ସଂଗୀତା ଗୋସାଇଁ

ଉଇକିପିଡ଼ିଆ‌ରୁ
ସଂଗୀତା ଗୋସାଇଁ
Died
Nationalityଭାରତୀୟ
Educationପି.ଏଚ୍.ଡି.(ଇଂରାଜୀ), ସ୍ନାତକୋତ୍ତର(ଓଡ଼ିଆ,ଇଂରାଜୀ)
Employerଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର[୧]
Known forଶିକ୍ଷାବିତ ଓ ସଙ୍ଗୀତଜ୍ଞ
Parentଉପେନ୍ଦ୍ର ମହାପାତ୍ର
Relativesସୁଚିତ୍ରା, ସୁମିତ୍ରା, ପଦ୍ମାଳୟା[୨]

ସଂଗୀତା ଗୋସାଇଁ, ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[୩] ଓଡ଼ିଶୀ, ହିନ୍ଦୁସ୍ତାନୀ, ଗଜଲ, ପଲ୍ଲୀଗୀତ, ପପ ଓ ଲଘୁସଙ୍ଗୀତ ଆଦି ଗାୟନଶୈଳୀରେ ସଂଗୀତାଙ୍କର ଦକ୍ଷତା ଅଛି । ଭଉଣୀ ସୁମିତ୍ରା ଓ ସୁଚିତ୍ରାଙ୍କ ଯୋଡ଼ି ଭାବରେ ସେ ବହୁ ସଙ୍ଗୀତ ପ୍ରସ୍ତୁତ ଓ ପରିବେଷଣ କରିଛନ୍ତି ।[୪] ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ମୁଖ୍ୟ ନିର୍ବାହୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୫]

ଜୀବନୀ[ସମ୍ପାଦନା]

ସଂଗୀତାଙ୍କର ପିତାଙ୍କ ନାମ ଥିଲା ଉପେନ୍ଦ୍ର ମହାପାତ୍ର । ପରିବାରରେ ସେମାନେ ୬ଭଉଣୀ ଓ ୨ଭାଇ । ପିଲାବେଳୁ ସବୁ ଭାଇଭଉଣୀ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ସଂଗୀତାଙ୍କ ପ୍ରଥମ ଗୁରୁ ଥିଲେ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଗୁରୁ କମଲ ବରନ ଚେଲ । ପରବର୍ତ୍ତୀ ସମୟରେ ସେ ବହୁ ଗୁରୁଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ହରିପ୍ରସାଦ ଚୌରାଶିଆ, ଭୁବନେଶ୍ୱର ମିଶ୍ର, ରଘୁନାଥ ପାଣିଗ୍ରାହୀ, ବୀଣାପାଣି ମିଶ୍ର, ଦୀପକ ବସୁ ଏବଂ ଅକ୍ଷୟ ମହାନ୍ତିଙ୍କ ଆଦି ଶିଳ୍ପୀଙ୍କ ସଂସ୍ପର୍ଶରେ ଆସି ତାଙ୍କ ସଙ୍ଗୀତ ପ୍ରତିଭାର ଉନ୍ନତି ଘଟିଛି । ସେ ସଂଗୀତ ବିଷାରଦ,ସଂଗୀତ ଭାସ୍କର ଆଦି ପାଠ୍ୟକ୍ରମରେ ସ୍ୱର୍ଣ୍ଣପଦକ ପ୍ରାପ୍ତ ହେବା ସହ ସଂଗୀତର ଉଚ୍ଚତର ଗବେଷଣା କରି ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ଇଂରାଜୀରେ ପିଏଚଡ଼ି ମଧ୍ୟ ହାସଲ କରିଛନ୍ତି । ସେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ପ୍ରଚ୍ଛଦପଟ୍ଟ ଗାୟନ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ପାର୍ଶ୍ୱଗାୟିକା(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୧୯୯୭(ସକଳ ତୀର୍ଥ ତୋ ଚରଣେର 'ବୋଲେ ହୁଁଟି' ଗୀତ ପାଇଁ)
  • ସୁରତରଙ୍ଗ ଶୀର୍ଷ ସମ୍ମାନ

ଆଧାର[ସମ୍ପାଦନା]

  1. https://www.telegraphindia.com/states/odisha/classical-touch-to-rajarani-202610
  2. http://www.newindianexpress.com/states/odisha/2015/sep/01/Singer-Suchitra-Passes-Away-807951.html
  3. Data and Expo India Pvt Ltd; Ashutosh Goyal (1 May 2014). RBS Visitors Guide INDIA - Odisha: Odisha Travel Guide. Data and Expo India Pvt. Ltd. pp. 91–. ISBN 978-93-80844-82-4.
  4. http://www.newindianexpress.com/states/odisha/2015/jul/22/Odia-Compilation-of-Gita-Released-789749.html
  5. "ଆର୍କାଇଭ୍ କପି". Archived from the original on 2016-03-11. Retrieved 2018-03-06. {{cite web}}: Cite has empty unknown parameter: |1= (help)
  6. http://archive.is/81rGr#selection-519.1487-519.1511