ଶିଖରଚଣ୍ଡୀ

ଉଇକିପିଡ଼ିଆ‌ରୁ

ଶିଖରଚଣ୍ଡୀ, ଭୁବନେଶ୍ୱରରେ ଥିବା ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପାହାଡ଼ର ଆୟତନ ପ୍ରାୟ ୨୫୦ଏକର ଓ ଏହି ପାହାଡ଼ ଉପରେ ଷଡ଼ଭୂଜା ଦେବୀ ଶିଖରଚଣ୍ଡୀଙ୍କର ଏକ ମନ୍ଦିର ରହିଛି ।[୧]

ପୌରାଣିକ ମତ[ସମ୍ପାଦନା]

ପୌରାଣିକ ମତ ଅନୁଯାୟୀ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଏହିଠାରେ ଅବସ୍ଥାନ କରିଥିଲେ । ପାହାଡ଼ ଶିଖରରେ ଥିବା ଏକ ପ୍ରସ୍ତରରେ, ଶ୍ରୀରାମଚନ୍ଦ୍ରଙ୍କ ଅନୂଜ ଲକ୍ଷ୍ମଣ ନିଜ ତୀର ମୁନରେ ମା ଦୁର୍ଗାଙ୍କର ଅଷ୍ଟଭୂଜା ମୂର୍ତ୍ତୀ ଖୋଦେଇ କରି ପୂଜା କରୁଥିଲେ । ଲକ୍ଷ୍ମଣଙ୍କଦ୍ୱାରା ଏବେ ପୂଜା ପାଉଥିବା ଷଡ଼ଭୂଜା ପ୍ରତିମୂର୍ତ୍ତୀ ମଧ୍ୟ ପ୍ରତିଷ୍ଠିତ ହୋଇଥିଲା । ଏହି ପ୍ରତିମୂର୍ତ୍ତୀକୁ ଗଜପତି ମହାରାଜ ମୁକୁନ୍ଦଦେବଙ୍କ ଅମଳରେ ପୁନଃଶ୍ଚ ଆବିଷ୍କାର କରାଯାଇଥିଲା ଓ ସେବେଠାରୁ ଦେବୀଙ୍କର ନୀତି ସହ ପୂଜାର୍ଚ୍ଚନା କରାଯାଉଛି । ପାହାଡ଼ର ଦକ୍ଷିଣ ପାର୍ଶ୍ୱରେ ଥିବା ପାଣ୍ଡରା ଗୂମ୍ଫାରେ ପାଣ୍ଡବମାନେ ଅବସ୍ଥାନ କରୁଥିଲେ । ଏହି ଗୂମ୍ପା ନିକଟରେ ଭୀମ ଏକ ବିଶାଳ ପ୍ରସ୍ତର ପ୍ରତିଷ୍ଠା କରିଥିଲେ । ଏହି ପ୍ରସ୍ତର ସାମାନ୍ୟ ଆଙ୍ଗୁଠି ସ୍ପର୍ଶରେ ଦୋହଲିଯାଏ କିନ୍ତୁ ବର୍ଷା, ତୋଫାନ ବା ଭୂମିକମ୍ପ ହେଲେ ଅବିଚଳିତ ରହିଥାଏ । ସାରଙ୍ଗଗଡ଼(ପଟିଆ)ର ରାଜା ମଧ୍ୟ ଶିଖରଚଣ୍ଡୀଙ୍କ ଭକ୍ତ ଥିଲେ । ଶିଖରଚଣ୍ଡୀ ପୀଠରେ ଝାମୁ ଯାତ୍ରା ଏକ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଇଥାଏ ।[୨]

ଇତିହାସ[ସମ୍ପାଦନା]

ଶିଖରଚଣ୍ଡୀ ପାହାଡ଼ ଏକଦା, ବହୁ ବନ୍ୟଜନ୍ତୁଙ୍କ ଆଶ୍ରହସ୍ଥଳି ଥିଲା । ସାରଙ୍ଗଗଡ଼ର ଶିକାରୀ ଗଦାଧର ରାୟ ଓ ଚକ୍ରଧର ରାୟଙ୍କ ଶିକାର ଲେଖାରେ ଶିଖରଚଣ୍ଡୀ ପାହାଡ଼ରେ ବାଘର ଆତଙ୍କ କଥା ବର୍ଣ୍ଣନା କରାଯାଇଛି । ସ୍ଥାନୀୟ ଅଧିବାସୀଙ୍କ ମତରେ ଏଠାରେ ବହୁ ସଂଖ୍ୟକ ମୟୂର ଦେଖାଯାଉଥିଲେ, ଯାହା କାଳକ୍ରମେ କମିଯାଇଛନ୍ତି ।

ଓଡ଼ିଶା ସରକାର, ଶିଖରଚଣ୍ଡୀକୁ ଏକ ପ୍ରମୂଖ ପର୍ଯ୍ୟଟନ କ୍ଷେତ୍ର ରୂପରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । [୩]

ଆଧାର[ସମ୍ପାଦନା]

  1. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha. Cultural heritage of [Orissa]. State Level Vyasakabi Fakir Mohan Smruti Samsad.
  2. ପ୍ରମେୟ ୦୭/୦୪/୨୦୧୫ ପୃଷ୍ଠା ୩
  3. http://www.telegraphindia.com/1130508/jsp/odisha/story_16871137.jsp#.VSONM44wDSg