ଶୁଦ୍ଧସତ୍ତା ମିଶ୍ର

ଉଇକିପିଡ଼ିଆ‌ରୁ
ଶୁଦ୍ଧସତ୍ତା ମିଶ୍ର
ଜନ୍ମ (1984-07-09) ୯ ଜୁଲାଇ ୧୯୮୪ (ବୟସ ୩୯)
ଭୁବନେଶ୍ୱର, ଓଡ଼ିଶା
ଜାତୀୟତାଭାରତୀୟ
ବିଭାଗଚିତ୍ରଶିଳ୍ପୀ
ପୁରସ୍କାର"ମୋ ମାଟିର ମହକ ଫାଉଣ୍ଡେସନ ସମ୍ମାନ"
ବେବସାଇଟwww.shudhhasatamishra.com//

ଶୁଦ୍ଧସତ୍ତା ମିଶ୍ର (ଜନ୍ମ: ୦୯ ଜୁଲାଇ ୧୯୮୪) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ଆଇନଜୀବୀ ।[୧]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶୁଦ୍ଧସତ୍ତା ମିଶ୍ର ଓଡ଼ିଶାର ଭୁବନେଶ୍ୱରରେ ୧୯୮୪ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ସଂଧ୍ୟାରାଣୀ ମିଶ୍ର ଓ ପିତାଙ୍କ ନାମ ରମାକାନ୍ତ ମିଶ୍ର ।

ଶିକ୍ଷା[ସମ୍ପାଦନା]

ସେ ୨୦୦୦ ମସିହାରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ଫୁଲବାଣୀ ସରକାରୀ କଲେଜରେ ଭର୍ତ୍ତି ହୋଇଥିଲେ । ମହାବିଦ୍ୟାଳୟ ଶିକ୍ଷା ଲାଭ କରିବା ପରେ ସେ ୟୁନିଭରସିଟି ଆଇନ ମହାବିଦ୍ୟାଲୟ, ଭୁବନେଶ୍ୱରରୁ ଆଇନରେ ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଚିତ୍ରକଳା[ସମ୍ପାଦନା]

ସ୍କୁଲରେ ପଢୁଥିବା ସମୟରୁ ସେ ଚିତ୍ରକଳାରେ ଆଗ୍ରହୀ ଥିଲେ । ସେ ଅଙ୍କନରେ କୌଣସି ନିର୍ଦ୍ଦିଷ୍ଟ ଧାରାକୁ ଅନୁସରଣ କରନ୍ତି ନାହିଁ । ପାରମ୍ପରିକ କଳାର ଏକ ସ୍ୱତନ୍ତ୍ର ମାଧ୍ୟମ ଭାବେ କପଡ଼ା ଉପରେ ସେ ଚିତ୍ର ଆଙ୍କିଥାନ୍ତି । ଏତଦ୍‌ ବ୍ୟତୀତ ଶାଢ଼ୀ ଉପରେ ମଧ୍ୟ ସେ ଚିତ୍ରପଟ୍ଟ ଆଙ୍କିଥାନ୍ତି ।[୨]

ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ମଧ୍ୟରୁ ଭୁବନେଶ୍ୱରସ୍ଥିତ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଆୟୋଜିତ ୨୦୨୧ ଚିତ୍ରକଳା ପ୍ରଦର୍ଶନୀ ଓ ଧଉଳିରେ ଅନୁଷ୍ଠିତ ଆନ୍ତର୍ଜାତିକ କଳା ଶିବିର ଅନ୍ୟତମ ।[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "OrissaPost Page: 2 - English Daily ePaper | Today Newspaper | Latest news from India and world - English Daily ePaper | Today Newspaper | Latest news from India and world". English Daily ePaper | Today Newspaper | Latest news from India and world. Retrieved 19 June 2021.
  2. "Pranam Odisha: Artist Sudhasata Mishra | NandighoshaTV". Youtube (in ଇଂରାଜୀ). Retrieved 27 June 2021.
  3. "Breakfast Odisha With Shudhhasata Mishra" (in ଇଂରାଜୀ). Retrieved 19 June 2021.