ଶିଶୁ ମଲ୍ଟିସିଷ୍ଟମ ଇଫ୍ଲାମେଟୋରି ସିଣ୍ଡ୍ରୋମ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Multisystem inflammatory syndrome in children (MIS-C)

  • Paediatric multisystem inflammatory syndrome (PMIS/PIMS/PIMS-TS)[୧]
  • Multisystem inflammatory syndrome (MIS) in children and adolescents temporally related to COVID-19[୨]
  • Kawa-COVID-19[୩]
  • Systemic inflammatory syndrome in COVID-19 (SISCoV)[୪]
ବିଭାଗPediatrics
ଲକ୍ଷଣFever, abdominal pain, diarrhea, red eyes, rash, vomiting[୫][୬]
ଆକ୍ରାନ୍ତ ସମୟ2–6 weeks after COVID-19[୭]
କାରଣSevere acute respiratory syndrome coronavirus 2 (SARS-CoV-2)[୫]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and blood tests after ruling out other causes[୮]
ସଠିକ ରୋଗ ନିର୍ଣ୍ଣୟKawasaki disease[୯]
ପ୍ରତିକାରProtecting children from COVID-19[୬]
ଔଷଧIVIG, steroids, aspirin[୮][୧୦]
ଚିକିତ୍ସାSupportive care[୮]
PrognosisLong-term outcomes unclear[୧୦]
ପୁନଃପୌନିକ1 in 3,000 after COVID-19[୧୦]
ମୃତ୍ୟୁ ସାନ୍ଦ୍ରତା1 to 2%[୯]

ଶିଶୁ ମଲ୍ଟିସିଷ୍ଟମ୍ ଇଫ୍ଲାମେଟୋରି ସିଣ୍ଡ୍ରୋମ ( MIS-C ), ଯାହା ଶିଶୁଙ୍କ ପ୍ରଦାହକାରୀ ମଲ୍ଟି ସିଷ୍ଟମ୍ ସିଣ୍ଡ୍ରୋମ ( PIMS ) ଭାବରେ ମଧ୍ୟ ଜଣାଶୁଣା, ଏକ ରୋଗ ଯାହା କୋଭିଡ-୧୯ (COVID-19) ସହିତ ଜଡିତ ପିଲାମାନଙ୍କଠାରେ ହୁଏ ।[୫] ଏହାର ଲକ୍ଷଣ ମଧ୍ୟରେ ଜ୍ୱର ଏବଂ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଲାଲ୍ ଆଖି, ରାସ ବା ବାନ୍ତି ହୋଇପାରେ । [୫] [୬] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡ, ଫୁସଫୁସ, ବୃକ୍‌କ, ଚର୍ମ କିମ୍ବା ମସ୍ତିଷ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ। [୬]

ଏହା ସାଧାରଣତଃ କୋଭିଡ ଆକ୍ରମଣର ପ୍ରାୟ ୨ରୁ ୬ ସପ୍ତାହ ପରେ ଘଟିଥାଏ ।[୯] ମୋଟାପଣରେ ଏହା ଅଧିକ ହୁଏ, ପ୍ରଭାବିତ ବ୍ୟକ୍ତିମାନେ ସାଧାରଣତ ଅନ୍ୟଥା ସୁସ୍ଥ ଥାଆନ୍ତି | [୯] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ପ୍ରଦାହର ପରୀକ୍ଷାଗାର ଚିହ୍ନ ଏବଂ ଏକାଧିକ ଶରୀର ପ୍ରଣାଳୀ ପ୍ରଭାବିତ ହୋଇଥିଲେ ରୋଗ ନିର୍ଣ୍ଣୟ କରାଯାଏ। [୮] ପୂର୍ବତନ ଏସଏଆରଏସ-କୋଭ-୨ (SARS-୨) ଥିଲେ ସେରୋଲୋଜିକ୍ ପରୀକ୍ଷା ଉପଯୋଗୀ ହୋଇପାରେ ।[୮] କାୱାସାକି ରୋଗ ଲକ୍ଷଣ ସେହିପରି ଦେଖାଯାଇପାରେ । [୯]

କୋଭିଡ଼ ଟିକା ଦେଇ ପିଲାମାନଙ୍କୁ ଏହି ରୋଗରୁ ରକ୍ଷା କରି ହୁଏ ।[୬] ଚିକିତ୍ସା ମୁଖ୍ୟତଃ ସହାୟକ ଯତ୍ନ ଯେଉଁଥିରେ ଶିରାଭ୍ୟନ୍ତର ତରଳ ପଦାର୍ଥ, ଇନୋଟ୍ରୋପ୍ ଏବଂ ଶ୍ୱାସକ୍ରିୟାର ସୁରକ୍ଷା ଆବଶ୍ୟକ ହୋଇପାରେ । [୮] ଗୁରୁତର ଅବସ୍ଥାରେ ଏକ୍ସଟ୍ରାକର୍ପୋରିଅଲ ମେମ୍ବ୍ରେନସ ଅମ୍ଳଜାନ (ECMO) ଆବଶ୍ୟକ ହୋଇପାରେ । [୮] ଆଇଭିଆଇଜି (IVIG), ଷ୍ଟିରଏଡ ଏବଂ ଆସ୍ପିରିନ ବ୍ୟବହୃତ ହୋଇପାରେ ।[୮] [୧୦] ପ୍ରଭାବିତଙ୍କ ମଧ୍ୟରୁ ପ୍ରାୟ ୮୦% ଗଭୀର ଚିକିତ୍ସା ଆବଶ୍ୟକ କରନ୍ତି। [୯]

କୋଭିଡ ସଂକ୍ରମିତ ୩୦୦୦ ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗରେ ପ୍ରଭାବିତ ହୁଏ ।[୧୦] ପ୍ରାୟ ୯ ବର୍ଷ ବୟସର ପିଲାମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି ।[୧୦] ଯୁକ୍ତରାଷ୍ଟ୍ରରେ ଏହା କଳା ଏବଂ ହିସପାନିକ ପିଲାମାନଙ୍କଠାରେ ଅଧିକ ଦେଖାଯାଏ। [୧୦]ପ୍ରାୟ ୧ରୁ ୨% ପିଲାଙ୍କର ମୃତ୍ୟୁ ଘଟିଥାଏ । [୯] ଏହି ଅବସ୍ଥା ପ୍ରଥମେ ଏପ୍ରିଲ୍ ୨୦୨୦ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୧୦] ପ୍ରାପ୍ତ ବୟଷ୍କ କ୍ଷେତ୍ରରେ ଏହି ଭଳି ଦେଖାଯାଉଥିବା ରୋଗକୁ ମଲ୍ଟିସିଷ୍ଟମ୍ ଇଫ୍ଲାମେଟୋରି ସିଣ୍ଡ୍ରୋମ କୁହାଯାଏ ।[୯]

ଆଧାର[ସମ୍ପାଦନା]

  1. "Rapid risk assessment: Paediatric inflammatory multisystem syndrome and SARS-CoV-2 infection in children" (PDF) (in ଇଂରାଜୀ). European Centre for Disease Prevention and Control. 15 May 2020. Archived from the original on 15 May 2020.
  2. "Case Report Form for suspected cases of multisystem inflammatory syndrome (MIS) in children and adolescents temporally related to COVID-19". www.who.int (in ଇଂରାଜୀ). World Health Organization. Archived from the original on 24 June 2020.
  3. Pouletty M, Borocco C, Ouldali N, et al. (June 2020). "Paediatric multisystem inflammatory syndrome temporally associated with SARS-CoV-2 mimicking Kawasaki disease (Kawa-COVID-19): a multicentre cohort". Annals of the Rheumatic Diseases. 79 (8): 999–1006. doi:10.1136/annrheumdis-2020-217960. PMC 7299653. PMID 32527868. S2CID 219607184.
  4. Dhar D, Dey T, Samim MM, et al. (2021). "Systemic inflammatory syndrome in COVID-19-SISCoV study: systematic review and meta-analysis". Pediatric Research. doi:10.1038/s41390-021-01545-z. PMC 8128982. PMID 34006982.
  5. ୫.୦ ୫.୧ ୫.୨ ୫.୩ Ahmed M, Advani S, Moreira A, et al. (September 2020). "Multisystem inflammatory syndrome in children: a systematic review". EClinicalMedicine. 26: 100527. doi:10.1016/j.eclinm.2020.100527. ISSN 2589-5370. PMC 7473262. PMID 32923992. S2CID 221494176.
  6. ୬.୦ ୬.୧ ୬.୨ ୬.୩ ୬.୪ "Multisystem Inflammatory Syndrome (MIS)". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 11 February 2020. Archived from the original on 13 January 2022. Retrieved 20 January 2022.
  7. Henderson LA, Canna SW, Friedman KG, et al. (July 2020). "American College of Rheumatology clinical guidance for pediatric patients with multisystem inflammatory syndrome in children (MIS-C) associated with SARS-CoV-2 and hyperinflammation in COVID-19. Version 1". Arthritis & Rheumatology. 72 (11): 1791–1805. doi:10.1002/art.41454. PMC 7405113. PMID 32705809.
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ ୮.୭ "Multisystem Inflammatory Syndrome (MIS)". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 11 February 2020. Archived from the original on 16 December 2021. Retrieved 20 January 2022.
  9. ୯.୦ ୯.୧ ୯.୨ ୯.୩ ୯.୪ ୯.୫ ୯.୬ ୯.୭ "Children". COVID-19 Treatment Guidelines (in ଇଂରାଜୀ). Archived from the original on 19 July 2020. Retrieved 20 January 2022.
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ ୧୦.୬ ୧୦.୭ "Ten Things to Know About MIS-C". American College of Cardiology. Archived from the original on 6 January 2022. Retrieved 20 January 2022.