ଶଶିମଣି ଦେବୀ
ଶଶିମଣି ଦେବୀ | |
---|---|
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୧୫ (୯୨ ବର୍ଷ) |
ଜାତୀୟତା | ଭାରତୀୟ |
ଜୀବିକା | ଦେବଦାସୀ, ମାହାରୀ ନୃତ୍ୟଶିଳ୍ପୀ |
ଶଶିମଣି ଦେବୀ ଜଣେ ଓଡ଼ିଶାର ଜଣେ ଦେବଦାସୀ ଥିଲେ । ସେ ପୁରୀର ଦୋଳମଣ୍ଡପ ସାହିରେ ବାସ କରୁଥିଲେ । ୧୨ବର୍ଷ ବୟସରୁ ସେ ଜଗନ୍ନାଥ ମନ୍ଦିରରେ ଜଗମୋହନରେ ଜଗନ୍ନାଥଙ୍କ ସମ୍ମୁଖରେ ୬୭ ବର୍ଷ ଧରି [୧] ପାରମ୍ପରିକ ମାହାରୀ ନୃତ୍ୟ ପରିବେଷଣ କରୁଥିଲେ । ଜଗନ୍ନାଥ ମନ୍ଦିରରେ ବିଭିନ୍ନ ଦୈନିକ ନୀତି ଯଥା: ସକାଳ ଧୂପ, ସଞ୍ଜ ଧୂପ ଏବଂ ନନ୍ଦୋତ୍ସବ, ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣିରେ ସେ ମାହାରୀ ନୃତ୍ୟକରୁଥିଲେ । ୨୦୧୫ ମସିହା ମାର୍ଚ୍ଚ ୧୯ ତାରିଖରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ତାଙ୍କ ଦେହାନ୍ତ ଘଟିଛି । ଶଶିମଣିଙ୍କ ପରଲୋକ ପରେ ଶ୍ରୀଜଗନ୍ନାଥ ମନ୍ଦିର ଦେବଦାସୀ ପରମ୍ପରା ଭିତର ଗାଉଣୀ ସମ୍ପ୍ରଦାୟ ଲୋପ ପାଇଛି ।[୨] [୩]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଶଶିମଣି ୧୨ବର୍ଷ ବୟସରରେ ଜଗନ୍ନାଥଙ୍କ ଆଗରେ ମାହାରୀ ନାଚିବା ଆରମ୍ଭ କରିଥିଲେ । ଜଗନ୍ନାଥ ମନ୍ଦିର ଜଗମୋହନରେ ପରମ୍ପରା ଅନୁଯାୟୀ ମାହାରୀ ନୃତ୍ୟ ପରିବେଷଣ କରିବା ସହିତ ଚନ୍ଦନଯାତ୍ରା ସମୟରେ ସେ ଦେବଦାସୀ ନୃତ୍ୟକରୁଥିଲେ । [୩]
ଅସୁସ୍ଥତା ଓ ଦେହାନ୍ତ[ସମ୍ପାଦନା]
ଅସୁସ୍ଥତା ଯୋଗୁଁ ପ୍ରାୟ ୭ବର୍ଷ ହେଲା ଶଶିମଣି ମନ୍ଦିର ଯାଇ ପାରୁ ନଥିଲେ । ସେ ଜଗନ୍ନାଥଙ୍କ ପାଇଁ ସାବିତ୍ରୀବ୍ରତ ପାଳନ କରୁଥିଲେ । ଶଶିମଣି ଧର୍ମପୁଅଙ୍କ ଘରେ ଆଶ୍ରୟ ନେଇଥିଲେ । ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ଶଶିମଣିଙ୍କୁ ଆଦର୍ଶ ଭାବେ ଗ୍ରହଣକରି ତାଙ୍କ ସେବାଶୁଶ୍ରୂସା କରୁଥିଲେ । ଶେଷ ଜୀବନରେ ଅର୍ଥାଭାବ ଯୋଗୁ ତାଙ୍କର ଚିକିତ୍ସା ଠିକ ଭାବେ ହୋଇପାରୁନଥିଲା। ସଂସ୍କୃତି ବିଭାଗର କଳାକାର ଭତ୍ତା ତାଙ୍କୁ ଅନିୟମିତ ଭାବେ ବଦଳୁଥିଲା । ଶଶିମଣିଙ୍କ ଶରୀର ଫୁଲିଯିବା ସହ ଦୁଇଗୋଡ଼ ଅଚଳ ହୋଇପଡିଥିଲା । ୨୦୧୫ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ପୁରୀର ଦୋଳମଣ୍ଡପ ସାହିରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସ୍ୱର୍ଗଦ୍ୱାରରେ ଶଶିମଣିଙ୍କ ଶବଦାହ କରାଯାଇଥିଲା । [୩]
ଆଧାର[ସମ୍ପାଦନା]
- ↑ "Home Entertainment Odisha Tourism Odisha Info Education Literature Fun Adda Odisha Jobs Odisha's last Devadasi Sashimani passes away at 92". Retrieved 23 March 2015.
- ↑ "Odisha's last Devadasi Sashimani passes away at 92". The Odisha Sun Times. 19 March 2015. Retrieved 23 March 2015.
- ↑ ୩.୦ ୩.୧ ୩.୨ "ଅପୂର୍ଣ୍ଣ ରହିଲା ନବକଳେବର ଦର୍ଶନ ଇଚ୍ଛା: ଶେଷ ଦେବଦାସୀଙ୍କ ଦେହାନ୍ତ". ସମାଜ. ୨୦ ମାର୍ଚ୍ଚ ୨୦୧୫.
|access-date=
requires|url=
(help)