ଶକ୍ତିକାନ୍ତ ଦାସ

ଉଇକିପିଡ଼ିଆ‌ରୁ
ଶକ୍ତିକାନ୍ତ ଦାସ
୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର
Assumed office
୧୧ ଡିସେମ୍ବର ୨୦୧୮
Appointed byକ୍ୟାବିନେଟ କମିଟି
ରାଷ୍ଟ୍ରପତିରାମନାଥ କୋବିନ୍ଦ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀଉର୍ଜିତ ପଟେଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-02-26) ୨୬ ଫେବୃଆରୀ ୧୯୫୭ (ବୟସ ୬୭)
ଓଡ଼ିଶା,
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବହୁ ଉଦ୍ୟେଶୀୟ ନିଦର୍ଶନ ବିଦ୍ୟାଳୟ, ଭୁବନେଶ୍ୱର
ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀ
ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବାଙ୍ଗାଲୋର ଓ କଲିକତା
ବୃତ୍ତିସେବାନିବୃତ ଭାରତୀୟ ପ୍ରଶାସନିକ ଅଧିକାରୀ

ଶକ୍ତିକାନ୍ତ ଦାସ(ଜନ୍ମ : ୨୬ ଫେବୃଆରୀ ୧୯୫୭‌) ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି । ୨୦୧୮ ଡିସେମ୍ବର ୧୧ତାରିଖରେ ସେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ । [୧][୨][୩] [୪][୫]ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ ଥିଲେ ।[୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶକ୍ତିକାନ୍ତ, ୧୯୫୭ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା କେଶବାନନ୍ଦ ଦାସ ଓ ମାତାଙ୍କ ନାମ ଶୋଭାମଞ୍ଜରୀ ଦାସ । ତାଙ୍କ ୫ପୁତ୍ରଙ୍କ ମଧ୍ୟରୁ ଶକ୍ତିକାନ୍ତ ଥିଲେ ଦ୍ୱିତୀୟ । ସେମାନେ ଥିଲେ ଆଠଗଡ଼ର ମୂଳ ବାସିନ୍ଦା । ଶକ୍ତିକାନ୍ତ ଭୁବନେଶ୍ୱରସ୍ଥିତ ଡିଏମ ସ୍କୁଲରୁ(ବହୁ ଉଦ୍ୟେଶୀୟ ନିଦର୍ଶନ ବିଦ୍ୟାଳୟ) ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୭]

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ । ସେହିପରେ ସେ ଜି-୨୦ ସମ୍ମିଳନୀରେ ଭାରତର "ସେରପା" ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ବସ୍ତୁ ଏବଂ ସେବା କର(ଜିଏସଟି)-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।[୮][୯]

ଆଧାର[ସମ୍ପାଦନା]

  1. Prasad, Gireesh Chandra (12 December 2018). "Shaktikanta Das appointed new RBI governor". Livemint. New Delhi: Vivek Khanna. Retrieved 12 December 2018.
  2. "Shaktikanta Das Is New RBI Governor". BloombergQuint. BQ Desk. 12 December 2018. Retrieved 12 December 2018.{{cite web}}: CS1 maint: others (link)
  3. "Shaktikanta Das: The man behind GST, note ban now heads RBI". The Economic Times. ET Online. The Times Group. 12 December 2018. OCLC 61311680. Retrieved 11 December 2018.{{cite news}}: CS1 maint: others (link)
  4. "Will try and uphold RBI's autonomy, says governor Shaktikant .. Read more at: timesofindia.indiatimes.com". timesofindia.indiatimes.com. Retrieved 12 December 2018.
  5. "Shaktikanta Das appointed as the new RBI Governor". economictimes.indiatimes.com. Retrieved 12 December 2018.
  6. "ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର". ସମ୍ବାଦ ୧୨/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 12 December 2018.[permanent dead link]
  7. http://www.samajalive.in/shaktikanta-das-appointed-new-rbi-governor/53555.html
  8. "ମୋଦୀଙ୍କ ଭରସା ଶକ୍ତିକାନ୍ତ". No. ସମ୍ବାଦ ୧୨/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. Retrieved 12 December 2018.[permanent dead link]
  9. http://www.dharitri.com/main/news/88651