ଶକ୍ତିକାନ୍ତ ଦାସ
ଶକ୍ତିକାନ୍ତ ଦାସ | |
---|---|
୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର | |
Assumed office ୧୧ ଡିସେମ୍ବର ୨୦୧୮ | |
Appointed by | କ୍ୟାବିନେଟ କମିଟି |
ରାଷ୍ଟ୍ରପତି | ରାମନାଥ କୋବିନ୍ଦ |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ଉର୍ଜିତ ପଟେଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଓଡ଼ିଶା, | ୨୬ ଫେବୃଆରୀ ୧୯୫୭
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବହୁ ଉଦ୍ୟେଶୀୟ ନିଦର୍ଶନ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବାଙ୍ଗାଲୋର ଓ କଲିକତା |
ବୃତ୍ତି | ସେବାନିବୃତ ଭାରତୀୟ ପ୍ରଶାସନିକ ଅଧିକାରୀ |
ଶକ୍ତିକାନ୍ତ ଦାସ(ଜନ୍ମ : ୨୬ ଫେବୃଆରୀ ୧୯୫୭) ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି । ୨୦୧୮ ଡିସେମ୍ବର ୧୧ତାରିଖରେ ସେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ । [୧][୨][୩] [୪][୫]ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ ଥିଲେ ।[୬]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶକ୍ତିକାନ୍ତ, ୧୯୫୭ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା କେଶବାନନ୍ଦ ଦାସ ଓ ମାତାଙ୍କ ନାମ ଶୋଭାମଞ୍ଜରୀ ଦାସ । ତାଙ୍କ ୫ପୁତ୍ରଙ୍କ ମଧ୍ୟରୁ ଶକ୍ତିକାନ୍ତ ଥିଲେ ଦ୍ୱିତୀୟ । ସେମାନେ ଥିଲେ ଆଠଗଡ଼ର ମୂଳ ବାସିନ୍ଦା । ଶକ୍ତିକାନ୍ତ ଭୁବନେଶ୍ୱରସ୍ଥିତ ଡିଏମ ସ୍କୁଲରୁ(ବହୁ ଉଦ୍ୟେଶୀୟ ନିଦର୍ଶନ ବିଦ୍ୟାଳୟ) ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୭]
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ । ସେହିପରେ ସେ ଜି-୨୦ ସମ୍ମିଳନୀରେ ଭାରତର "ସେରପା" ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ବସ୍ତୁ ଏବଂ ସେବା କର(ଜିଏସଟି)-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।[୮][୯]
ଆଧାର
[ସମ୍ପାଦନା]- ↑ Prasad, Gireesh Chandra (12 December 2018). "Shaktikanta Das appointed new RBI governor". Livemint. New Delhi: Vivek Khanna. Retrieved 12 December 2018.
- ↑ "Shaktikanta Das Is New RBI Governor". BloombergQuint. BQ Desk. 12 December 2018. Retrieved 12 December 2018.
{{cite web}}
: CS1 maint: others (link) - ↑ "Shaktikanta Das: The man behind GST, note ban now heads RBI". The Economic Times. ET Online. The Times Group. 12 December 2018. OCLC 61311680. Retrieved 11 December 2018.
{{cite news}}
: CS1 maint: others (link) - ↑ "Will try and uphold RBI's autonomy, says governor Shaktikant .. Read more at: timesofindia.indiatimes.com". timesofindia.indiatimes.com. Retrieved 12 December 2018.
- ↑ "Shaktikanta Das appointed as the new RBI Governor". economictimes.indiatimes.com. Retrieved 12 December 2018.
- ↑ "ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର". ସମ୍ବାଦ ୧୨/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 12 December 2018.[permanent dead link]
- ↑ http://www.samajalive.in/shaktikanta-das-appointed-new-rbi-governor/53555.html
- ↑ "ମୋଦୀଙ୍କ ଭରସା ଶକ୍ତିକାନ୍ତ". No. ସମ୍ବାଦ ୧୨/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. Retrieved 12 December 2018.[permanent dead link]
- ↑ http://www.dharitri.com/main/news/88651