ଶର୍ମିଳା ବିଶ୍ୱାସ
ଶର୍ମିଳା ବିଶ୍ୱାସ | |
---|---|
ଜନ୍ମ | |
ବୃତ୍ତି | ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ |
Dances | ଓଡ଼ିଶୀ |
ୱେବସାଇଟ | sharmilabiswas |
ଶର୍ମିଳା ବିଶ୍ୱାସ ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ଓଡ଼ିଶୀର ନୃତ୍ୟ ଗୁରୁ । ସେ ହେଉଛନ୍ତି ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା । ୧୯୯୫ରେ କଲିକତାରେ ସେ ଓଡ଼ିଶୀ ଭିଜନ ଓ ଆନ୍ଦୋଳୋନ କେନ୍ଦ୍ରର ସ୍ଥାପନା କରିଥିଲେ ଯେଉଁଠାରେ ସେ କଳାତ୍ମକ ନିର୍ଦ୍ଦେଶକ ଅଛନ୍ତି । ୨୦୧୨ରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେଇଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା
[ସମ୍ପାଦନା]କଲିକତାଠାରେ ଜନ୍ମ ଗ୍ରହଣ କରିଥିବା ଶର୍ମିଳା ମାତ୍ର ୮ ବର୍ଷ ବୟସରେ ନୃତ୍ୟ ଶିକ୍ଷା କରିଥିଲେ । ୧୬ ବର୍ଷରେ ସେ ମୁରଲୀଧରଣ ମାଝି ଓ ପରେ ପରେ ସେ କେଲୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିଖିଥିଲେ ।[୧] ପରେ ସେ କଳାନିଧି ନାରାୟଣଙ୍କଠାରୁ ଅଭିନୟ ଶିଖିଥିଲେ । [୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଶର୍ମିଳା ୧୯୮୭ରେ ସ୍ୱପ୍ନ କୁମାର ବିଶ୍ୱାସଙ୍କୁ ବିବାହ କାରିଥିଲେ । ଦମ୍ପତି କଲିକତାରେ ରହୁଥିଲେ ଓ ଶୌମିକ ବିଶ୍ୱାସ ସେମାନଙ୍କର ଏକ ମାତ୍ର ସନ୍ତାନ ।
କ୍ୟାରିୟର
[ସମ୍ପାଦନା]ଶର୍ମିଳା ଏଲିଫଣ୍ଟୋ,ଖଜୁରାହୋ ନୃତ୍ୟ ମହୋସ୍ଚବ ଓ କୋଣାର୍କ ମହୋସ୍ଛବ ଓ ବ୍ରିଟେନ , ଆମେରିକା ,ରୁଷ, ଜର୍ମାନୀ , ବାଂଲାଦେଶରେ କଳା ମହୋସ୍ଚବରେ ଭାଗନେଇଥିଲେ ।[୧] ସେ ଶାସ୍ତ୍ରୀୟ ଓ ଓଡ଼ିଶୀ ନୃତ୍ୟ କରୁଥିଲେ ଓ ଶିକ୍ଷାଦାନ ମଧ୍ୟ ଦେଉଥିଲେ ।[୨][୩][୪] ସେ ଓଡ଼ିଶାର ମନ୍ଦିର ନୃତ୍ୟଶିଳ୍ପୀଙ୍କଦ୍ୱାରା ପ୍ରଦର୍ଶିତ ମହୁରି ନୃତ୍ୟ ଭଳି ପୁରାତନ ନୃତ୍ୟ ଉପରେ ଅନେକ ଗବେଷଣା କରିଥିଲେ ।[୨] ୧୯୯୫ରେ ସେ ଓଡ଼ିଶୀ ଭିଜନ ଓ ଆନ୍ଦୋଳନ (ଓଭିଏମ) ସ୍ଥାପନା କରିଥିଲେ ଓ ସେଠାରେ ସେ ପ୍ରତିଷ୍ଠାତା ଥିଲେ ଓ ନୂତନ ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ ।[୨] ୨୦୦୯ରେ ସେ ପୂର୍ବ ଭାରତ ଓ ଉତ୍ତର ଭାରତର ପାରମ୍ପରିକ ନୃତ୍ୟ ଶିଳ୍ପୀଙ୍କ ପାଇଁ ପୂର୍ବ ଧାରା ଏକ ବାର୍ଷିକ ଉତ୍ସବର ଆୟୋଜନ କରିଥିଲେ ।[୫]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ନିଜର ନୃତ୍ୟ ଉତ୍ପାଦନ ପାଇଁ ସମ୍ପୂର୍ଣ୍ଣ ପୁରୀ ଦେବଦାସୀ ମାନଙ୍କ ଆଧାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ଭାରତ ସରକାରଙ୍କଠାରୁ ସେ ବେଷ୍ଟ କୋରିୟଗ୍ରାଫୀ ଆୱାର୍ଡ ।[୧] * ୧୯୯୮ରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ପଶ୍ଚିମବଙ୍ଗ ସରକାରଙ୍କଠାରୁ ଉଦୟ ଶଙ୍କର ଆୱାର୍ଡ [୨]
- ୨୦୧୦ରେ ମହୁରି ଆୱାର୍ଡ଼ [୬]
- ୨୦୧୨ରେ ସଙ୍ଗୀତ ନାଟକ ଏକାଡେମି ଆୱାର୍ଡ [୭][୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Rhythms of life". The Telegraph. April 23, 2005. Retrieved May 28, 2013.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Katha Kavya Abhinaya". Sangeet Natak Akademi. 2011. Retrieved May 28, 2013.
- ↑ Gowri Ramnarayan (January 28, 2010). "Treat to the eye and ear". The Hindu. Retrieved May 28, 2013.
- ↑ "A blend of lasya and tandava: Innovative dance recital by Sharmila Biswas marked the Dhauli Mohotsav". The Hindu. Apr 14, 2006. Retrieved May 28, 2013.
- ↑ "East is most". The Hindu. October 29, 2009. Retrieved May 28, 2013.
- ↑ "Sharmila Biswas conferred Mahari Award". The Hindu. Retrieved 2 June 2013.
- ↑ "Sangeet Natak Akademi Fellowships and Akademi Awards 2012" (PDF). Press Information Bureau, Govt of India. Retrieved May 28, 2012.
- ↑ "SNA: List of Akademi Awardees". Sangeet Natak Akademi Official website.