ଶୁଦ୍ଧସତ୍ତା ମିଶ୍ର
ଶୁଦ୍ଧସତ୍ତା ମିଶ୍ର | |
---|---|
ଜନ୍ମ | ଭୁବନେଶ୍ୱର, ଓଡ଼ିଶା | ୯ ଜୁଲାଇ ୧୯୮୪
ଜାତୀୟତା | ଭାରତୀୟ |
ବିଭାଗ | ଚିତ୍ରଶିଳ୍ପୀ |
ପୁରସ୍କାର | "ମୋ ମାଟିର ମହକ ଫାଉଣ୍ଡେସନ ସମ୍ମାନ" |
ବେବସାଇଟ | www |
ଶୁଦ୍ଧସତ୍ତା ମିଶ୍ର (ଜନ୍ମ: ୦୯ ଜୁଲାଇ ୧୯୮୪) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ଆଇନଜୀବୀ ।[୧]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶୁଦ୍ଧସତ୍ତା ମିଶ୍ର ଓଡ଼ିଶାର ଭୁବନେଶ୍ୱରରେ ୧୯୮୪ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ସଂଧ୍ୟାରାଣୀ ମିଶ୍ର ଓ ପିତାଙ୍କ ନାମ ରମାକାନ୍ତ ମିଶ୍ର ।
ଶିକ୍ଷା
[ସମ୍ପାଦନା]ସେ ୨୦୦୦ ମସିହାରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ଫୁଲବାଣୀ ସରକାରୀ କଲେଜରେ ଭର୍ତ୍ତି ହୋଇଥିଲେ । ମହାବିଦ୍ୟାଳୟ ଶିକ୍ଷା ଲାଭ କରିବା ପରେ ସେ ୟୁନିଭରସିଟି ଆଇନ ମହାବିଦ୍ୟାଲୟ, ଭୁବନେଶ୍ୱରରୁ ଆଇନରେ ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
ଚିତ୍ରକଳା
[ସମ୍ପାଦନା]ସ୍କୁଲରେ ପଢୁଥିବା ସମୟରୁ ସେ ଚିତ୍ରକଳାରେ ଆଗ୍ରହୀ ଥିଲେ । ସେ ଅଙ୍କନରେ କୌଣସି ନିର୍ଦ୍ଦିଷ୍ଟ ଧାରାକୁ ଅନୁସରଣ କରନ୍ତି ନାହିଁ । ପାରମ୍ପରିକ କଳାର ଏକ ସ୍ୱତନ୍ତ୍ର ମାଧ୍ୟମ ଭାବେ କପଡ଼ା ଉପରେ ସେ ଚିତ୍ର ଆଙ୍କିଥାନ୍ତି । ଏତଦ୍ ବ୍ୟତୀତ ଶାଢ଼ୀ ଉପରେ ମଧ୍ୟ ସେ ଚିତ୍ରପଟ୍ଟ ଆଙ୍କିଥାନ୍ତି ।[୨]
ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ମଧ୍ୟରୁ ଭୁବନେଶ୍ୱରସ୍ଥିତ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଆୟୋଜିତ ୨୦୨୧ ଚିତ୍ରକଳା ପ୍ରଦର୍ଶନୀ ଓ ଧଉଳିରେ ଅନୁଷ୍ଠିତ ଆନ୍ତର୍ଜାତିକ କଳା ଶିବିର ଅନ୍ୟତମ ।[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- "ମୋ ମାଟିର ମହକ ଫାଉଣ୍ଡେସନ ସମ୍ମାନ"-୨୦୨୧[ଆଧାର ଲୋଡ଼ା]
ଆଧାର
[ସମ୍ପାଦନା]- ↑ "OrissaPost Page: 2 - English Daily ePaper | Today Newspaper | Latest news from India and world - English Daily ePaper | Today Newspaper | Latest news from India and world". English Daily ePaper | Today Newspaper | Latest news from India and world. Retrieved 19 June 2021.
- ↑ "Pranam Odisha: Artist Sudhasata Mishra | NandighoshaTV". Youtube (in ଇଂରାଜୀ). Retrieved 27 June 2021.
- ↑ "Breakfast Odisha With Shudhhasata Mishra" (in ଇଂରାଜୀ). Retrieved 19 June 2021.