ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ
Stiff-person disease | |
---|---|
Stiff-man syndrome (SMS), Moersch-Woltman syndrome[୧] | |
ବିଭାଗ | Neurology |
ଲକ୍ଷଣ | Stiff muscles, spasms, pain[୨][୩] |
ଆକ୍ରାନ୍ତ ସମୟ | 20 to 60[୩] |
ଅବଧି | Progressive worsening[୩] |
କାରଣ | Unclear, autoimmune mechanism[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and supported by blood tests and electromyography[୩] |
ସଠିକ ରୋଗ ନିର୍ଣ୍ଣୟ | Parkinsons, multiple sclerosis, fibromyalgia, psychosomatic illness, anxiety[୨] |
ଚିକିତ୍ସା | Diazepam, baclofen, gabapentin, intravenous immunoglobulin[୨][୪] |
Prognosis | Often poor[୪][୫] |
ପୁନଃପୌନିକ | Rare[୧] |
ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ ( SPS ) ହେଉଛି ଏକ ସ୍ନାୟବିକ ରୋଗ ଯେଉଁଥିରେ ମାଂସପେଶୀ ସ୍ପାଜ୍ମ ଯୋଗୁ କଠିନ ହୋଇଯାଏ ଓ ସମୟ କ୍ରମେ ଖରାପ ଦିଗାକୁ ଗତି କରେ ।[୨] [୧] ଏହା ମୁଖ୍ୟତଃ ମଧ୍ୟ ଶରୀର, ତଣ୍ଟି, ବାହୁ ଏବଂ ଗୋଡ଼କୁ ପ୍ରଭାବିତ କରିଥାଏ । [୨] ଉଚ୍ଚ ଧ୍ୱନି, ସ୍ପର୍ଶ କିମ୍ବା ଭାବନାଦ୍ୱାରା ଏହା ସୃଷ୍ଟି ହୋଇପାରେ । [୧] ରୋଗ ଜଟିଳ ହେଲେ ଖରାପ ସ୍ଥିତି, ଅସ୍ଥି ଭଗ୍ନ, ସ୍ଥାୟୀ ଯନ୍ତ୍ରଣା ଏବଂ ବାରମ୍ବାର ପଡ଼ିବା ହୋଇପାରେ । [୨] [୧] [୪]
ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ, ଯଦିଓ ଏହା ଏକ ଅଟୋଇମ୍ମ୍ୟୁନ କ୍ରିୟାବିଧି ସହିତ ଜଡିତ ଥାଇପାରେ ବୋଲି ବିଶ୍ୱାସ କରାଯାଏ ।[୨] କେତେକ କ୍ଷେତ୍ରରେ ଏହା ଅନ୍ୟ ଅଟୋମ୍ୟୁମ୍ୟୁନ୍ ଅବସ୍ଥା ସହିତ ଜଡିତ ଥାଇପାରେ, ଯେପରିକି ମଧୁମେହ ଟାଇପ୍ ୧। [୫] ଅସାଧାରଣ ଭାବରେ ଏହା ଏକ ପାରାନିଓପ୍ଲାଷ୍ଟିକ ସିଣ୍ଡ୍ରୋମ ଭାବରେ ଦେଖାଯାଏ । [୪] [୫] ରକ୍ତରେ କିମ୍ବା ସେରେବ୍ରୋସ୍ପାଇନାଲ ଫ୍ଲୁଇଡରେ ଗ୍ଲୁଟାମିକ୍ ଏସିଡ୍ ଡିକାରବକ୍ସିଲେଜ୍ (GAD) ବିରୁଦ୍ଧରେ ଅତ୍ୟଧିକ ଉଚ୍ଚ ଆଣ୍ଟିବଡି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୨] [୪] ଇଲେକ୍ଟ୍ରୋମାୟୋଗ୍ରାଫି ମଧ୍ୟ ଉପଯୋଗୀ ହୋଇପାରେ । [୧]
ଲକ୍ଷଣ ଅନୁଯାୟୀ ଡାଏଜେପାମ, ବାକ୍ଲୋଫେନ୍ କିମ୍ବା ଗାବାପେଣ୍ଟିନ୍ ଭଳି ଔଷଧ ସହିତ ଚିକିତ୍ସା କରାଯାଇପାରେ । [୨] ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ କିମ୍ବା ପ୍ଲାଜମାଫେରେସିସ୍ ମଧ୍ୟ ସାହାଯ୍ୟ କରିପାରେ । [୨] [୪] ଏହା ସାଧାରଣତଃ ଏକ ଖରାପ ଜୀବନଚର୍ଯ୍ୟାରେ ପରିଣତ ହୁଏ, ଫଳସ୍ୱରୂପ ଉଦାସୀନତା କିମ୍ବା ଉଦ୍ବେଗ ପ୍ରାୟ ଘଟେ । [୪] [୫] ଏହି ରୋଗ ଯୋଗୁ ଆୟୁଷ କମିଯାଏ । [୫]
ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ ଏକ ବିରଳ ରୋଗ ଯାହା ପ୍ରାୟ ଦଶ ଲକ୍ଷ ଲୋକଙ୍କ ମଧ୍ୟରେ ଜଣକର ଥିବା ଦେଖାଯାଏ ।[୪] ଏହି ରୋଗର ଆରମ୍ଭ ପ୍ରାୟ ୨୦ରୁ ୬୦ବର୍ଷ ବୟସ ମଧ୍ୟରେ ହୋଇଥାଏ, ଯଦିଓ ପିଲାମାନଙ୍କଠାରେ ଏହା ଅସ୍ୱାଭାବିକ ଭାବରେ ହୋଇପାରେ । [୩] ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି । [୨] ଏହି ଅବସ୍ଥା ପ୍ରଥମେ ୧୯୫୬ ମସିହାରେ ଫ୍ରେଡେରିକ୍ ମୋର୍ଚ ଏବଂ ହେନେରୀ ୱୋଲଟମ୍ୟାନଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Stiff person syndrome - About the Disease - Genetic and Rare Diseases Information Center". rarediseases.info.nih.gov (in ଇଂରାଜୀ). Archived from the original on 15 November 2022. Retrieved 9 December 2022.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Stiff-Person Syndrome | National Institute of Neurological Disorders and Stroke". www.ninds.nih.gov. Archived from the original on 8 December 2022. Retrieved 9 December 2022.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Muranova, A; Shanina, E (January 2022). "Stiff Person Syndrome". PMID 34424651.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Ortiz, JF; Ghani, MR; Morillo Cox, Á; Tambo, W; Bashir, F; Wirth, M; Moya, G (9 December 2020). "Stiff-Person Syndrome: A Treatment Update and New Directions". Cureus. 12 (12): e11995. doi:10.7759/cureus.11995. PMID 33437550.
- ↑ ୫.୦ ୫.୧ ୫.୨ ୫.୩ ୫.୪ Hadavi, S; Noyce, AJ; Leslie, RD; Giovannoni, G (October 2011). "Stiff person syndrome". Practical neurology. 11 (5): 272–82. doi:10.1136/practneurol-2011-000071. PMID 21921002.