Jump to content

ଶ୍ରୀଧର ପଣିକ୍କର ସୋମନାଥ

ଉଇକିପିଡ଼ିଆ‌ରୁ
ଶ୍ରୀଧର ପଣିକ୍କର ସୋମନାଥ
ശ്രീധർ മനേകർ സോമനാഥ്
୨୦୧୯ ମସିହାରେ ସୋମନାଥ
୧୦ମ ୧୦ମ ଇସ୍ରୋ ଅଧକ୍ଷ
Assumed office
15 ଜାନୁଆରୀ 2022 (2022-01-15)
ପୂର୍ବ ଅଧିକାରୀକେ. ଶିବନ
ନିର୍ଦ୍ଦେଶକ: ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର
କାର୍ଯ୍ୟକାଳ
୨୨ ଜାନୁଆରୀ ୨୦୧୮ – ୧୪ ଜାନୁଆରୀ ୨୦୨୨
ପୂର୍ବ ଅଧିକାରୀକେ. ଶିବନ
ପର ଅଧିକାରୀଏସ୍. ଉନ୍ନିକ୍ରିଷ୍ଣନ ନାୟର୍[୧]
ନିର୍ଦ୍ଦେଶକ: ଲିକ୍ୱିଡ ପ୍ରୋପୁଲିକ୍ୱୁଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର
କାର୍ଯ୍ୟକାଳ
୧ ଜାନୁଆରୀ ୨୦୧୫ – ୨୩ ଜାନୁଆରୀ ୨୦୧୮
ପୂର୍ବ ଅଧିକାରୀକେ. ଶିବନ
ପର ଅଧିକାରୀଭି. ନାରାୟଣନ
ବ୍ୟକ୍ତିଗତ ସବିଶେଷ
ଜନ୍ମଜୁଲାଇ ୧୯୬୩
ଟଙ୍କମ୍ମା, କେରଳ, ଭାରତ
ଜୀବନ ସାଥୀବାଲସଲକୁମାରୀ
ସନ୍ତାନ୨
ଶିକ୍ଷାନୁଷ୍ଠାନ
  • ଥଙ୍ଗାଲ କଞ୍ଜୁ ମୁସାଲିଆ କଲେଜ୍ ଅଫ୍ ଇଞ୍ଜିନିୟରିଂ, କୋଲ୍ଲମ (ବି.ଟେକ୍.)
  • ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୋର (ଏମ୍.ଇ.)

ଶ୍ରୀଧର ପଣିକ୍କର ସୋମନାଥ (ମାଲୟାଲମ: ശ്രീധര പണിക്കർ സോമനാഥ്, ଜନ୍ମ: ଜୁଲାଇ ୧୯୬୩), ବା ଏସ. ସୋମନାଥ ଭାବରେ ଜଣାଶୁଣା, ଜଣେ ଭାରତୀୟ ମହାକାଶ ଇଞ୍ଜିନିୟର ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧକ୍ଷ ।[୨] ତାଙ୍କ ଅଧ୍ୟକ୍ଷତାରେ, ଇସ୍ରୋର ୩ୟ ଭାରତୀୟ ଜହ୍ନ ଅନୁସନ୍ଧାନ ପାଇଁ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏହାର ବିକ୍ରମ ଓ ପ୍ରଜ୍ଞାନ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଏହି ଚନ୍ଦ୍ର-ଅଭିଯାନର ସଫଳତା ଫଳରେ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିଥିଲା ଏବଂ ଚତୁର୍ଥ ଦେଶ ଭାବରେ ସୁରୁଖୁରୁରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ।[୩][୪][୫][୬]

ସୋମନାଥ ଥିରୁଅନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ଏବଂ ଲିକ୍ୱିଇଡ୍ ପ୍ରପୁଲ୍ସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୭][୮] ସେ ମହାକାଶ ଯାନର ଲଞ୍ଚ ଯାନର ଡିଜାଇନ, ସିଷ୍ଟମ ଇଞ୍ଜିନିୟରିଂ, ଗଠବ ଡିଜାଇନ, ଗଠନ ଡାଇନାମିକ୍ସ ଏବଂ ପାଇରୋଟେକ୍‌ନିକ୍ସ କ୍ଷେତ୍ରରେ କାମ କରିଛନ୍ତି ।[୯]

ପ୍ରାଥମିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ସୋମନାଥ କେରଳର ଥୁରାବୁରସ୍ଥିତ ଟଙ୍କମ୍ମାଠାରେ ଏକ ମାଲାୟଲମ୍ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭି. ଶ୍ରୀଧର ପଣିକ୍କର ଜଣେ ହିନ୍ଦୀ ଶିକ୍ଷକ ଥିଲେ ।[୧୦]

ସୋମନାଥ ଆରୁରସ୍ଥିତ ସେଣ୍ଟ ଅଗଷ୍ଟାଇନ ହାଇସ୍କୁଲରେ ପାଠ ପଢ଼ିଥିଲେ ଏବଂ ମହାରାଜା କଲେଜ ଏର୍ନାକୁଲମରୁ ତାଙ୍କର ବିଶ୍ୱବିଦ୍ୟାଳୟ ପୂର୍ବବର୍ତ୍ତୀ ଶିକ୍ଷା ସମାପ୍ତ କରିଥିଲେ । ସେ କେରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଥଙ୍ଗାଲ କଞ୍ଜୁ ମୁସାଲିଆ କଲେଜ୍ ଅଫ୍ ଇଞ୍ଜିନିୟରିଂ, କୋଲ୍ଲମରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତନ କରିଥିଲେ । ସେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଛନ୍ତି ।

ସ୍ନାତକୋତ୍ତର ପରେ ସୋମନାଥ ୧୯୮୫ ମସିହାରେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ଯୋଗ ଦେଇଥିଲେ । ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ପ୍ରକଳ୍ପ ସହିତ ଜଡ଼ିତ ଥିଲେ । ସେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ସହିତ ୨୦୧୦ ମସିହାରେ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ମାର୍କ ୩ ଲଞ୍ଚ ଭେଇକିଲ୍ ପ୍ରକଳ୍ପର ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ନଭେମ୍ବର ୨୦୧୪ ପର୍ଯ୍ୟନ୍ତ ସେ ପ୍ରପୁଲସନ୍ ଏବଂ ସ୍ପେସ୍ ଅର୍ଡିନାନ୍ସ ସଂସ୍ଥାର ଉପ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[୯]

ଜୁନ୍ ୨-୧୫ ମସିହାରେ, ସେ ଥିରୁଅନନ୍ତପୁରମର ବାଲିଆମାଳାରେ ଥିବା ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଜାନୁଆରୀ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ କେ. ଶିବନଙ୍କ ପରେ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟର ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ମାନ

[ସମ୍ପାଦନା]

ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୮ ତମ ବାର୍ଷିକ ସମ୍ମିଳନୀ ଅବସରରେ ତାମିଲନାଡ଼ୁର ଏସ୍ଆର୍‌ଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଦ୍ୱାରା ଡକ୍ଟରେଟ୍ ଅଫ୍ ସାଇନ୍ସ ପ୍ରଦାନ କରାଯାଇଥିଲା ।[୧୧][୧୨]

  1. ↑ "Dr.S. Unnikrishnan Nair". Retrieved 7 February 2022.
  2. ↑ "Shri. S Somanath assumes charge as Secretary, Department of Space". ISRO. Archived from the original on 14 January 2022. Retrieved 15 January 2022.
  3. ↑ "Chandrayaan-3 launch on 14 July, lunar landing on 23 or 24 August". The Hindu (in Indian English). 6 July 2023. ISSN 0971-751X. Archived from the original on 11 July 2023. Retrieved 14 July 2023.
  4. ↑ "India lands spacecraft near south pole of moon in historic first". The Guardian (in Indian English). Archived from the original on 23 August 2023. Retrieved 23 August 2023.
  5. ↑ "What foreign media said on Chandrayaan-3's historic lunar feat". India Today (in ଇଂରାଜୀ). Retrieved 23 August 2023.
  6. ↑ "चंद्रयान-3: भारत ने रचा इतिहास, चंद्रमा के दक्षिणी ध्रुव पर की सफल लैंडिंग". Post Inshort (in ହିନ୍ଦୀ). Archived from the original on 24 August 2023. Retrieved 23 August 2023.
  7. ↑ "Somanath takes charge as VSSC director". www.indiatoday.in. 22 January 2018. Retrieved 22 January 2018.
  8. ↑ "Somanath takes charge as VSSC director". Business Standard India. Press Trust of India. 22 January 2018. Retrieved 22 January 2018.
  9. 1 2 "New Directors for Three Major ISRO Centres: Three major ISRO Centres have new Directors from today". www.isro.gov.in. 1 June 2015. Archived from the original on 23 January 2018. Retrieved 22 January 2018.
  10. ↑ "New Isro chief S Somanath: All you need to know". The Times of India. 13 January 2022. ISSN 0971-8257. Retrieved 23 August 2023.
  11. ↑ "SRMIST hosts 18th convocation". 25 September 2022.
  12. ↑ "SRM's Mega Convocation for 7380 Graduands".

ବାହାର ଆଧାର

[ସମ୍ପାଦନା]