ଲୁଡୱିଗ ଆଞ୍ଜିନା

ଉଇକିପିଡ଼ିଆ‌ରୁ
Ludwig's angina
Angina ludovici
Swelling in the submandibular area in a person with Ludwig's angina.
ଲକ୍ଷଣFever, pain, raised tongue, trouble swallowing, neck swelling[୧]
ଆକ୍ରାନ୍ତ ସମୟRapid[୧]
ବିପଦ କାରକDental infection, upper respiratory infection, mouth piercing, poor immune function, diabetes, alcoholism[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination, CT scan[୧]
ଚିକିତ୍ସାAntibiotics, corticosteroids, endotracheal intubation, tracheostomy, surgery[୧][୨]
ପୁନଃପୌନିକRare[୩]

ଲୁଡୱିଗ ଆଞ୍ଜିନା ହେଉଛି ଏକ ପ୍ରକାର ଗମ୍ଭୀର ଧରଣର ସେଲୁଲାଇଟିସ୍ ଯାହା ପାଟିର ଚଟାଣରେ ହୁଏ । [୪] ଅବସ୍ଥା ଦୃତ ଗତିରେ ଆରମ୍ଭ ହୋଇ ଶୀଘ୍ର ଖରପ ଦିଗକୁ ଗତି କରିଥାଏ । [୪] ସାଧାରଣତଃ ଜ୍ୱର, ଫୁଲା ଜିଭ, ବେକ ଫୁଲିଯିବା, ଯନ୍ତ୍ରଣା ଏବଂ ଗିଳିବାରେ ଅସୁବିଧା ହୋଇଥାଏ ।[୧] ପାଟିର ଚଟାଣ ପ୍ରାୟତ କଠିନ ହୁଏ ଏବଂ ପାଟି ଖୋଲିବାର କ୍ଷମତା ହ୍ରାସ ହୋଇଯାଏ ।[୨] ଅବସ୍ଥା ଖରାପ ହେବା ସହିତ ଶ୍ୱାସକ୍ରିୟରେ ଅସୁବିଧା ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତାରେ ମିଡିଆଷ୍ଟାଇନାଇଟିସ୍ ଏବଂ ଜୁଗୁଲାର୍ ଶିରା ଥ୍ରୋମ୍ବୋସିସ୍ ହୋଇପାରେ । [୫]

ପ୍ରାୟ ୭୦% ରୋଗ, ଏକ ଦାନ୍ତ ସଂକ୍ରମଣରୁ ଆରମ୍ଭ ହୁଏ, ବିଶେଷତ ମୋଲାର ଦାନ୍ତରୁ, ଯଦିଓ ଏହା ଉପର ଶ୍ୱାସନଳୀ ସଂକ୍ରମଣରୁ ମଧ୍ୟ ହୋଇପାରେ ।[୧] [୨] ଅନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ପାଟି ଭିତର ଫୋଡ଼ି ହୋଇଯିବା, କମ୍ ରୋଗ ପ୍ରତିରୋଧକ କ୍ଷମତା, ମଧୁମେହ ଏବଂ ମଦ୍ୟପାନ ହୋଇପାରେ । [୨] ଏହା ନିର୍ଦ୍ଦିଷ୍ଟ ଭାବରେ ସବମାଣ୍ଡିବୁଲାର, ସବମେଣ୍ଟାଲ୍ ଏବଂ ସବଲିଙ୍ଗୁଆଲ୍ ସ୍ଥାନରେ ହୋଇଥାଏ ଏବଂ ସାଧାରଣତଃ ଅନେକ ପ୍ରକାରର ଜୀବାଣୁ ଜଡ଼ିତ ଥାଆନ୍ତି ।[୧] [୨] ସାଧାରଣତଃ ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇଥାଏ ଓ ସିଟି ସ୍କାନ‌ଦ୍ୱାରା ସମର୍ଥିତ ହୋଇପାରେ ।[୧]

ଉପଯୁକ୍ତ ଦାନ୍ତର ଯତ୍ନଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[୬] ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ବ୍ରଡ-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ କର୍ଟିକୋଷ୍ଟେରଏଡ୍ ଦିଆଯାଏ ।[୧] ରୋଗ ଆଗେଇ ଯାଇଥିଲେ ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ୍ କିମ୍ବା ଟ୍ରାକିଓଷ୍ଟୋମି ଆବଶ୍ୟକ ହୋଇପାରେ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ନେବୁଲାଇଜଡ୍ ଏପିନେଫ୍ରାଇନ୍ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ହୋଇପାରେ ।[୨] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୮% ଥାଏ ଯଦିଓ ଚିକିତ୍ସା ବିନା ୫୦% ମୃତ୍ୟୁ ହୋଇପାରେ ।[୨]

ଲୁଡୱିଗ ଆଞ୍ଜିନା ଏକ ବିରଳ ରୋଗ ଅଟେ ।[୩] ଉଭୟ ଲିଙ୍ଗ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୭] ଏହାର ନାମ ଜର୍ମାନ ଚିକିତ୍ସକ ୱିଲହେଲମ ଫ୍ରେଡେରିକ ଭନ ଲୁଡୱିଗଙ୍କ ନାମରେ ନାମିତ, ଯିଏ ୧୮୩୬ ମସିହାରେ ଏହି ଅବସ୍ଥାକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ ।[୮] ତଥାପି ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରେଟସଙ୍କ ସମୟରୁ ଏହି ରୋଗର ବର୍ଣ୍ଣନାଗୁଡ଼ିକ ଆରମ୍ଭ ହୋଇଥିଲା ।[୫] ୧୯୪୦ ଦଶକରେ ଆଣ୍ଟିବାୟୋଟିକ୍ ଆସିବା ପରେ ରୋଗ ହାର ଏବଂ ମୃତ୍ୟୁ ହେବାର ଆଶଙ୍କା କମିଯାଇଥିଲା । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Gottlieb, M; Long, B; Koyfman, A (May 2018). "Clinical Mimics: An Emergency Medicine-Focused Review of Streptococcal Pharyngitis Mimics". The Journal of Emergency Medicine. 54 (5): 619–629. doi:10.1016/j.jemermed.2018.01.031. PMID 29523424.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Bridwell, Rachel; Gottlieb, Michael; Koyfman, Alex; Long, Brit (March 2021). "Diagnosis and management of Ludwig's angina: An evidence-based review". The American Journal of Emergency Medicine. 41: 1–5. doi:10.1016/j.ajem.2020.12.030.
  3. ୩.୦ ୩.୧ Fong, Yuman; Kauffmann, Rondi Marie; Marcinkowski, Emily; Singh, Gagandeep; Schoellhammer, Hans F. (17 November 2016). Surgical Emergencies in the Cancer Patient (in ଇଂରାଜୀ). Springer. p. 274. ISBN 978-3-319-44025-5. Archived from the original on 1 October 2022. Retrieved 1 October 2022.
  4. ୪.୦ ୪.୧ Candamourty R, Venkatachalam S, Babu MR, Kumar GS (July 2012). "Ludwig's Angina - An emergency: A case report with literature review". Journal of Natural Science, Biology, and Medicine. 3 (2): 206–8. doi:10.4103/0976-9668.101932. PMC 3510922. PMID 23225990.{{cite journal}}: CS1 maint: unflagged free DOI (link)
  5. ୫.୦ ୫.୧ ୫.୨ Fleisher, Lee A. (20 April 2012). Anesthesia and Uncommon Diseases E-Book (in ଇଂରାଜୀ). Elsevier Health Sciences. p. 24. ISBN 978-1-4557-3755-0. Archived from the original on 1 October 2022. Retrieved 1 October 2022.
  6. Fehrenbach, Margaret J.; Herring, Susan W. (27 December 2013). Illustrated Anatomy of the Head and Neck - E-Book (in ଇଂରାଜୀ). Elsevier Health Sciences. p. 278. ISBN 978-0-323-29108-8. Archived from the original on 1 October 2022. Retrieved 1 October 2022.
  7. An, J; Madeo, J; Singhal, M (January 2022). "Ludwig Angina". PMID 29493976. {{cite journal}}: Cite journal requires |journal= (help)
  8. Murphy SC (October 1996). "The person behind the eponym: Wilhelm Frederick von Ludwig (1790-1865)". Journal of Oral Pathology & Medicine. 25 (9): 513–5. doi:10.1111/j.1600-0714.1996.tb00307.x. PMID 8959561.