ କରାଯାଇଥିଲା ।[୧୦] ବମ୍ବେରୁ ଲାହୋରକୁ ଯିବା ପରେ, ମଣ୍ଟୋ ଲାହୋରର ବଟ୍ଟ ଟିକ୍କା ନିକଟରେ ଥିବା 'ଲକ୍ଷ୍ମୀ' ଅଟ୍ଟାଳିକାରେ ରହୁଥିଲେ । [୧୧] ଏହି ଅଟ୍ଟାଳିକାଟିକୁ ଲାଲା ଲାଜପତ ରାୟଙ୍କ ଲକ୍ଷ୍ମୀ ବିମା କମ୍ପାନୀ ୧୯୩୮ରେ ନିର୍ମାଣ କରିଥିଲା ଓ ସରୋଜିନୀ ନାଇଡୁ ଏହାକୁ ଉଦଘାଟନ କରିଥିଲେ ।[୧୨] ବର୍ତ୍ତମାନ ଏହି ଅଟ୍ଟାଳିକାଟି ପରିତ୍ୟକ୍ତ ଅବସ୍ଥାରେ ପଡିଅଛି ।[୧୩][୧୪]

ମୃତ୍ୟୁ[ସମ୍ପାଦନା]

ଶେଷ ସମୟ ବେଳକୁ ମଣ୍ଟୋ ନିଜ ମଦାଭ୍ୟାସ ଯୋଗୁସିରୋସିସ୍ ରୋଗରେ ପୀଡ଼ିତ ହୋଇଥିଲେ । ୧୯୫୫ ଜାନୁଆରୀ ୧୮ତାରିଖରେ ସେ ମଦ୍ୟାତ୍ୟୟ ଯୋଗୁ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ସେ ପତ୍ନୀ ସାଫିଆ ଏବଂ ତିନି ଝିଅ ନିଘତ, ନୁଝତ ଓ ନୁସରତଙ୍କୁ ଛାଡି ଯାଇଥିଲେ ।[୧୫]

ମୃତ୍ୟୁ ପରେ[ସମ୍ପାଦନା]

ମଣ୍ଟୋଙ୍କ ଜୀବନୀ ଅନେକ ଆଲୋଚନା, ପର୍ଯ୍ୟାଲୋଚନାର କେନ୍ଦ୍ର ହୋଇ ରହିଛି । ମଣ୍ଟୋଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଡାନିସ ଇକୱାଲଙ୍କ ନାଟକ "ଏକ କୁତେ କି କାହାଣୀ" ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମଞ୍ଚସ୍ଥ ହୋଇଥିଲା । ୨୦୦୫ରେ ତାଙ୍କ ମୃତ୍ୟୁର ୫୦ବର୍ଷ ପୂର୍ତ୍ତୀ ଅବସରରେ ପାକିସ୍ଥାନରେ ଏକ ଡାକଟିକଟ ପ୍ରଚଳନ ଆରମ୍ଭ ହୋଇଥିଲା । ୨୦୧୨ ଅଗଷ୍ଟ ୧୪ରେ ମଣ୍ଟୋଙ୍କୁ "ନିସାନ-ଏ-ଇମତିଆଜ" ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୧୫ରେ ସର୍ମୋଦ ଖୁସଟଙ୍କ ନିର୍ଦ୍ଦେଶନାରେ 'ମଣ୍ଟୋ' ନାମରେ ଏକ ପାକିସ୍ଥାନୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୨୦୧୮ରେ ବିବିସି, ମଣ୍ଟୋଙ୍କ ଗଳ୍ପ "ଟୋବା ଟେକ ସିଂହ"କୁ ବିଶ୍ୱର ଶ୍ରେଷ୍ଠ ୧୦୦ଟି ଗଳ୍ପ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା । ୨୦୧୮ରେ ନନ୍ଦିତା ଦାସ, ଭାରତରେ "ମଣ୍ଟୋ" ନାମକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ "ନୱାଜ-ଉଦ୍ଦିନ ସିଦ୍ଦିକି" ମଣ୍ଟୋ ଭୂମିକାରେ ଅଭିନୟ କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଭାରତ ବିଭାଜନକୁ ମଣ୍ଟୋ ଘୋର ବିରୋଧ କରୁଥିଲେ ଓ ବିଭାଜନକୁ ବିରୋଧ କରି ଗଳ୍ପ ଓ ପ୍ରବନ୍ଧମାନ ଲେଖିଥିଲେ ।[୧୬] ସେ ଭିକ୍ଟ ହ୍ୟୁଗୋ, ଓସ୍କାର ୱାଇଲ୍ଡ, ଆଣ୍ଟୋନ ଚେକୋଭ ଓ ମାକସିମ ଗର୍କୀ ଆଦି ସାହିତ୍ୟକଙ୍କୁ ଅନୁବାଦ କରିଥିଲେ । ତାଙ୍କ ପ୍ରଥମ ଗଳ୍ପ "ତମାସା", ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ଉପରେ ପର୍ଯ୍ୟବସିତ ଥିଲା । ସେ ବାମପନ୍ଥୀ ଓ ସମାଜବାଦ ଚେତନାତ୍ମକ ଲେଖାରୁ ଆରମ୍ଭ କରିଥିଲେ ମଧ୍ୟ କ୍ରମେ ମଣିଷର ମନସ୍ତତ୍ତ୍ୱକୁ ନେଇ ଅନେକ ଲେଖା ଲେଖିଥିଲେ ।[୧୭] ତାଙ୍କ ନିଜର ଅର୍ଥନୈତିକ ଅବ୍ୟବସ୍ଥା, ନାରୀ ସ୍ୱାଧିନତା ଓ ଗୌରବ ମଧ୍ୟ ତାଙ୍କ ଲେଖାରେ ପ୍ରମୁଖ ସ୍ଥାନ ପାଇଥିଲା ।[୧୮] ତାଙ୍କ ଲେଖାରେ ଅଶ୍ଳୀଳତାକୁ ନେଇ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା ।[୧୯]

ରଚନାବଳୀ[ସମ୍ପାଦନା]

  • ଆତିସ ପରାୟେ – ୧୯୩୬
  • ଚୁଗଡ
  • ମଣ୍ଟୋ କେ ଅଫସାନେ - ୧୯୪୦
  • ଧୁଆଁ - ୧୯୪୧
  • ଅଫସାନେ ଔର ଡ୍ରାମେ - ୧୯୪୩
  • ଖୋଲ ଦୋ - ୧୯୪୮
  • ଲଜ୍ଜତ-ଏ-ସଙ୍ଗ - ୧୯୪୮
  • ସିୟା ହାସିୟେ - ୧୯୪୮
  • ବାଦାସାହତ କା ଖାତିମା - ୧୯୫୦
  • ଖାଲି ବୋତଲେଁ - ୧୯୫୦
  • ଲାଉଡ଼ ସ୍ପିକର
  • ଗଞ୍ଜେ ଫରିସ୍ତେ
  • ମଣ୍ଟୋ କେ ମଜାମିଂ
  • ନିମରୋଦ କି ଖୁଦାଇ - ୧୯୫୦
  • ଥଣ୍ଡା ଗୋସ୍ତ - ୧୯୫୦
  • ୟାଜିଦ - ୧୯୫୧
  • ପର୍ଦ୍ଦେ କେ ପିଛେ - ୧୯୫୩
  • ସଡ଼କ କେ କିନାରେ - ୧୯୫୩
  • ବଘେର ଉନ୍ୱାନ କେ - ୧୯୫୪
  • ବଘେର ଇଜାଜତ - ୧୯୫୫
  • ଟୋବା ଟେକ୍ ସିଂହ - ୧୯୫୫
  • ବୁର୍ଖେ - ୧୯୫୫
  • ଫୁନ୍ଦୁନେ - ୧୯୫୫
  • ସରକନ୍ଦୋକେ ପିଛେ - ୧୯୫୫
  • ସୈତାନ - ୧୯୫୫
  • ଶିକାରୀ ଔରତେଁ - ୧୯୫୫
  • ରତ୍ତି, ମାସା, ତୋଲା - ୧୯୫୬
  • କାଲି ସାଲୱାର - ୧୯୬୧
  • ମଣ୍ଟୋ କି ବେହତରିନ କାହାଣୀୟାଁ - ୧୯୬୩
  • ତାହିରା ସେ ତାହିର - ୧୯୭୧

ଆଧାର[ସମ୍ପାଦନା]

  1. Jalal, Ayesha (2013). The Pity of Partition: Manto's Life, Times, and Work across the India-Pakistan Divide. Princeton University Press. p. 216. ISBN 1400846684.
  2. Thakur, Tanul (21 September 2018). "'Manto' Is an Unflinching Account of a Man's Descent Into Paranoia". The Wire. Retrieved 14 January 2019.
  3. Flemming, Leslie A. (1979). Another Lonely Voice: The Urdu Short Stories of Saadat Hasan Manto. Center for South and Southeast Asia Studies, University of California. p. 2.
  4. Samiuddin, Abida (2007). Encyclopaedic Dictionary of Urdu Literature. Global Vision Publishing House. p. 391. ISBN 8182201918.
  5. Reeck, Matt; Ahmad, Aftab (2012). Bombay Stories. Random House India. ISBN 9788184003611. He claimed allegiance not only to his native Punjab but also to his ancestors' home in Kashmir. While raised speaking Punjabi, he was also proud of the remnants of Kashmiri culture that his family maintained-food customs, as well as intermarriage with families of Kashmiri origin-and throughout his life he assigned special importance to others who had Kashmiri roots. In a tongue-in-cheek letter addressed to Pundit Jawaharlal Nehru, he went so far as to suggest that being beautiful was the second meaning of being Kashmiri
  6. Pandita, Rahul (2013). Our Moon Has Blood Clots: The Exodus of the Kashmiri Pandits. Random House India. ISBN 9788184003901. By virtue of his disposition, temperament, features and his spirit, Manto remains a Kashmiri Pandit.
  7. Mohan, Devendra (2 October 2018). "Manto, the man, the movie". Asian Affairs. Archived from the original on 16 January 2019. Retrieved 16 January 2019.
  8. Khan, Shah Alam (24 September 2018). "'Manto' Is Not Only Worth Watching, It Is Also Worth Remembering". The Wire. Retrieved 16 January 2019.
  9. Manzoor, Sarfraz (11 June 2016). "Saadat Hasan Manto: 'He anticipated where Pakistan would go'". The Guardian. Retrieved 16 January 2019.
  10. Manto, Saadat Hasan. Ganjay Farishtay. p. 190. Retrieved 4 September 2015.
  11. Das, Nandita (7 April 2015). "Lahore's charm is distinct: Nandita Das falls in love with the walled city". Dawn. Retrieved 16 January 2019.
  12. Das, Nandita (6 April 2015). "Lahore diary - If you haven't seen Lahore, you haven't even been born". Scroll. Retrieved 16 January 2019.
  13. Damohi, Usman. Karachi - Tareekh ke aayiney meain.
  14. Balouch, Akhtar (14 December 2013). "Manto's Lakshmi". Dawn. Retrieved 16 January 2019.
  15. Rehman, Noor Ur (14 August 2018). "Lakshmi Mansion: Now A Decrepit Void". Charcoal and gravel. Archived from the original on 16 January 2019. Retrieved 16 January 2019.
  16. Bhalla, Alok (1997). Life and works of Saadat Hasan Manto (in English). Indian Institute of Advanced Study. p. 113. One can, however, assert that the finest short/ stories about the period were written by Saadat Hasan Manto. For him the partition was an overwhelming tragedy.{{cite book}}: CS1 maint: unrecognized language (link)
  17. "A short story by Sadat Hasan Manto: A Biographical Sketch". Mahfil. 1 (1): 12. 1963. Retrieved 18 March 2016.
  18. Manto, Saadat Hasan (2008). Bitter Fruit: The Very Best of Saadat Hasan Manto. Penguin Books. ISBN 0143102176. Retrieved 18 March 2016.
  19. Jalal, Ayesha (2013). The Pity of Partition: Manto's Life, Times, and Work across the India-Pakistan Divide. Princeton University Press. p. 109. ISBN 1400846684.

ବାହାର ଆଧାର[ସମ୍ପାଦନା]