୨୦୧୯ ନୂତନ କରୋନା ଭୂତାଣୁ

ଉଇକିପିଡ଼ିଆ‌ରୁ
SARS-CoV-2 emerging from a human cell
SARS-CoV-2 virions emerging from a human cell
ପ୍ରୟୋଗଶାଳାରେ ସାର୍ସ କୋଭି-୨ ଭୂତାଣୁର ଇଲେକଟ୍ରନ ସୁକ୍ଷ୍ମଦର୍ଶକ ଯନ୍ତ୍ରଦ୍ୱାରା ନିଆଯାଇଥିବା ରଙ୍ଗୀନ ଛବି

୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ[୧][୨] ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ ।[୩][୪] ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।[୫]
ସାର୍ସ କୋଭି-୨ ଭୂତାଣୁ ସାର୍ସ କୋଭି ଭୂତାଣୁର ଏକ ପ୍ରକାର ।[୬] ବିଶ୍ୱାସ କରାଯାଏ ଯେ ଏହା ଜୁନୋଟିକ (Zoonotic) ଅର୍ଥାତ ଅନ୍ୟ ପ୍ରାଣୀଙ୍କଠାରୁ ସୃଷ୍ଟି ହେଉଥିବା ଏବଂ ସେମାନଙ୍କଠାରୁ ମନୁଷ୍ୟଠାରେ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ବାଦୁଡ଼ିମାନଙ୍କଠାରେ ଦେଖାଯାଉଥିବା କରୋନା ଭୂତାଣୁ ସହିତ ଏହାର ଅନେକ ସମାନତା ଦେଖିବାକୁ ମିଳୁଥିବାରୁ ଏହାକୁ ବାଦୁଡ଼ିରୁ ଜନ୍ମିତ କରୋନା ଭୁତାଣୁ ବୋଲି ଗ୍ରହଣ କରାଯାଉଛି ।[୭][୮] ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର ମନୁଷ୍ୟଙ୍କଠାରେ ସଂକ୍ରମଣ ପାଇଁ ଦାୟୀ ପ୍ରାଣୀକୁ ଚିହ୍ନଟ କରାଯାଇପାରିନାହିଁ ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ଯେହେତୁ ଏହି ଭୂତାଣୁକୁ ପ୍ରଥମେ ଚୀନର ଊହାନ ସହରରେ ଚିହ୍ନଟ କରାଯାଇଥିଲା, ଏହାକୁ ଊହାନ ଭୂତାଣୁ ବା ଊହାନ କରୋନାଭୂତାଣୁ କୁହାଯାଇଥାଏ ।[୯][୧୦] ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଆଧାରିତ ଏହି ନାମଟି ବ୍ୟବହାର କରିବାରେ ପ୍ରତିବନ୍ଧକ ଲଗାଇଛି । ଅନ୍ତର୍ଜାତୀୟ ଭୂତାଣୁ ବର୍ଗୀକରଣ କମିଟି (ଆଇ.ସି.ଟି.ଭି) ୨୦୨୦ ମସିହା ଫେବୃଆରୀ ୧୧ ତାରିଖରେ ଆଧିକାରିକ ଭାବେ ଭୂତାଣୁଟିକୁ ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (ସାର୍ସ କୋଭି-୨) ଭାବେ ନାମିତ କରିଛନ୍ତି । ଆମେରିକୀୟ ସରକାର ଏବଂ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହାକୁ ଚାଇନିଜ ଭାଇରସ ଅର୍ଥାତ ଚିନୀୟ ଭୂତାଣୁ ରୂପେ ସମ୍ବୋଧନ କରିଛନ୍ତି ।[୧୧] ଏହି ଶବ୍ଦର ବ୍ୟବହାରକୁ ଅନେକ ଜାତିବାଦରୂପେ ବିଚାର କରନ୍ତି ।[୧୨][୧୩][୧୪]

ଉତତ୍ପତ୍ତି[ସମ୍ପାଦନା]

ଏହି କରୋନା ଭୂତାଣୁକୁ ସର୍ବପ୍ରଥମେ ଚୀନର ଊହାନ ନାମକ ସହରରୁ ଚିହ୍ନିତ ହୋଇଥିଲା । ଯଦିଓ ରୋଗ ସଂକ୍ରମଣର ପ୍ରାଥମିକ କାରକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ, ଊହାନର ସାମୁଦ୍ରିକ ଖାଦ୍ୟହାଟରେ କାମ କରୁଥିବା କିଛି ଲୋକ ଏଥିରେ ପ୍ରଥମେ ସଂକ୍ରମିତ ହୋଇଥିଲେ ।[୧୫][୧୬]

ସଂରଚନା[ସମ୍ପାଦନା]

ସଞ୍ଚରଣ[ସମ୍ପାଦନା]

କରୋନା ଭୂତାଣୁ ଦୁଇଟି ଉପାୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କ ପାଖକୁ ବ୍ୟାପି ଥାଏ ।[୧୭]

  • ପ୍ରତ୍ୟକ୍ଷ ସମ୍ପର୍କ: ସଂକ୍ରମିତ ବ୍ୟକ୍ତିର ଏକ ମିଟର ପରିଧି ମଧ୍ୟରେ ରହିଲେ ଭୂତାଣୁ ସଂକ୍ରମଣର ଆଶଙ୍କା ଥାଏ ।[୧୮] ମୁଖ୍ୟତଃ ଯଦି ସଂକ୍ରମିତ ବ୍ୟକ୍ତି କାଶିବା ବା ଛିଙ୍କିବା ସମୟରେ ନିଜ ମୁହଁ ଘୋଡାଇ ନ ରଖେ, ଭୂତାଣୁମାନେ ସେହି ଜଳକଣାଦ୍ୱାରା ନିକଟସ୍ଥ ବ୍ୟକ୍ତି ଶରୀରରେ ପ୍ରବେଶ କରିଥାନ୍ତି ।
  • ଅପ୍ରତ୍ୟକ୍ଷ ସମ୍ପର୍କ: ସଂକ୍ରମିତ ବ୍ୟକ୍ତିର ଛିଙ୍କ ବା କାଶରୁ ବାହାରିଥିବା ଜଳକଣା ଅନେକ ଦିନ ପର୍ଯ୍ୟନ୍ତ କପଡ଼ା ଏବଂ ଅନ୍ୟ ଜିନିଷ ପୃଷ୍ଠରେ ଲାଗିରହେ । ଏହାକୁ ସ୍ପର୍ଶ କରିଥିବା ବ୍ୟକ୍ତି ଭୂତାଣୁଦ୍ୱାରା ସଂକ୍ରମିତ ହୋଇଯାଏ ।

ଚିକିତ୍ସା[ସମ୍ପାଦନା]

ଏହି ଭୂତାଣୁଦ୍ୱାରା ହେଉଥିବା ରୋଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ ।[୧୯] ଏହା ଏକ ନୂତନ ଭୂତାଣୁ ହୋଇଥିବା ମାନବ ଶରୀର ଏହାକୁ ଲଢ଼ିବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଉତ୍ପନ୍ନ କରିପାରି ନାହିଁ । ମାତ୍ର ପ୍ରତିଷେଧକ ଟୀକା ଏବଂ ଔଷଧ ତିଆରି ପାଇଁ ଗବେଷଣା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।[୨୦]
ସଂକ୍ରମଣ ବଢ଼ିବା ଓ ସମ୍ଭାବିତ ମହାମାରୀ ସ୍ଥିତିକୁ ଏଡ଼ାଇବା ପାଇଁ ବହୁ ଦେଶ ସମ୍ପୂର୍ଣ୍ଣ ବା ଆଂଶିକ ସଙ୍ଗରୋଧ ଜାରିକରିଛନ୍ତି ।

ଆଧାର[ସମ୍ପାଦନା]

  1. www.theatlantic.com/science/archive/2020/03/biography-new-coronavirus/608338
  2. www.bbc.com/news/world-asia-china-51371770 |archive-date=5 February 2020
  3. https://apps.who.int/iris/handle/10665/330376
  4. https://web.archive.org/web/20200214023335/https://www.cdc.gov/coronavirus/2019-ncov/hcp/faq.html
  5. https://www.who.int/dg/speeches/detail/who-director-general-s-opening-remarks-at-the-media-briefing-on-covid-19---11-march-2020
  6. https://www.ncbi.nlm.nih.gov/pmc/articles/PMC7095448
  7. https://www.who.int/docs/default-source/coronaviruse/who-china-joint-mission-on-covid-19-final-report.pdf
  8. https://www.ncbi.nlm.nih.gov/pmc/articles/PMC7159086/
  9. https://www.nature.com/articles/d41586-020-00209-y
  10. https://www.nbcnews.com/news/asian-america/cdc-chief-spurns-term-chinese-coronavirus-used-gop-lawmakers-n1156656
  11. https://edition.cnn.com/2020/03/24/politics/donald-trump-pull-back-coronavirus-chinese-virus/index.html
  12. https://www.nytimes.com/2020/03/18/us/politics/china-virus.html
  13. https://www.wsj.com/articles/harvards-china-virus-11585585597
  14. https://www.theguardian.com/world/2020/mar/24/coronavirus-us-asian-americans-racism
  15. https://www.thelancet.com/action/showPdf?pii=S0140-6736%2820%2930183-5
  16. https://www.thelancet.com/journals/lancet/article/PIIS0140-6736(20)30211-7/fulltext
  17. https://www.mohfw.gov.in/pdf/PreventionandManagementofCOVID19FLWEnglish.pdf#:~:text=COVID%2D19%20spreads%20mainly,eyescan%20transmit%20the%20disease.
  18. https://www.who.int/docs/default-source/coronaviruse/getting-workplace-ready-for-covid-19.pdf
  19. http://www.emro.who.int/health-topics/corona-virus/questions-and-answers.html
  20. https://www.sciencedaily.com/releases/2020/04/200402144508.htm