ଓସ୍କାର ୱାଇଲ୍ଡ

ଉଇକିପିଡ଼ିଆ ରୁ
Jump to navigation Jump to search
Oscar Wilde
Oscar Wilde 1889-05-23 WDDowney.jpg
Wilde in 1889
ଜନ୍ମOscar Fingal ଛାଞ୍ଚ:Nowr
୧୬ ଅକ୍ଟୋବର ୧୮୫୪(1854-10-16)
Dublin, Ireland
ମୃତ୍ୟୁ୩୦ ନଭେମ୍ବର ୧୯୦୦ (୪୬ ବର୍ଷ)
Paris, France ଛାଞ୍ଚ:Labeldata
ବୃତ୍ତିAuthor, poet, playwright
ଭାଷାEnglish, French, Greek
ଜାତୀୟତାIrish
ଶିକ୍ଷାPortora Royal School
ଶିକ୍ଷାନୁଷ୍ଠାନ
ସମୟVictorian era
ଶୈଳୀEpigram, drama, short story, criticism, journalism
ସାହିତ୍ୟର ଆନ୍ଦୋଳନ
ସାହିତ୍ୟ କୃତି
ଜୀବନ ସାଥିConstance Lloyd (ବିବାହ 1884–1898) «Did not recognize date. Try slightly modifying the date in the first parameter.–Did not recognize date. Try slightly modifying the date in the first parameter.»"Marriage: Constance Lloyd to ଓସ୍କାର ୱାଇଲ୍ଡ" Location: (linkback://or.wikipedia.org/wiki/%E0%AC%93%E0%AC%B8%E0%AD%8D%E0%AC%95%E0%AC%BE%E0%AC%B0_%E0%AD%B1%E0%AC%BE%E0%AC%87%E0%AC%B2%E0%AD%8D%E0%AC%A1)
ସନ୍ତାନ
ଜ୍ଞାତି କୁଟୁମ୍ବ

ଦସ୍ତଖତ

ଓସ୍କାର ୱାଇଲ୍ଡ (ଇଂରାଜୀ ଭାଷାରେOscar Fingal O'Flahertie Wills Wilde (୧୬ ଅକ୍ଟୋବର ୧୮୫୪ – ୩୦ନଭେମ୍ବର ୧୯୦୦) ଏକ ଆଇରିସ କବି ଓ ନାଟ୍ୟକାର । ସନ ୧୮୮୦ ଦଶକରେ ଅନେକ ପ୍ରକାର ଲେଖା ଲେଖିବା ପରେ ପ୍ରାକ୍ ୧୮୯୦ରେ ସେ ଇଂଲଣ୍ଡର ଏକ ବିଖ୍ୟାତ ଓ ଜନପ୍ରିୟ ଲେଖକ ହୋଇଗଲେ । ତାଙ୍କର ବ୍ୟଙ୍ଗ (epigrams), ନାଟକ ଓ 'ଦି ପିକଚର ଅଫ ଡୋରିଆନ ଗ୍ରେ' (The Picture of Dorian Gray) ଭଳି ଉପନ୍ୟାସ ଗୁଡ଼ିକ ତାଙ୍କୁ ଅଭୁଲା ରଖିବ । କୌଣସି କାରଣ ବଶତଃ ତାଙ୍କୁ ଅସଭ୍ୟତା ଯୋଗୁ ଜେଲ ଦଣ୍ଡ ଦିଆଯାଇଥିଲା ଓ ମାତ୍ର ୪୬ ବର୍ଷ ବୟଷରେ ମୃତ୍ୟୁ ହୋଇଥିଲା ।

ଓସ୍କାରଙ୍କର ପିତାମାତା ଡବଲିନର (Dublin) ଆଙ୍ଗ୍ଲୋ-ଆଇରିସ (Anglo-Irish) ଜାତିର ବୁଦ୍ଧିଆ ଲୋକ ଭାବରେ ଗଣାଯାଉଥିଲେ । ଯୁବ ୱାଇଲ୍ଡ ଫରାସୀ ଓ ଜର୍ମାନ ଭାଷାଦ୍ୱୟରେ ବାକ୍‌ପଟୁ ଥିଲେ । ୟୁନିଭରସିଟିରେ ସେ ରୋମାନ ଓ ଗ୍ରୀକ ଇତିହାସ ଓ ଫିଲୋସୋଫି ପାଠ (Greats) ପଢ଼ିଥିଲେ; ଟ୍ରିନିଟି କଲେଜ, ଡବ୍ଲିନରେ (Trinity College Dublin) ଓ ପରେ ମାଗଡାଲେନ କଲେଜ, ଅକ୍ସଫୋର୍ଡ଼ରେ (Oxford) ନିଜକୁ ଅଦ୍ୱିତୀୟ ବୋଲି ପ୍ରତିପାଦିତ କରିଥିଲେ । ତାଙ୍କର ଦୁଇ ଶିକ୍ଷକ ୱାଲ୍‌ଟର ପିଟର ଓ ଜନ୍ ରସ୍କିନଙ୍କ ସ‌ହିତ ସେ ନୂଆ ଭାବରେ ସୃଷ୍ଟି ହେଉଥିବା ଏସ୍ଥେଟିସିଜ୍ମ (aestheticism) ବିଷୟ ନିମନ୍ତେ ସମ୍ମିଳିତ ହୋଇଥିଲେ । ବିଶ୍ୱବିଦ୍ୟାଳୟ ଶିକ୍ଷା ପରେ ସେ ଲଣ୍ଡନର ଫେସନରେ ଥିବା ସଂସ୍କୃତି ଓ ସାମାଜିକ ଶ୍ରେଣୀରେ ମିଶିଗଲେ ।

ଏସ୍ଥେଟିସିଜ୍ମର ମୁଖପାତ୍ର ଭାବରେ ସେ ବିଭିନ୍ନ ସାହିତ୍ୟିକ ଗତିବିଧିରେ ବ୍ୟସ୍ତ ରହିଲେ ଓ ଏକ ପଦ୍ୟ ବ‌ହି ଛପେଇଲେ । ଯୁକ୍ତରାଷ୍ଟ୍ର ଓ କାନାଡ଼ାରେ ନୂତନ 'କଳାରେ ଇଙ୍ଗ୍ଲିସ ରେନାସାଁ' ଓ ଇଣ୍ଟିରିଅର ଡେକରେସନ ବିଷୟରେ ବକ୍ତୃତା ଦେବା ପରେ ଲଣ୍ଡନ‌କୁ ଫେରିଲେ । ସେଠାରେ ସେ ସାମ୍ବାଦିକ ଭାବରେ କାମକଲେ । ତାଙ୍କର ଚମକପ୍ରଦ ବୁଦ୍ଧି, ଝିଲମିଲ ପୋଷାକ ଓ ବାର୍ତ୍ତାଳାପ ଦକ୍ଷତା ଯୋଗୁ ତାଙ୍କ ସମୟରେ ସେ ଜଣେ ବିଖ୍ୟାତ ଲୋକ ହୋଇଗଲେ । ସନ ୧୮୯୦ ଶେଷ ସମ‌ୟକୁ ସେ ଏକ ସିରିଜର ରଚନା ଓ ଡାଏଲଗରେ ତାଙ୍କର ବିଚାରଧାରା ପରିଷ୍କୃତ ହୋଇଗଲା ଯାହା ସେ 'ଦି ପିକଚର ଅଫ ଡୋରିଆନ ଗ୍ରେ' ନାମକ ନଭେଲରେ ଲେଖିଥିଲେ । ପ୍ୟାରିସରେ 'ସାଲୋମ' (୧୮୯୧) ନାମକ ନାଟକ‌କୁ ଇଂଲଣ୍ଡରେ ବାଇବେଲ ଉପରେ କୌଣସି ବିତର୍କ ଥିବାରୁ ନିଷେଧ କରିଦିଆଗଲା । ଏଥିରେ ବ୍ୟସ୍ତ ନହୋଇ ସେ ୧୮୯୦ ଆରମ୍ଭରେ ଚାରୋଟି କମେଡି ଲେଖିଥିଲେ ଯାହା ତାଙ୍କୁ ଶେଷ-ଭିକ୍ଟୋରିଆନ ସମୟରେ ସର୍ବାଧିକ ସଫଳ ନାଟ୍ୟକାର ମାନ୍ୟତା ମିଳିଥିଲା ।

ଓସ୍କାର ୱାଇଲ୍ଡ‌ ୨୧ ୱେଷ୍ଟଲାଣ୍ଡ ରୋ, ଡବ୍‌ଲିନ ସ‌ହରର ଜନ୍ମ ଗ୍ରହଣ କରିଥିଲେ ଯାହା ଅଧୁନା ଓସ୍କର ୱାଇଲ୍ଡ ସେଣ୍ଟର, ଟ୍ରିନିଟି କଲେଜ ନାମରେ ପରିଚିତ ହୋଇଛି । ସେ ସାର ଉଇଲିଅମ ୱାଇଲ୍ଡ ଓ ଜେନ ୱାଇଲ୍ଡଙ୍କ ଔରଷରୁ ଦ୍ୱିତୀୟ ପୁତ୍ର ଭାବରେ ଜନ୍ମ ହୋଇଥିଲେ । ତାଙ୍କ ମାତା ଦୂର ଇଟାଲିଆନ ବଂଶଧର ଥିଲେ,[୧] ଓ ସେ ସ୍ପେରାଞ୍ଜା ନାକମ ଛଦ୍ମ ନାମରେ ସନ ୧୮୪୮ରେ ବିପ୍ଲବୀ ଯୁବ ଆୟାରଲ୍ୟାଣ୍ଡ (Young Irelanders) ସଂସ୍ଥାର ଲୋକଙ୍କ ପାଇଁ କବିତା ଲେଖୁଥିଲେ ଓ ସେ ଆଜୀବନ ଆଇରିସ୍ ଜାତୀୟତାବାଦୀ ଥିଲେ (Irish nationalist) ।[୨] ତାଙ୍କ ଲିଖି କବିତା ଓସ୍କାର ଓ ତାଙ୍କ ଭାଇ ୱିଲିକୁ ପଢ଼ି ଶୁଣଉଥିଲେ । [୩] ଲେଡି ୱାଇଲ୍ଡଙ୍କ ତାଙ୍କ ଘରେ ପୁରାତନ ଗ୍ରୀସ ଓ ରୋମର ପେଣ୍ଟିଙ୍ଗ ଓ ମୂର୍ତ୍ତି ରଖିଥିଲେ । [୩]

ଆଧାର[ସମ୍ପାଦନା]

  1. Hesketh Pearson, The Life of Oscar Wilde, reprinted by Penguin Books, 1985. p. 18.
  2. "Literary Encyclopedia – Oscar Wilde". Litencyc.com. 25 January 2001. Retrieved 3 April 2009.
  3. ୩.୦ ୩.୧ Sandulescu (1994:53)